ଚାମ୍ପିଅନ୍ସ ଲିଗ୍ ଫାଇନାଲ୍ସର ମୁଖ୍ୟ ଆକର୍ଷଣ ହେବେ‌ କାମିଲା

ପ୍ୟାରିସ୍: ପ୍ୟାରିସ୍‌ରେ ଚଳିତ ମାସ ୨୮ ତାରିଖରେ ଖେଳାଯିବାକୁ ଥିବା ୟୁଫା ଚାମ୍ପିଅନ୍ସ ଲିଗ୍ ଫାଇନାଲ୍ସର ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ହେବେ କ୍ୟୁବାର ଲୋକପ୍ରିୟ ପପ୍ ତାରକା କାମିଲା କାବେଲୋ। ବମ୍ ବମ୍, ସେନୋରିଟା, ହାଭାନା ଭଳି ଗୀତ ଗାଇଥିବା ଏବଂ ଗ୍ରାମୀ ପୁରସ୍କାର ମନୋନୟନ ତାଲିକାରେ ସ୍ଥାନ ପାଇଥିବା କାମିଲାଙ୍କ ସଂଗୀତ ପରିବେଷଣ ସାରା ବିଶ୍ବର ୨୦୦ ଦେଶରେ ପ୍ରସାରିତ ହେବ। ୟୁରୋପୀୟ ଫୁଟବଲ୍‌ର ଏହି ସର୍ବବୃହତ୍ ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବାର ୧୦ ମିନିଟ୍ ପୂର୍ବରୁ ମଞ୍ଚ ଉପରେ ନିଜ ଯାଦୁ ଦେଖାଇବେ ସେ। ଏହା ପରେ ଲିଭରପୁଲ୍ ଏବଂ ସ୍ପାନିସ୍ ଚାମ୍ପିଅନ୍ସ ଲିଗ୍ ବିଜେତା ରିଅଲ ମାଦ୍ରିଦ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ଲିଭରପୁଲ୍ ଏହି ପ୍ରତିଯୋଗିତାକୁ ୬ ଥର ଜିତିଥିଲା ବେଳେ ସପ୍ତମ ଥର ପାଇଁ ବିଜୟ ମୁକୁଟ ପିନ୍ଧିବା ଲକ୍ଷ୍ୟରେ ରହିଛି। କେବଳ ଏସି ମିଲାନ, ରିଅଲ ମାଦ୍ରିଦ ହିଁ ଲିଭରପୁଲ୍‌ଠାରୁ ଅଧିକ ଥର ୟୁଫା ଚାମ୍ପିଅନ୍ସ ଲିଗ୍ ଟ୍ରଫି ଜିତିଛନ୍ତି। ରିଅଲ ମାଦ୍ରିଦ ୧୭ ଥର ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ଏହି କ୍ଲବ୍ ୭ ଥର ୟୁଫା ଚାମ୍ପିଅନ୍ସ ଲିଗ୍‌ ଟ୍ରିଫି ଜିତି ପାରିଛି।

Leave a Reply

Your email address will not be published. Required fields are marked *