ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟ ଯତ୍ନ ପଦକ୍ଷେପ ଦ୍ୱାରା ଓଡ଼ିଶା ଓ ଛତିଶଗଡ଼ର ୨.୫ଲକ୍ଷ ଲୋକ ଉପକୃତ ହେଉଛନ୍ତି

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ କଂପାନି ଏହାର ପରିଚାଳନାରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଓ ସଚେତନତା ଅଧିିବେଶନ ଆୟୋଜିତ କରିଛି

ଭୁବନେଶ୍ୱର, ୮ ଏପ୍ରିଲ ୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ଗୋଷ୍ଠୀ ସ୍ୱାସ୍ଥ୍ୟ ପଦକ୍ଷେପରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆର୍ଥିକ ବର୍ଷ ୨୩ରେ ଓଡ଼ିଶା ଓ ଛତିଶଗଡ଼ର ୨.୫ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ କମ୍ପାନି ଲାଂଜିଗଡ଼ ସ୍ଥିତ ବେଦାନ୍ତ ହସପିଟାଲରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା ଯେଉଁଥିରେ ଗୋଷ୍ଠୀ, କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀ ସମେତ ୭୫୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ସେହିଭଳି ଝାରସୁଗୁଡ଼ା ସ୍ଥିତ ପରିଚାଳନା ଅଂଚଳରେ ସ୍ଥାନୀୟ ଗ୍ରାମରେ ପୁଷ୍ଟିହୀନତା, ସନ୍ତୁଳିତ ଖାଦ୍ୟ, ଉତମ ସ୍ୱାସ୍ଥ୍ୟ ଓ ସ୍ୱଛତା ଉପରେ ସଚେତନତା ଶିବିର ଆୟୋଜିତ ହୋଇଥିଲା । ବାଲକୋରେ ମଧ୍ୟ ୪ ଦିନ ଧରି ମା ଓ ଗର୍ଭବତୀ ମହିଳାଙ୍କ ପାଇଁ ଏଚବି ପରୀକ୍ଷା, ଡାକ୍ତରୀ ପରାମର୍ଶ ଏବଂ ଔଷଧ ବଂଟନ ସହ ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା ଓ ଏହି କାର୍ଯ୍ୟକ୍ରମରେ କୋରବା ଜିଲ୍ଲାର ୧୫୦ରୁ ଅଧିକ ଲୋକ ଉପକୃତ ହୋଇଥିଲେ ।

ବେଦାନ୍ତ ଆଲୁମିନିୟମ ଏହାର ପରିଚାଳନା କ୍ଷେତ୍ର ଓ ଆଖ ପାଖ ଅଂଚଳରେ ଓଡ଼ିଶା ଓ ଛତିଶଗଡ଼ର ଅଣ ସଂରକ୍ଷିତ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ମୌଳିକ ସୁବିଧା ଯୋଗାଇଥାଏ ଯେଉଁଗୁଡ଼ିକ ହେଉଛି:

ଚା ବେଦାନ୍ତ ବାଲକୋ ମେଡିକାଲ, ନୟା ରାୟପୁର, ଛତିଶଗଡ଼ରେ ଥିବା ଏହି ଡାକ୍ତରଖାନା ଭାରତର ସର୍ବୋତମ କର୍କଟ ଚିକିତ୍ସାକେନ୍ଦ୍ର ଭାବେ ଲୋକମାନଙ୍କୁ ଉନ୍ନତ ଚିକିତ୍ସା ସେବା ସହ ଏହି ରୋଗ ଉପରେ ଉନ୍ନତ ଗବେଷଣା ଓ ଅନୁସନ୍ଧାନ ଜାରି ରଖିଛି ।
ଚା ବେଦାନ୍ତ ହସପିଟାଲ, ଲାଂଜିଗଡ଼ରେ ଚିକିତ୍ସା କେନ୍ଦ୍ରରେ ୨୪ ଘଂଟିଆ ରୋଗୀ ସେବା ସାଙ୍ଗକୁ ଅତ୍ୟାଧୁନିକ ସେବା ସୁବିଧା ଯୋଗାଇ ଦିଆଯାଉଛି । ପ୍ରତିବର୍ଷ ଏହି ଡାକ୍ତରକାନାକୁ ୬୦,୦୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । କଳାହାଣ୍ଡିରେ ମ୍ୟାଲେରିଆ ଦୂରୀକରଣରେ ଏହି ହସପିଟାଲ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
ଚା ବାଲକୋ ହସପିଟାଲ କୋରବା ଏକ ୭୫ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସପିଟାଲ ଓ ୨୪ ଘଂଟିଆ ଜରୁରୀକାଳୀନ ଚିକିତ୍ସା ସେବା ସହ ବିଭିନ୍ନ ଜଟିଳ ରୋଗର ଉପଚାର ପାଇଁ ଖ୍ୟାତି ଅର୍ଜନ କରିଛି । ଏହି ହସପିଟାଲକୁ ପ୍ରତିବର୍ଷ ୨ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି ।

ଚା ନନ୍ଦଘର ହେଉଛି ଆଧୁନିକ ଅଙ୍ଗନବାଡ଼ି ଯାହା ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି । ବେଦାନ୍ତ ଆଲୁମିନିୟମ ଛୋଟ ଶିଶୁ, ଗର୍ଭବତୀ ମହିଳା ଓ ନୂଆ ମା ମାନଙ୍କୁ ଗୁଣମାନର ସ୍ୱାସ୍ଥ୍ର‌୍ୟ ଯତ୍ନ ଓ ସଠିକ ପୋଷଣ ଯୋଗାଇ ଦେଉଛି ।
ଚା ନୟିକିରନ ହେଉଛି ଋତୁସ୍ରାବକାଳୀନ ପରିଛନ୍ନତା ଉପରେ ଏକ କାର୍ଯ୍ୟକ୍ରମ, ଛତିଶଗଡ଼ ଆଧାରିତ ନୟିକିରନ ପ୍ରକଳ୍ପ ହେଉଛି ଋତୁସ୍ରାବକପାଳୀନ ସ୍ୱାସ୍ଥ୍ୟ ଓ ପରିଛନ୍ନତା ଉପରେ ସମାଜରେ ସଚେତନତା ସୃଷ୍ଟିକାରୀ ଏକ ପଦକ୍ଷେପ । ଏଥିରେ ୪୦୦ ଗୋଷ୍ଠୀ ଉପକୃତ ହେଉଛନ୍ତି ।
ଚା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଜରିଆରେ କମ୍ପାନିର ଆଖପାଖ ଅଂଚଳର ଲୋକମାନେ ନିଜ ଦ୍ୱାର ଦେଶରେ ଡାକ୍ତରୀ ସ୍ୱାସ୍ଥ୍ୟସେବା ସାଙ୍ଗକୁ ସରକାରୀ ଯୋଜନାରୁ ଲାଭାନ୍ୱିତ ହୋଇପାରୁଛନ୍ତି ।
ଚା ଗ୍ରାମୀଣ ହେଲଥ ପୋଷ୍ଟ: ଆରୋଗ୍ୟ ପ୍ରକଳ୍ପ ଜରିଆରେ ବାଲକୋ ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ସୁବିଧା ପ୍ରଦାନ କରି ଆସୁଛି ଓ ଏଥିରେ ହଜାର ହଜାର ଲୋକ ଉପକୃତ ହୋଇ ପାରୁଛନ୍ତି ।
ଚା ମେଗା ସ୍ୱାସ୍ଥ୍ୟ ଶିବିର ଜରିଆରେ ଦୁର୍ଗମ ଅଂଚଳର ଲୋକମାନେ ଗୁଣମାନର ସ୍ୱାସ୍ଥ୍ୟ ଯତ୍ନ ଆବଶ୍ୟକତା ପୂରଣ କରିପାରୁଛନ୍ତି ଓ ଲୋକମାନଙ୍କୁ ବିନା ମୂଲ୍ୟରେ ଏହି ସୁବିଧା ପ୍ରଦାନ କରାଯାଉଛି ।
ଚା ସେହିପରି ସଚେତନତା ମୂଳକ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ସ୍ୱାସ୍ଥ୍ୟ, ଏଚଆଇଭି, ମ୍ୟାଲେରିଆ, ହେପାଟାଇଟିସ ପରି ରୋଗ ସଂପର୍କରେ ସଚେତନତା ସୃଷ୍ଟି କରାଯାଉଛି ଓ ପ୍ରତିଷେଧକ ଉପାୟ ପରାମର୍ଶ ଦିଆଯାଉଛି ।
ଚା ଏହିଭଳି ପରିଛନ୍ନତା ଅଭିଯାନ ଜରିଆରେ ସ୍ଥାନୀୟ ଗୋଷ୍ଠୀରେ ପରିଛନ୍ନତାର ମହତ୍ୱ ବିଷୟରେ ପରାମର୍ଶ ଦିଆଯାଉଛି ।

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ଶ୍ରୀ ରାହୁଲ ଶର୍ମା, ସିଇଓ- ଆଲୁମିନିୟମ ବିଜିନେସ, ବେଦାନ୍ତ ଲିଃ କହିଥିଲେ ଯେ- ସୁସ୍ଥ ସମାଜ ବଳରେ ଏକ ଏକ ସୁସ୍ଥ ପରିବେଶ ଗଠନ ହୋଇ ପାରିବ । ବେଦାନ୍ତ ଆଲୁମିନିୟମ ଏହାର କର୍ମଚାରୀ ଓ ସ୍ଥାନୀୟ ଗୋଷ୍ଠୀର ସର୍ବବିଧ କଲ୍ୟାଣ ପାଇଁ କାମ କରି ଆସୁଛି । ଆମର ସ୍ୱାସ୍ଥ୍ୟ ପଦକ୍ଷେପ ଜରୀଆରେ ଆମେ ଲୋକମାନଙ୍କ ଜୀବନରେ ସକାରାତ୍ମକ ଉନ୍ନତି ଆଣିବାକୁ ପ୍ରତିଶ୍ରୁତିବଦ୍ଧ ରହିଛୁ ଓ ଆଲୁମିନିୟମକୁ ଭବିଷ୍ୟତର ଧାତୁରେ ପରିଣତ କରିବା ପ୍ରୟାସ ଜାରି ରଖିଛୁ ।

ଡ. ଗିରିଶ ଚନ୍ଦ୍ର ରାଉତ, ସିଡିଏମ ଓ ପିଏଚଓ, କଳାହାଣ୍ଡି ଜିଲ୍ଲା ଏହି କାର୍ଯ୍ୟକ୍ରମ ସଂପର୍କରେ ମତ ଦେଇ କହିଛନ୍ତିଯେ ବେଦାନ୍ତ ପକ୍ଷରୁ ଆୟୋଜିତ ଏହି ଶିବିର ଦ୍ୱାରା ଲୋକମାନେ ସ୍ୱାସ୍ଥ୍ୟ ଉପରେ ବହୁ ସୂଚନା ପାଇ ପାରିବେ । କଳାହାଣ୍ଡିରେ ଏହିପରି ଆହୁରି ଅନେକ ମହତ କାର୍ଯ୍ୟ କରିବା ପାଇଁ ମୁଁ ବେଦାନ୍ତକୁ ଉତ୍ସାହିତ କରୁଛି ।

ଶ୍ରୀ ଶିବରାଜ ସିଂ କନୱାର, ସରପଂଚ, ଚୁଇୟା ଗ୍ରାମ କଂପାନିର କାର୍ଯ୍ୟକୁ ପ୍ରଶଂସା କରି କହିଥିଲେଯେ ଆମ ଗ୍ରାମର ଲୋକମାନେ ବାଲକୋ ଦ୍ୱାରା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରୁ ଉପକୃତ ହେଉଛନ୍ତି । ଏହି କେନ୍ଦ୍ରଟି ଏକ ଭଲ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏଠାରେ ଭଲ ଡାକ୍ତର ତଥା ସୁବିଧା ସୁଯୋଗ ରହିଛି ।

Leave a Reply

Your email address will not be published. Required fields are marked *