ବେଦାନ୍ତ ଲଞ୍ଜିଗଡକୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ୨୦୨୨ ପାଇଁ ସମ୍ମାନଜନକ ଗୋଲଡେନ୍ ପିକକ୍ ପୁରସ୍କାର

ଏହି ପୁରସ୍କାର ବେଦାନ୍ତର ଗୋଷ୍ଠିର ବିକାଶ ପାଇଁ ପ୍ରୟାସକୁ ସ୍ୱୀକୃତି ଦେଇଥାଏ

ଲାଞ୍ଜିଗଡ ୦୧ଫେବୃୟାରି,୨୦୨୩ : ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ କଳାହାଣ୍ଡି ଏବଂ ଆଖପାଖ ଅଂଚଳରେ ବିକାଶମୂଳକ ପଦକ୍ଷେପକୁ ସ୍ୱୀକୃତି ଦେଇ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅର୍ନ୍ତଗତ ସମ୍ମାନଜନକ ଗୋଲଡେନ୍ ପିକକ୍ ପୁରସ୍କାର ଲାଭ କରିଛି । ମହିଳା ଏବଂ ଶିଶୁ ବିକାଶ ଉପରେ ବିଶେଷ ଧ୍ୟାନ ଦେଇ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ତୃଣମୂଳ କ୍ରୀଡା ଏବଂ କଳା ଏବଂ ସଂସ୍କୃତି କ୍ଷେତ୍ରରେ କମ୍ପାନୀର ସାମଗ୍ରିକ ବିକାଶ ପ୍ରୟାସର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ଭାବରେ ଲାଭ କରିଛି ।

ଭାରତରେ ଏହା ଏକ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଅନ୍ୟତମ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଇଁ ଗୋଲଡେନ୍ ପିକକ୍ ପୁରସ୍କାର, ବ୍ୟବସାୟ ଲକ୍ଷ୍ୟ ବ୍ୟତୀତ ସାମାଜିକ ଚିନ୍ତାଧାରା ଉପରେ ଧ୍ୟାନ ଦେଉଥିବା କମ୍ପାନୀଗୁଡିକର ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପ୍ରଦାନ କରେ, ଆର୍ôଥକ ଲାଭ, ଆର୍ôଥକ ମୂଲ୍ୟ ବୃଦ୍ଧି ଏବଂ ଅଧିକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ ଉତ୍ସାହିତ କରେ ।

ଏହି ସ୍ୱୀକୃତି ଉପରେ ନିଜର ଚିନ୍ତାଧାରା ବ୍ୟକ୍ତକରି ଶ୍ରୀ ଜିଜିି ପଲ, ଡେପୁଟି ସିଇଓ – ଆଲୁମିନା ବିଜନେସ୍‌, ବେଦାନ୍ତ ଲିମିଟେଡ୍ କହିଛନ୍ତି, “ବେଦାନ୍ତ ଲିମିଟେଡ୍‌, ଲାଞ୍ଜିଗଡ ଏହାର କାର୍ଯ୍ୟକଳାପ ମାଧ୍ୟମରେ ଦୃଷ୍ଟାନ୍ତମୂଳକ ସାମାଜିକ ପରିବର୍ତନ ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଛି, ଗୁଣାତ୍ମକ ଶିକ୍ଷା, ଉତମ ସ୍ୱାସ୍ଥ୍ୟ, ଶୂନ୍ୟ ଦାରିଦ୍ର, ସ୍ଥାୟୀ ସମ୍ପ୍ରଦାୟ ଏବଂ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ସହିତ ଉପଯୁକ୍ତ କାର୍ଯ୍ୟ ଏବଂ ଆର୍ôଥକ ଅଭିବୃଦ୍ଧି ଇତ୍ୟାଦି । ଏହି ଉଦ୍ଦେଶ୍ୟରେ, ଆମେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ତୃଣମୂଳ କ୍ରୀଡା ଏବଂ କଳା ଏବଂ ସଂସ୍କୃତି କ୍ଷେତ୍ରରେ ଆମର ହସ୍ତକ୍ଷେପ ମାଧ୍ୟମରେ ମହିଳା ଏବଂ ଶିଶୁ ବିକାଶ ଉପରେ ଧ୍ୟାନ ଦେଇ ସମାଜକୁ ସକରାତ୍ମକ ପରିବର୍ତନ ପାଇଁ ଅନେକ ଉପାୟ ପ୍ରଦାନ କରିବାରେ ବିଶ୍ୱାସ କରୁ । ଏହି ପୁରସ୍କାର ଆମର ପ୍ରୟାସ ପାଇଁ ଅତିରିକ୍ତ ପ୍ରେରଣାଦାତା ଭାବରେ ଏବଂ ସକରାତ୍ମକ ସାମାଜିକ ତଥା ଆର୍ôଥକ ପ୍ରଭାବ ସୃଷ୍ଟି କରିବାକୁ ଆମର ପ୍ରୟାସରେ ଆମକୁ ଆଗକୁ ବଢାଇଥାଏ ।”

ବେଦାନ୍ତ ଲଞ୍ଜୀଗଡ ସମ୍ପ୍ରଦାୟର ପରିବର୍ତନ ପ୍ରୟାସରେ ଅନେକ ପଦକ୍ଷେପ ଦ୍ୱାରା ରୂପ ନେଇଛି, ଯେମିତିକି:


• ପ୍ରୋଜେକ୍ଟ ଆରୋଗ୍ୟ, ଯାହା ଅଣସଂରକ୍ଷିତ ଅଂଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଇଥାଏ, ଚାରି ବର୍ଷ ମଧ୍ୟରେ ୫୫୨ ଟି ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବାରେ ସାହାଯ୍ୟ କରିଛି ଏବଂ ଏହି ଅଂଚଳର ୧୧୪ ଟି ଗ୍ରାମରେ ମେଗା ସ୍ୱାସ୍ଥ୍ୟ ଶିବିର ଚଳାଇଛି ।
• ପ୍ରୋଜେକ୍ଟ ସଖି, ଉଦ୍ୟୋଗ ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କର ସାମାଜିକ-ଅର୍ଥନୈତିକ ସଶକ୍ତିକରଣ ଉପରେ ଧ୍ୟାନ ଦେଇଥାଏ, ଶକ୍ତିମୟୀ ଫାଉଣ୍ଡେସନର ପଦକ୍ଷେପକୁ ସମର୍ଥନ କରେ, ଯାହା ଆଜି ୩୨୫୬ ସଦସ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ଗୋଷ୍ଠୀ ଅଟେ । ଏହା ସଦସ୍ୟମାନଙ୍କୁ ନୂତନ ଆୟ ସୃଷ୍ଟି କରୁଥିବା କାର୍ଯ୍ୟକଳାପ ଚିହ୍ନଟ କରିବାରେ ଏବଂ ସେମାନଙ୍କୁ ଉପଯୁକ୍ତ ସାମାଜିକ ସୁରକ୍ଷା ଯୋଜନା ସହିତ ସଂଯୋଗ କରିବାରେ, ସେମାନଙ୍କ ସମ୍ପ୍ରଦାୟ ମଧ୍ୟରେ ସ୍ଥାୟୀ ସାମାଜିକ-ଆର୍ôଥକ ପ୍ରଗତି ହାସଲ କରିବାରେ ସାହାଯ୍ୟ କରେ ।
• ଗ୍ରାମାଂଚଳର କାରିଗରମାନଙ୍କ ପାଇଁ ନୂତନ ବଜାର ତଥା ତାଲିମ ସୁଯୋଗ ଦେଇ ଓଡିଶାର ପ୍ରାଚୀନ କଳାକୃତି ସଂରକ୍ଷଣ କରିବାକୁ ଚେଷ୍ଟା କରୁଥିବା ଢୋକ୍ରା ଏବଂ ସୌର ଆର୍ଟ ପ୍ରୋଜେକ୍ଟଗୁଡିକ କାରିଗରମାନଙ୍କୁ କଳାହାଣ୍ଡି କ୍ରାପ୍ଟ ବ୍ରାଣ୍ଡ ମାଧ୍ୟମରେ ୧୦୦ ରୁ ଅଧିକ କଳା ଏବଂ ହସ୍ତଶିଳ୍ପ ଡିଜାଇନ ନେଇ ଏକ ଉତ୍ପାଦ ପୋର୍ଟଫୋଲିଓ ବିକାଶ କରିବାରେ ସାହାଯ୍ୟ କରିଛି ।


ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କମ୍ପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲଞ୍ଜୀଗଡ଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାୱାଟ ପାୱାର ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *