କୋକା-କୋଲା ଫାଉଣ୍ଡେସନ ପକ୍ଷରୁ ସ୍ୱଦେଶୀ ଜରିଆରେ ଓଡ଼ିଶାରେ ସ୍ଥାୟୀ କୃଷି ପ୍ରକଳ୍ପ ‘ଉନ୍ନତି ଅମ୍ରିତ’ ପାଇଁ ପାଣ୍ଠି ପ୍ରଦାନ କରିବ

• ଉନ୍ନତି ଅମ୍ରିତ ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉପସ୍ଥିତ ଥିଲେ ।
• ସ୍ଥାୟୀ ତଥା ଉଚ୍ଚ ବୈଷୟିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରି ଓଡ଼ିଶାର ଚାଷୀମାନଙ୍କ ଜୀବିକା ବିକାଶର ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ୱର,୧୪ ଅକ୍ଟୋବର ୨୦୨୨: କୋକା-କୋଲା ଫାଉଣ୍ଡେସନ ଓଡ଼ିଶା ରାଜ୍ୟରେ ଉନ୍ନତି ଅମ୍ରିତର ଶୁଭାରମ୍ଭ ବିଷୟରେ ଘୋଷଣା କରିଛି । ଫ୍ଲାଗସିପ କାର୍ଯ୍ୟକ୍ରମ ଉନ୍ନତି ପ୍ରକଳ୍ପ ଅଧିନସ୍ଥ , ଯାହାକି ଫଳ ସର୍କୁଲାର ଇକୋନୋମି ପଦକ୍ଷେପର ଏକ ଅଂଶ ଅଟେ ।

କୋକା-କୋଲା ଫାଉଣ୍ଡେସନ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି ଉନ୍ନତି ଅମ୍ରିତ ପ୍ରକଳ୍ପ ଏକ ଗ୍ରାମୀଣ ବିକାଶ ସଂସ୍ଥା ସ୍ୱଦେଶୀ ସହଭାଗୀତାରେ ପରିଚାଳିତ ହେବ । କୃଷକ ମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଭାରତ ସରକାରଙ୍କ ଆଭିମୁଖ୍ୟକୁ ନେଇ ଏହା ପରିଚାଳିତ ହେବ ।

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉପସ୍ଥିତିରେ ଆଜି ଓଡ଼ିଶାର ଭୁବନେଶ୍ୱରଠାରେ ଏହି ପ୍ରକଳ୍ପର ଉଦଘାଟନ କରାଯାଇଥିଲା । ସୁକାନ୍ତ ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ, ସ୍ୱଦେଶୀ, ଶ୍ରୀ ରାଜେଶ ଆୟାପିଲା, ନିର୍ଦ୍ଦେଶକ, ସିଏସଆର ଓ କୋକାକୋଲା ଇଣ୍ଡିଆ ଓ ସାଉଥ ୱେଷ୍ଟ ଏସିଆ,ଡ.ଆଦିତ୍ୟ ପଣ୍ଡା, ବରିଷ୍ଠ ପ୍ରବନ୍ଧକ, ଫ୍ରୁଟ ସର୍କୁଲାର ଇକୋନୋମି, କୋକାକୋଲା ଇଣ୍ଡିଆ ଓ ସାଉଥ ୱେଷ୍ଟ ଏସିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

\”ଉନ୍ନତି ଅମ୍ରିତ\’ର ଶୁଭାରମ୍ଭ ସହିତ କୋକାକୋଲା ଫାଉଣ୍ଡେସନ ଓ ସ୍ୱଦେଶୀ ଉତମ କୃଷି ଅଭ୍ୟାସ ଗ୍ରହଣ କରି ଓଡ଼ିଶାରେ ଆମ୍ବ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଏହା ବ୍ୟତୀତ କୃଷକମାନଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ସର୍ବଭାରତୀୟ ସର୍ବଶ୍ରେଷ୍ଠ କୌଶଳ ପ୍ରଦାନ କରିବ,ଯଦ୍ୱାରା ସେମାନେ ଉଚ୍ଚ ସାନ୍ଦ୍ରତା ବିଶିଷ୍ଟ ବୃକ୍ଷ ରୋପଣ କରି ଗୁଣମାନର ଉତ୍ପାଦନ କରିପାରିବେ ଓ ଲାଭ ମଧ୍ୟ ଅଧିକ ପାଇବେ । ଆମ୍ବ ଉତ୍ପାଦନରେ ଆତ୍ମ ନିର୍ଭରଶୀଳତା ହାସଲ କରିବାରେ ଏହି ପ୍ରକଳ୍ପ ଜୀବିକା ନିର୍ବାହକୁ ଯଥେଷ୍ଟ ବୃଦ୍ଧି କରିବ ଓ ଆମ୍ବ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବ ।

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ କେନ୍ଦ୍ର ସରକାରଙ୍କ କଲ ଫୋରାନ ଆତ୍ମ ନିର୍ଭର ଭାରତକୁ ଓଡ଼ିଶା ସମର୍ଥନ କରୁଛି । କୋକାକୋଲା ଫାଉଣ୍ଡେସନ ଓ ସ୍ୱଦେଶୀର ଉନ୍ନତି ଅମ୍ରିତ ସ୍ଥାୟୀ କୃଷି ପଦକ୍ଷେପ ପୂର୍ବ ଭାରତରେ ଆତ୍ମ ସ୍ଥିରତା ପାଇଁ ପ୍ରେରଣା ଯୋଗାଇବ । କୋକାକୋଲା ଫାଉଣ୍ଡେସନର ପ୍ରକଳ୍ପ ଉନ୍ନତି ଗତ ଦଶନ୍ଦି ମଧ୍ୟରେ ଭାରତରେ ୧୧ଟି ରାଜ୍ୟରେ କୃଷକଙ୍କ ଜୀବନରେ ପରିବର୍ତନ ଆଣିପାରିଛି ଓ ଏହା ସୁଖର କଥାଯେ ଓଡ଼ିଶାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ସଂସ୍ଥାର ଏହି ପଦକ୍ଷେପକୁ ମୁଁ ଧନ୍ୟବାଦ ଜଣାଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆମ୍ବ ଉତ୍ପାଦନ ବୃଦ୍ଧି ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଜିଲ୍ଲାମାନଙ୍କରେ ଥିବା ବଗିଚାର ନବୀକରଣ କରି ଉତ୍ପାଦନ ବଢାଇବା ।

କୋକାକୋଲା ଫାଉଣ୍ଡେସନର ସଭାପତି ସାଡିଆ ମ୍ୟାଡସ୍‌ବର୍ଗ କହିଥିଲେ ଯେ-କୃଷକମାନେ ଭାରତୀୟ ଉଦ୍ୟାନ କୃଷି ପ୍ରଣାଳୀର ମେରୁଦଣ୍ଡ । କୋକାକୋଲା ଫାଉଣ୍ଡେସନରେ ଆମେ ନିଜର ଉତ୍ସକୁ ବ୍ୟବହାର କରି ପ୍ରକଳ୍ପ ଉନ୍ନତି ମାଧ୍ୟମରେ କୃଷକଙ୍କ ଉନ୍ନତିରେ ସହାୟତା କରୁଥିବା ପଦକ୍ଷେପ ପାଇଁ ପାଣ୍ଠି ସହାୟତା କରିବୁ । କୋକାକୋଲା ଫାଉଣ୍ଡେସନର ଏହି ଆର୍ଥିକ ସହାୟତା କୃଷି ଉତ୍ପାଦନ ତଥା ଜୀବିକା ନିର୍ବାହରେ ସହାୟକ ହୋଇ ପାରିବ ।

ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ, ସ୍ୱଦେଶୀ କହିଥିଲେ ଯେ- କୋକାକୋଲା ଫାଉଣ୍ଡେସନ ପକ୍ଷରୁ ଉନ୍ନତି ଅମ୍ରିତ ଶୁଭାରମ୍ଭରେ ଆମେ ଓଡ଼ିଶାରେ ହଜାର ହଜାର ଆମ୍ବ ଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛୁ । କୋକାକୋଲା ଫାଉଣ୍ଡେସନ ପରି ସଂସ୍ଥା ସହିତ ନିଜକୁ ସହଭାଗୀ କରିପାରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଉନ୍ନତି ଅମ୍ରିତ ଜରିଆରେ ଆମେ ଉନ୍ନତ ଉଦ୍ୟାନ କୃଷି ସମାଧାନ ସହିତ କୃଷକମାନଙ୍କ ଜୀବନରେ ସକାରାତ୍ମକ ଉନ୍ନତି ଆଣି ପାରିବୁ ।

ଉନ୍ନତି ଅମ୍ରିତ ପ୍ରକଳ୍ପରେ ଆମ୍ବ ଉତ୍ପାଦନ ପାଇଁ ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ୧୦,୦୦୦ ଏକ ଜମିରେ ୧୦୦୦୦ରୁ ଅଧିକ ଚାଷୀଙ୍କୁ ସହାୟତା ଯୋଗାଇଦିଆଯିବ । ଉତମ କୃଷି ଅଭ୍ୟାସ ସଂପର୍କିତ ସୂଚନା ଜରୀଆରେ ସେମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇବା ସହ ଅମଳ ପରବର୍ତୀ ପରିଚାଳନା ଓ ବଜାର ସଂଯୋଗ ବ୍ୟବସ୍ଥା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି ।

କୃଷି ଦକ୍ଷତା ବୃଦ୍ଧି, ଅଗ୍ରଗାମୀ ସଂଯୋଗକୁ ମଜବୁତ କରିବା ଓ ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ବଢାଇ ଭାରତୀୟ କୃଷି ଇକୋ ସିଷ୍ଟମକୁ ସମର୍ଥନ କରିବ ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ଭାରତରେ ସଫଳ ଦଶନ୍ଦି ପୂରଣ କରିଛି । ବିଗତ ୧୦ ବର୍ଷ ମଧ୍ୟରେ ଭାରତର ୧୧ଟି ରାଜ୍ୟରେ ୩୫୦,୦୦୦ରୁ ଅଧିକ ଚାଷୀଙ୍କୁ ସଶକ୍ତିକରଣ ତଥା ସକ୍ଷମ କରିବାରେ ସାହାଯ୍ୟ କରିଛି ଏବଂ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି ।

Leave a Reply

Your email address will not be published. Required fields are marked *