ସ୍କୋଡା ଅଟୋ ଇଣ୍ଡିଆ ଫେବୃୟାରୀ ୨୦୨୨ରେ ବାର୍ଷିକସ୍ତରରେ ୪୨୮% ଅଭିବୃଦ୍ଧି ହାସଲ କଲା
- ଫେବୃଆରୀ ୨୦୨୨ରେ ୪,୫୦୩ ୟୁନିଟ ବିକ୍ରିର ରେକର୍ଡ
- ଫେବୃଆରୀ ୨୦୨୧ ତୁଳନାରେ ବାର୍ଷିକ ୪୨୮% ଅଭିବୃଦ୍ଧି
- କୌଶାକ୍ର ଭଲ୍ୟୁମ ବୃଦ୍ଧି ଜାରି ରହିଛି
- ଅଲ୍ ନ୍ୟୁ ସ୍ଲାଭିଆ-୧.୦ ଟିଏସ୍ଆଇର ଟେଷ୍ଟ ଡ୍ରାଇଭ ଏବଂ ବୁକିଂ ଆରମ୍ଭ
ମୁମ୍ବାଇ, ୩ ମାର୍ଚ୍ଚ, ୨୦୨୨: ଅଲ୍ ନ୍ୟୁ ସ୍ଲାଭିଆ-୧.୦ ଟିଏସ୍ଆଇର ବଜାର ପ୍ରବେଶ ପରେ ସ୍କୋଡା ଅଟୋ ଇଣ୍ଡିଆ ଫେବୃଆରୀ ୨୦୨୨ରେ ଁ ୪,୫୦୩ ୟୁନିଟ ବିକ୍ରି ପଞ୍ଜିକରଣ କରି ନିଜର ଅଭିବୃଦ୍ଧି ଧାରା ଜାରି ରଖିଛି । ଫେବୃଆରୀ ୨୦୨୧ ତୁଳନାରେ ବିକ୍ରି ହୋଇଥିବା ୮୫୩ ୟୁନିଟ ତୁଳନାରେ ଏହାର ଅଭିବୃଦ୍ଧି ୪୨୮% ରହିଛି ।
ଏହି ଅବସରରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ଜାକ ହୋଲିସ କହିଲେ, ୨୦୨୨ ମସିହାରେ ଏହି ସକରାତ୍ମକ ଗତିକୁ ନେଇ ମୁଁ ବେଶ୍ ଆନନ୍ଦିତ । ଅଧିକ କାର ବିକ୍ରୟ କରିବା କେବଳ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନୁହେଁ । ଅଧିକ ଖୁସି ଗ୍ରାହକ ଏବଂ ପ୍ରଶଂସକ ସୃଷ୍ଟି କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମର ପରିବାରର ନୂତନ ସଦସ୍ୟ ସ୍ଲାଭିଆ-୧.୦ ଟିଏସ୍ଆଇ ଏବଂ ସ୍ଲାଭିଆ-୧.୫ ଟିଏସ୍ଆଇ ଆଗାମୀ ମାସରେ କାରବାର କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି ।
ଫେବୃଆରୀ ୨୦୨୨ ର ବିକ୍ରୟ ମୁଖ୍ୟତଃ ଜୁଲାଇ ୨୦୨୧ ରେ ବଜାର ପ୍ରବେଶ ହୋଇଥିବା କ୍ୟୁଶାକ ଏସ୍ୟୁଭି ଦ୍ୱାରା ପରିଚାଳିତ ହୋଇଥିଲା । ଏହା ଇଣ୍ଡିଆ ୨.୦ ରଣନୀତି ଅନ୍ତର୍ଗତ ଆରମ୍ଭ ହୋଇଥିବା ମେଡ୍ ଇନ୍ ଇଣ୍ଡିଆ ଏମ୍କ୍ୟୁବି-ଏ-୦-ଇନ୍ ପ୍ଲାଟଫର୍ମ ଉପରେ ଆଧାରିତ । ଇଣ୍ଡିଆ ୨.୦ ର ଦ୍ୱିତୀୟ ପର୍ଯ୍ୟାୟରେ, ୨୦୨୨ ମାର୍ଚ୍ଚ ୩ରେ ଅଳ୍ ନ୍ୟୁ ସ୍କୋଡ଼ା ସ୍ଲାଭିଆ-୧.୦ ଟିଏସ୍ଆଇ ସେଡାନ୍ର ବଜାର ପ୍ରବେଶ ହୋଇଛି । ସେହିପରି ସ୍ଲାଭିଆ-୧.୫ ଟିଏସ୍ଆଇ ଏକ ନୂତନ ଇଞ୍ଜିନ ଏବଂ ବିକଶିତ କାର୍ଯ୍ୟଦକ୍ଷତା ଗୁଣ ସହିତ ବଜାର ପ୍ରବେଶ କରାଯାଇଛି ।