ରାଜଧାନୀରେ ଚାଞ୍ଚଲ୍ୟ: ଇଟା ତଳୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା ତଳୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହି ସ୍ଥିତ ବିଏମ୍‌ସିର ଅର୍ଦ୍ଧ ନିର୍ମିତ ମାଇକ୍ରୋ କମ୍ଫୋଷ୍ଟିଂ ସେଣ୍ଟର ଭିତରେ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ହେଲେ ମୁକେଶ ଚୌଧୁରୀ। ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି। ସେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ମୁକେଶଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଇଟା ତଳେ ମୃତଦେହକୁ ହତ୍ୟାକାରୀ ଲୁଚାଇ ଦେଇଥିବା ଜଣାପଡ଼ିଛି।

କିଛି ଦିନ ପୂର୍ବେ ମୁକେଶ ଜେଲ୍‌ରୁ ଫେରି ଥିଲେ । ଚୋରି ମାମଲାରେ ଗିରଫ ହୋଇ ସେ ଜେଲ୍‌ ଯାଇଥିଲେ ଓ କିଛି ଦିନ ପୂର୍ବେ ଜେଲ୍‌ରୁ ଫେରିଥିଲେ । ତେବେ ଗତକାଲି ବିଏମ୍‌ସିର ଅର୍ଦ୍ଧ ନିର୍ମିତ ମାଇକ୍ରୋ କମ୍ଫୋଷ୍ଟିଂ ସେଣ୍ଟର ଭିତରେ ଇଟା ତଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। କିଛି ଶ୍ରମିକ ମୃତଦେହ ଇଟା ତଳେ ଦେଖିବା ପରେ ପରିଚୟ ସାମ୍ନାକୁ ଆସିଥିଲା। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ।

କିଏ ଓ କାହିଁକି ମୁକେଶଙ୍କୁ ହତ୍ୟା କଲା, ଏନେଇ ସସ୍‌ପେନ୍ସ  ଜାରି ରହି ଛି।  ତଣ୍ଟି ଚିପି ହତ୍ୟା ପରେ ମୃତଦେହକୁ ଇଟା ତଳେ ଲୁଚାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *

You may have missed