ଜିନ୍ଦଲ ଷ୍ଟେନଲେସ ପିଆଣ୍ଡଜି ଗ୍ରୁମିଂ ଉତ୍କର୍ଷତା ପୁରସ୍କାର ୨୦୨୨ର ବିଜେତା ହୋଇଛି

ନୂଆଦିଲ୍ଲୀ, ୨୫ ନଭେମ୍ବର,୨୦୨୨: ଜିନ୍ଦଲ ଷ୍ଟେନଲେସ ଷ୍ଟିଲକୁ ଏହାର ଅନ୍ୟତମ ପ୍ରତିଷ୍ଠିତ ଅଂଶୀଦାର ଭାବରେ ସ୍ୱୀକୃତି ଦେଇ ପିଆଣ୍ଡଜି କନଗ୍ଲୋରେଟହାସ ଏହାର ଗ୍ରୁମିଂ ଏକ୍ସଲେନସ ଆୱାର୍ଡ ୨୦୨୨ ସହିତ କଂପାନିକୁ ଉତ୍ସାହିତ କରିଛନ୍ତି । ୫୦୦୦୦ରୁ ଅଧିକ ବାହ୍ୟ ବ୍ୟବସାୟୀଙ୍କ ମଧ୍ୟରୁ ଜିନ୍ଦଲ ଷ୍ଟେନଲେସ ଷ୍ଟିଲକୁ ଚୟନ କରାଯାଇଛି ।
ଏହା କ୍ରମାଗତ ଭାବରେ ନିର୍ଭରଯୋଗ୍ୟ ପାର୍ଟନରଶିପ ଭାବରେ ପିଆଣ୍ଡଜି ଜିଲେଟ ବ୍ରାଣ୍ଡଥ୍ରୁଇଟସର ଅଭିନବ ସମାଧାନ ଏବଂ ଉଚ୍ଚ ଗୁଣାତ୍ମକ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଯୋଗାଣ ପାଇଁ କଂପାନିହାସକୁ ପୁରସ୍କୃତ କରାଯାଇଛି । ସୂଚନାଯୋଗ୍ୟଯେ ଜିନ୍ଦଲ ଷ୍ଟିଲକୁ ଜିଲେଟର ସମସ୍ତ ୟୁନିଟ ମଧ୍ୟରେ ଯୋଗାଣକାରୀଙ୍କୁ ଅନୁମୋଦନ କରିଛନ୍ତି ।
ଏହି ପୁରସ୍କାର ପାଇବା ପରେ ଏମଡି,ଜିନ୍ଦଲ ଷ୍ଟେନଲେସ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତିଯେ- ଆମର ଉଦ୍ୟମକୁ ସ୍ୱୀକୃତି ଦେଇଥିବାରୁ ମୁଁ ପିଆଣ୍ଡଜି ଗ୍ରୁପକୁ ଧନ୍ୟବାଦ ଜଣାଉଛି । ବର୍ଷବର୍ଷ ଧରି ଜିଲେଟ ସହିତ ଆମର ଅବିଶ୍ୱସନୀୟ ସହଭାଗୀତା ରହିଛି ଓ ଶିକ୍ଷା ଓ ଅଭିବୃଦ୍ଧି ମାଧ୍ୟମରେ ଅଧିକ ଶକ୍ତିଶାଳୀ ହେବା ସହ ଏହାର ଯୋଗାଣ ଇକୋ ସିଷ୍ଟମର ଏକ ଅଂଶ ହୋଇଥିବାରୁ ଆମେ ଗୌରବାନ୍ୱିତ । ଏହି ପାରସ୍ପରିକ ସଂପର୍କକୁ ଆମେ ଅମୂଲ୍ୟ ମୂଲ୍ୟ ଦେଉଛୁ ଓ ଆରଆଣ୍ଡଡି ପ୍ରୟାସ ଜରିଆରେ ଆମର ବିଶ୍ୱସ୍ତ ଅଂଶୀଦାରଙ୍କ ପାଇଁ ଆମେ ସର୍ବୋତମ ଶ୍ରେଣୀର ସମାଧାନ ଲାଗି କାମ କରୁଛୁ ।
ଏହାର ବାହ୍ୟ ଅଂଶୀଦାରଙ୍କୁ ପୁରସ୍କାରର ପ୍ରଦାନ କରି ପିଆଣ୍ଡଜିର ମୁଖ୍ୟ ଅଧିକାରୀ ଆନା ଏଲିନା ମାରିଜିଆନୋ କହିଛନ୍ତିଯେ- ଏହି କଂପାନି ଗୁଡ଼ିକ ସ୍ଥାୟୀ ଓ ଅତୁଳନୀୟ ଅବଦାନ ଯୋଗାଇବାରେ ଶ୍ରେଷ୍ଠ ଅଟନ୍ତି ଏବଂ ଆମର ଯୋଗାଣ ଇକୋ ସିଷ୍ଟମର ଅବିଛେଦ୍ୟ ସଦସ୍ୟ ହୋଇଥିବାରୁ ଆମେ ପାଳନ କରୁଛୁ । ଆମେ ଏକତ୍ର ହୋଇ ସମସ୍ୟାର ସମାଧାନ କରିବା ଓ ଯୋଗାଣ ଶୃଙ୍ଖଳାକୁ ଆଗକୁ ବଢାଇବା ।
ପରିବେଶ ସୁରକ୍ଷା ତଥା ଏହାର ପରିବେଶ, ସାମାଜିକ ଓ ଶାସନ ଲକ୍ଷ୍ୟ ହାସଲ କରିବା ଉପରେ ଧ୍ୟାନ ଦେଇ ଜିନ୍ଦଲ ଷ୍ଟେନଲେସ ଏହାର ବ୍ୟବସାୟକୁ ଏକ ସ୍ଥାୟୀ ଉପାୟରେ ବୃଦ୍ଧି ପାଇଁ ପ୍ରତଶ୍ରୁତିବଦ୍ଧ । ଅକ୍ଷୟ ଶକ୍ତିର ବ୍ୟବହାର ପରି ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରି ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦିଆଯାଉଛି । କଂପାନି ୨୦୨୨ରେ ୧.୪ଲକ୍ଷ ଟନ ସିଓ୨ ହ୍ରାସ କରିଛି । ୨୦୫୦ ସୁଦ୍ଧା ନେଟ କାର୍ବନ ଶୂନ୍ୟ ନିର୍ଗମନ ପାଇଁ ଲକ୍ଷ୍ୟ ରଖିଛି । କଂପାନି ଭାବରେ ଏକ ସବୁଜ ହାଇଡ୍ରୋଜେନ ପ୍ଲାଂଟ ସ୍ଥାପନ କରିବାରେ ଜିନ୍ଦଲ ପ୍ରଥମ ଷ୍ଟିଲ ଉତ୍ପାଦନକାରୀ ସଂସ୍ଥା । ବ୍ଲେଡ ଷ୍ଟିଲ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟିଲ ନିର୍ମାଣ କରିବାରେ ପ୍ରମୁଖ କଂପାନି ହେବ ।