ଅନୁଗୋଳସ୍ଥିତ ନାଲ୍‌କୋ ପ୍ରଶିକ୍ଷଣ କେନ୍ଦ୍ରରେ ଯୋଗ ଓ ୱେଲ୍‌ନେସ୍ ସେଣ୍ଟର କାର୍ଯ୍ୟକ୍ଷମ

ଭୁବନେଶ୍ୱର, ୨୧.୧୦.୨୦୨୨: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ, ୨ ଅକ୍ଟୋବର ୨୦୨୨ରୁ ଏହାର ସମସ୍ତ କାର୍ଯ୍ୟାଳୟ ଏବଂ ୟୁନିଟ୍‌ଗୁଡ଼ିକରେ ସକ୍ରିୟ ଭାବେ ସ୍ପେଶାଲ କ୍ୟାମ୍ପେନ୍ ୨.୦ ଅନ୍ତର୍ଗତ ବିଭିନ୍ନ ସ୍ୱଚ୍ଛତା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା ଅସମାହିତ ମାମଲାର ଯଥା ସମୟରେ ସମାଧାନ, ରେକର୍ଡ ପରିଚାଳନା, ଅଫିସ ପରିସରକୁ ଦକ୍ଷତାର ସହ ସୁବ୍ୟବହାର, ପ୍ଲାଷ୍ଟିକ୍‌ର ଏକକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଇତ୍ୟାଦି କାର୍ଯ୍ୟକ୍ରମ ଚଳାଇ ଆସୁଛି ।


ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଏହି ସ୍ୱତନ୍ତ୍ର ଅଭିଯାନ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟାବଳିର ନିୟମିତ ଅନୁଧ୍ୟାନ କରିବା ସହ ଭୁବନେଶ୍ୱରସ୍ଥିତ ନାଲ୍‌କୋର କର୍ପୋରେଟ୍ କାର୍ଯ୍ୟାଳୟ ଏବଂ ଉତ୍ପାଦନ କ୍ଷେତ୍ର ତଥା ରାଷ୍ଟ୍ରବ୍ୟାପୀ ଏହାର ଅନ୍ୟ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ ଚାଲିଥିବା ଏହାର ନେତୃତ୍ୱ ନେଉଛନ୍ତି । ଏହି ସ୍ୱତନ୍ତ୍ର ଅଭିଯାନର ଅଂଶ ଭାବେ ଅନୁଗୋଳଠାରେ ଥିବା ନାଲ୍‌କୋର ସ୍ମେଲ୍ଟର ଏବଂ ପାୱାର କମ୍ପେ୍ଲକ୍ସରେ ଅବସ୍ଥିତ ସୁନିଆ ମୁଣ୍ଡା ହ୍ରଦ ପରିଷ୍କୃତ କରାଯିବା ସହ ଏହାର ପ୍ରଶିକ୍ଷଣ କେନ୍ଦ୍ରଠାରେ ଏକ ଯୋଗ ଓ ୱେଲ୍‌ନେସ୍ ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଅଛିି ।

Leave a Reply

Your email address will not be published. Required fields are marked *