ଲକ୍‌ଡାଉନ୍ : କମିଛି ଶିଶୁ ନିର୍ଯାତନା

0
Child Abuse - PrabahaTV

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଲକ୍‌ଡାଉନ୍ ସମୟରେ ଶିଶୁ ନିର୍ଯାତନା ହାର କମିଛି । ସମଗ୍ର ରାଜ୍ୟରେ ମାର୍ଚ୍ଚ ୨୦ ତାରିଖଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ୨୫ ଦିନରେ ମାତ୍ର ୪ଶହ ମାମଲା ପଞ୍ଜୀକୃତ ହୋଇଛି । ଏଥିରେ ଶାରିରୀକ ଓ ମାନସିକ ନିର୍ଯାତନା ରହିଛି । ଏହି ୪୦୦ ମାମଲା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୪୫ଟି ମାମଲା ରହିଥିବା ବେଳେ ବାଲେଶ୍ୱର ଓ କନ୍ଧମାଳରେ ସର୍ବନିମ୍ନ ୩ଟି ଲେଖାଏ ମାମଲା ରହିଛି । ଅନ୍ୟ ସାଧାରଣ ଦିନରେ (୨୫ ଦିନ ଭିତରେ) ପାଖାପାଖି ଏକ ହଜାର ମାମଲା ପଞ୍ଜୀକୃତ ହେଉଥିବା ବେଳେ ଏବେ ଏହି ପରିସଂଖ୍ୟାନ ଢେର୍ କମ୍ ରହିଥିବା କୁହାଯାଉଛି । ଏହି ସମୟରେ ଶିଶୁମାନେ ଘରେ ରହୁଛନ୍ତି । ଅଧିକ ସମୟ ଘରେ ରହିଲେ ଅଭିଭାବକ ଚିଡ଼ି ଯାଇ ନିର୍ଯାତନା ଦେବା ସମ୍ଭାବନା ରହିଛି । ଏଣୁ ନିର୍ଯାତନାର ଶିକାର ହେଉଥିବା ଶିଶୁମାନଙ୍କୁ ଅନ୍‌ଲାଇନରେ କାଉନ୍‌ସେଲିଂ କରିବା ପାଇଁ ବ୍ୟବସ୍ଥା କରିଛି ଶିଶୁ ଅଧିକାର ସୁରକ୍ଷା ଅ।ୟୋଗ |

ଏହି ସବୁ ମାମଲା ମଧ୍ୟରେ ଶିଶୁ ସୁରକ୍ଷା, ମେଡିକାଲ ମାମଲା, ଶିଶୁ ଅ ।ଶ୍ରୟ ମାମଲା, ଶିଶୁ ପୁନରୁଦ୍ଧାର ମାମଲା, ଅ ।ଇନ ଦ୍ୱନ୍ଦ୍ୱରେ ପଡ଼ିବା ଶିଶୁ ମାମଲା, ଶିଶୁ ନିଖୋଜ ଓ ପରିଚୟ ନିଖୋଜ ମାମଲା, ପ୍ରଲୋଭିତ କରାଇ ଶିଶୁଙ୍କୁ ନିର୍ଯାତନା ଦେବା ମାମଲା, କରୋନା ମାମଲା, ଅନ୍ୟାନ୍ୟ ହସ୍ତକ୍ଷେପ ମାମଲା ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୫ଟି ମାମଲା ରହିଥିବା ବେଳେ ବଲାଙ୍ଗୀରରେ ୨୮ଟି, ବାଲେଶ୍ୱର ଓ କନ୍ଧମାଳରେ ୩ ଟି ଲେଖାଏ, ବରଗଡ଼ରେ ୫, ଭଦ୍ରକରେ ୬, କଟକରେ ୨୧, ଦେବଗଡ଼ରେ ୧୦, ଢେଙ୍କାନାଳରେ ୭, ଗଜପତିରେ ୨୦, ଗଞ୍ଜାମରେ ୧୨, ଜଗତସିଂହପୁରରେ ୬, କଳାହାଣ୍ଡିରେ ୪, କେନ୍ଦୁଝରରେ ୧୯, ଖୋର୍ଦ୍ଧାରେ ୨୧, କୋରାପୁଟରେ ୩୪, ମାଲକାନଗିରିରେ ୨୬, ମୟୂରଭଞ୍ଜରେ ୨୫, ନବରଙ୍ଗପୁରରେ ୧୦, ନୟାଗଡ଼ରେ ୪, ପୁରୀରେ ୮, ରାୟଗଡ଼ାରେ ୩୩, ସମ୍ବଲପୁରରେ ୪୧ ଓ ସୁନ୍ଦରଗଡ଼ରେ ୯ ଟି ମାମଲା ରହିଛି । ଏହି ୪୦୦ ଟି ମାମଲା ମଧ୍ୟରୁ ଶିଶୁ ସୁରକ୍ଷାକୁ ନେଇ ୧୨୩ଟି ମାମଲା ରହିଥିବା ବେଳେ କରୋନା ସମ୍ବନ୍ଧୀୟ ୨୯ଟି ମାମଲା ରହିଛି ।


ଅନ୍ୟପଟେ ଏହି ସମୟରେ ଅଭିଯୋଗ ହେଉ ନ ଥିଲେ ମଧ୍ୟ ଯେହେତୁ ପରିବାରର ସମସ୍ତେ ଘରେ ରହିଛନ୍ତି ତେଣୁ ଶିଶୁଙ୍କ ଉପରେ ଅଧିକ ର୍ନିଯାତନା ହେବାର ଅ ।ଶଙ୍କା ରହିଛି । କିନ୍ତୁ ଏହି ସମୟରେ ଶିଶୁମାନଙ୍କ ସହିତ ଅନ୍ୟମାନଙ୍କର ଯୋଗାଯୋଗ କମ୍ ହେବା ତଥା ଅଭିଯୋଗ ଅଭାବରୁ ନିର୍ଯାତନା ସଂଖ୍ୟା କମ୍ ରହିଥିବା କହିଛନ୍ତି ମନସ୍ତତ୍ତ୍ୱବିତ୍ ପ୍ରତାପ ରଥ । ଲକ୍‌ଡାଉନ୍ ସମୟରେ ବଡ଼ଗଡ଼ ଅଞ୍ଚଳରେ ଜଣେ ଶିଶୁ ଛାତରୁ ଡେଇଁ ଅ ।ତ୍ମହତ୍ୟା କରିବା ନଜିର ରହିଛି । ଏ ସବୁ ମାମଲାକୁ ଗୁରୁତର ସହ ନେଇ ବିଚାର କଲେ କେଉଁଠି ସମସ୍ୟା ରହୁଛି ଓ ତାହା କିଭଳି ସମାଧାନ କରିହେବ ବା ଶିଶୁ ନିର୍ଯାତନାର ଶିକାର ହେବେ ନାହିଁ ତାହା ଜାଣି ହେବ ।

Leave a Reply

Your email address will not be published. Required fields are marked *