ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ଏବଂ ଦି ବ୍ଲଡ଼ ଡୋନର ଓଡ଼ିଶା ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବାଣପୁର : ୨୯/୮(ପ୍ରବାହ ନିଉଜ) ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଗ୍ରାମ ପଞ୍ଚାୟତ କେଶପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସୋମବାର ଦିନ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ଏବଂ ଦି ବ୍ଲଡ଼ ଡୋନର ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ସମାଜ ସେବୀ ତପନ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଡାକ୍ତର ଶୁଭାଶିଷ ଦାସଙ୍କ ନେତୃତ୍ୱରେ ଚାରି ଜଣିଆ ଡାକ୍ତରୀ ଟିମ୍ ଚକ୍ଷୁ ଚିକିତ୍ସା ସେବା ପ୍ରଦାନ କରିଥିଲେ। କୁମାରାଙ୍ଗ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମରୁ ୧୧୫ ଜଣ ରୋଗୀଙ୍କର ପଞ୍ଜୀକରଣ କରାଯାଇ ଚକ୍ଷୁ ଚିକିତ୍ସା ଶିବିରରେ ଚିକିତ୍ସା କରାଯାଇଥିବା ବେଳେ ତନ୍ମଧ୍ୟରୁ ୨୯ ଜଣ ରୋଗୀଙ୍କୁ ଚକ୍ଷୁ ଚିହ୍ନଟ କରାଯାଇ ସେମାନଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ଭୁବନେଶ୍ୱର ସ୍ଥିତ ଆଇକେୟାର ଡାକ୍ତରଖାନାକୁ ବିନା ଶୁଳ୍କରେ ଅସ୍ତ୍ରୋପ୍ରଚାର ପାଇଁ ପଠାଯାଇଥିବା ସହିତ ମାଗଣାରେ ସେମାନଙ୍କର ନିଶୁଳ୍କରେ କରାଯାଇଅଛି ।

ଦି ବ୍ଲଡ଼ ଡୋନର ଓଡ଼ିଶା ସଭାପତି ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ଏବଂ ଜୟ ହିନ୍ଦ୍ ସେବା ଫାଉଣ୍ଡେସନର ଆବାହକ ଏସ୍.କେ.କୌସର୍ ଓ ଅନ୍ୟ ମାନଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ଭାବରେ ବିକାଶ କୁମାର ସେଠୀ, ଶେଖ୍ ନୌସାଦ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *