ଅଣସଂଗଠିତ ଶ୍ରମିକ ମାନଙ୍କୁ ସରକାର ତୁରନ୍ତ ସାହାଯ୍ୟ କରନ୍ତୁ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ମହାମାରୀ କରୋନାର ତାଡନା, ସଟ୍ଡାଉନ୍ ଓ ଲକ୍ଡାଉନ୍ ଅଣସଂଗଠିତ ଶ୍ରମିକ ମାନଙ୍କୁ ଅଣନିଶ୍ୱାସୀ କରିସାରିଲାଣି । ଜୀବନଜୀବିକା ପାଇଁ ବଞ୍ଚିବାର ରାହା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି । ସରକାର ଏ ଦିଗରେ ବିଧିବଦ୍ଧ ବ୍ୟବସ୍ଥା ପାଇଁ ଅଣସଂଗଠିତ ଶ୍ରମିକ ମଞ୍ଚ, ଓଡିଶା କେତେକ ଦାବୀ ସରକାରଙ୍କ ନିକଟରେ ଅବଗତି କରୁଅଛି ଯେ- ନିର୍ମାଣ ଶ୍ରମିକ, ଘରୋଇ ମହିଳା ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଛଅମାସ ପର୍ଯ୍ୟନ୍ତ ମାସିକ ୧୫ କେଜି ଚାଉଳ ଓ ୧୫ କେଜି ଅଟା ମାଗଣାରେ ଯୋଗାଇ ଦେବା ସହ ମାସିକ ୬ ହଜାର ଟଙ୍କା ରାଶି ଅନ୍ୟୁନ ୩ ମାସ ପର୍ଯ୍ୟନ୍ତ ସରକାର ପ୍ରଦାନ କରନ୍ତୁ । ପ୍ରତ୍ୟେକ ଶ୍ରମିକ ପେଣ୍ଠସ୍ଥଳୀରେ କୋଭିଡ-୧୯ ପାଳନ ସହ ଆବଶ୍ୟକୀୟ ବ୍ୟବସ୍ଥା, ଚାଲିଚାଲି ଆସିଲା ବେଳେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କୁ କୋଭିଡ ଯୋଦ୍ଧା ଭାବରେ ଘୋଷଣା ସହ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବା ଓ ସମସ୍ତ ଶ୍ରମିକ କିଭଳି ଭଲରେ ଜୀବନଧାରଣ କରିବେ ସରକାର ସେଥିପ୍ରତି ଦୃଷ୍ଟି ନିକ୍ଷେପ କରନ୍ତୁ । ସମସ୍ତ ପଞ୍ଜୀକୃତ ଶ୍ରମିକ ମାନଙ୍କୁ ୧୫ ଶହ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ମଞ୍ଚ ତରଫରୁ ଜ୍ୟୋସ୍ନାରାଣୀ ମିଶ୍ର, ପ୍ରକାଶ ସାମଲ, ଫୁଲମଣି ପାତ୍ର, ପ୍ରଫୁଲ୍ଲ ଦୋରା ପ୍ରମୁଖ ଦାବି କରିଛନ୍ତି ।
