ହିନ୍ଦୁସ୍ତାନ କୋକା-କୋଲା ବେଭରେଜେସ୍‍ (ଏଚସିସିବି) ୨୫ ବର୍ଷ ପୂରଣ କଲା:ଓଡ଼ିଶାରେ ଏହି ଅବସର ପାଳନ ପାଇଁ ଏକାଧିକ ପ୍ରୟାସ ସମ୍ପର୍କରେ ଘୋଷଣା କରୁଛି

~ ଏହା ନିଜର କ୍ୟାଚା ଏଚସିସିବି ୩୦୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ତାହାର କାରଖାନାରେ ଉତ୍ପାଦନ
କ୍ଷମତା ବୃଦ୍ଧିକରିବ
~ଏହା ଆଉ ୨୦୦ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ
~ ୨୫ ବର୍ଷ ପାଳନ ନିମନ୍ତେ ଏଚସିସିବି ଓଡ଼ିଶାରେ ୧ ଲକ୍ଷ ବୃକ୍ଷଚାରା ରୋପଣ କରିବରିୟର ଡେଭଲପମେଣ୍ଟ ସେଣ୍ଟରରେ ଅଧିକ ଯୁବକଙ୍କୁ ଗ୍ରହଣ କରିବା ବ୍ୟବସ୍ଥା ସମ୍ପ୍ରସାରିତ କରିବ, ଯାହା ନିଯୁକ୍ତିବତ୍ତାରେ ବୃଦ୍ଧି ଘଟାଇବାକୁ କୁଶଳୀ କରି ଗଢିତୋଳୁଛି

ଭୁବନେଶ୍ୱର,୧୮ା୫: ଭାରତର ଅନ୍ୟତମ ଶୀର୍ଷ ଏଫଏମ୍‍ସିଜି କମ୍ପାନୀ ହିନ୍ଦୁସ୍ତାନ କୋକା-କୋଲା ବେଭରେଜେସ୍‍ (ଏଚସିସିବି) ତାହାର
୨୫ ବର୍ଷ ପୂର୍ତ୍ତିକୁ ଓଡ଼ିଶାରେ ଏକାଧିକ କାର୍ଯ୍ୟକ୍ରମ ଜରିଆରେ ପାଳନ କରିବ, ଯାହା ବର୍ଷତମାମ ଜାରି ରହିବ । ଏହା ଖୋର୍ଦ୍ଧା ଶିଳ୍ପାଞ୍ଚଳରେ
ଥିବା ତାହାର କାରଖାନାରେ ଉତ୍ପାଦନ କ୍ଷମତା ବୃଦ୍ଧି ସକାଶେ ଆଉ ୩୦୦ କୋଟି ଟଙ୍କା ନିବେଶ କରିବ । ଏହା ମଧ୍ୟ ରାଜ୍ୟରେ ୧ ଲକ୍ଷ
ବୃକ୍ଷଚାରା ରୋପଣ ଯୋଜନା କରିଛି । ତାହାସହିତ କମ୍ପାନୀ ନିଜର କ୍ୟାରିୟର ଡେଭଲପମେଣ୍ଟ ସେଣ୍ଟର (ସିଡିସି)ରେ ଅଧିକ ସଂଖ୍ୟାରେ
ଶିକ୍ଷିତ, ବେକାର ଯୁବଗୋଷ୍ଠୀଙ୍କୁ ଗ୍ରହଣ କରିବ । ଏହି କେନ୍ଦ୍ର ଯୁବବର୍ଗଙ୍କ ନିଯୁକ୍ତିବତ୍ତା ବୃଦ୍ଧି କରିବାରେ ସେମାନଙ୍କ କୁଶଳତା ସ୍ତରକୁ
ପରିବର୍ଦ୍ଧିତ କରୁଛି ।
ଏଚସିସିବିର ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା କାରଖାନାରେ ସମ୍ପ୍ରତି ୫ଟି ଉତ୍ପାଦନ ଲାଇନ ରହିଛି ଯାହା ଜୁସ୍‍ ଏବଂ ସ୍ପାର୍କଲିଂ ବେଭରେଜ
ପ୍ରସ୍ତୁତ କରୁଛି । କମ୍ପାନୀ ଏହି କାରଖାନାରେ ୫୦୦ କୋଟି ଟଙ୍କା ନିବେଶ କରିସାରିଛି । ସମ୍ପ୍ରତି ଏହା ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନେବା
ଏବଂ ଉତ୍ପାଦନ କ୍ଷମତାରେ ପୁନଃ ବୃଦ୍ଧି ଘଟାଇବାକୁ ଇଡ୍‍କୋ ନିକଟରୁ ଅତିରିକ୍ତ ୨୦ ଏକର ଜମି କ୍ରୟ କରିଛି । ସେଠାରେ ଏଚସିସିବି
ଆଉ ୩୦୦ କୋଟି ଟଙ୍କା ନିବେଶ କରିବ ଏବଂ ଏହାଦ୍ୱାରା ତାହାର ମୋଟ ନିବେଶ ପରିମାଣ ୮୦୦ କୋଟି ଟଙ୍କାରେ ପହଞ୍ଚିବ । ଉକ୍ତ
କାରଖାନାରେ ୫୫୦ ଜଣ ପ୍ରତ୍ୟକ୍ଷ ଏବଂ ୧୦୦୦ ଲୋକ ପରୋକ୍ଷ ନିଯୁକ୍ତି ପାଇଛନ୍ତି । ସମ୍ପ୍ରସାରଣ ଦ୍ୱାରା ଆଉ ୨୦୦ ନିଯୁକ୍ତି
ସୃଷ୍ଟିହେବ ।
ଭାରତରେ ତାହାର ୨୫ ବର୍ଷ ପୂର୍ତ୍ତି ପାଳନକୁ ସ୍ମରଣୀୟ କରିବା ପାଇଁ ଏଚସିସିବି ଓଡ଼ିଶାରେ ୧ଲକ୍ଷ ସମେତ ସମଗ୍ର ଦେଶରେ ୨୫
ଲକ୍ଷ ବୃକ୍ଷ ଚାରା ରୋପଣ ଯୋଜନା କରିଛି । ଖୋର୍ଦ୍ଧା କାରଖାନାରେ ଏହାର ଥିବା ୧୩ହଜାର ସମ୍ପୂର୍ଣ୍ଣ ଭାବରେ ବଡ ହୋଇସାରିଥିବା
ଗଛଗୁଡିକ ବ୍ୟତୀତ ଏହି ଅଧିକ ବୃକ୍ଷଚାରା ରୋପଣ କରାଯିବ ।
ଶୀ ନିରଜ ଗର୍ଗ, ଚେୟାରମ୍ୟାନ ଓ ସିଇଓ, ଏଚସିସିବି କହିଛନ୍ତି, “ଏଚସିସିବି ଭଳି ଏକ ବୃହଦ ଆକାର ଏବଂ ପରିମାଣ ଦୃଷ୍ଟିରୁ
ବିଶାଳ କମ୍ପାନୀ ଏକାଧିକ ଲୋକଙ୍କ ସମବେତ ପ୍ରଚେଷ୍ଟା ଏବଂ ସେମାନଙ୍କ ସମ୍ମିଳିତ ସହଯୋଗରେ ନିର୍ମିତ ହୋଇପାରିଛି । ତେଣୁ
ଏଚସିସିବୁ ସ୍ପର୍ଶ କରିଥିବା ଏବଂ ତାହାକୁ ଏଭଳି ରୂପ ଦେଇଥିବା ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ରାଜ୍ୟରେ ଆମକୁ ମିଳିଥିବା
ବିପୁଳ ସମର୍ଥନ ଓ ଉତ୍ସାହକୁ ଆମେ ଯଥେଷ୍ଟ ଗୁରୁତ୍ୱ ଦେଉଛୁ । ଅତିରିକ୍ତ ୩୦୦ କୋଟି ଟଙ୍କା ନିବେଶ ଯୋଜନା ରାଜ୍ୟ ପ୍ରତି ଆମର
ପ୍ରତିବଦ୍ଧତାକୁ ସୁଦୃଢିକରଣ କରୁଛି ଏବଂ ରାଜ୍ୟରେ ପାରସ୍ପରିକଅଭିବୃଦ୍ଧି ଓ ବିକାଶ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି ।
ଆମ ପାଇଁ ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ସହିତ ପ୍ରଗତି ସମାନ ସମୟରେ ଆଗକୁ ବଢିବା ଗୁରୁତ୍ୱପୂର୍ଣ୍ଣ ହୋଇଛି ଏବଂ ସେଥିପାଇଁ ଆମେ ସବୁଜ
ପରିବେଶ ବ୍ୟବସ୍ଥା ଏବଂ ସବୁଜ ଶକ୍ତି ଆଦି ଉପରେ ଆମର ଦୃଷ୍ଟିନିବଦ୍ଧ କରୁଛୁ ।”
ଶ୍ରୀ କମଳେଶ କୁମାର ଶର୍ମା, ଚିଫ୍‍ ପବ୍ଲିକ ଆଫେୟାସ ଆଣ୍ଡ କମ୍ୟୁନିକେସନ ଅଫିସର କହିଛନ୍ତି, “ଆମମାନଙ୍କ ପାଇଁ ଆଗକୁ
ଯାହାସବୁ ରହିଛି ତାକୁ ନେଇ ଆମେ ଅତ୍ୟନ୍ତ ଉଲ୍ଳସିତ ଅଛୁ । ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସଫଳତା ହୋଇଛି ଏବଂ ସେହି ସମୟ ମଧ୍ୟ
ଉଲ୍ଲେଖନୀୟ ପରିବର୍ତ୍ତନର ସମୟ ହୋଇଛି । ଆମେ ଆଜି କରୁଥିବା ଘୋଷଣା ସହିତ ଆମେ ଅଧିକ ସମାବେଶୀ, ସହଭାଗୀ ଏବଂ
ଦୀର୍ଘସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ହେବା ଏବଂ ଆମର ଜନସମୁଦାୟ ଏବଂ ସମୁଦାୟ ମୂଲ୍ୟ ଶୃଙ୍ଖଳ ନିମନ୍ତେ ଫାଇଦାଜନକ ପରିସ୍ଥିତି ସୃଷ୍ଟି
କରିବାର ମାର୍ଗ ନିର୍ଦ୍ଧାରଣ କରୁଛୁ ।”

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *