ପୁଅ ହାରିଗଲେ ମାଆ ଜିତିଲେ

0
wajid-khan

ସଙ୍ଗୀତଜ୍ଞ ୱାଜିଦ୍ ଖାନ୍ ଡାକ୍ତରଖାନାରେ ଅସୁସ୍ଥ ଥିଲାବେଳେ ୱାଜିଦଙ୍କ ଯତ୍ନ ନେବାକୁ ତାଙ୍କ ମାଅ । ସେଠାରେ ରହିଥିଲେ । ଡାକ୍ତରଖାନାରେ ଅନ୍ୟ କରୋନା ରୋଗୀଙ୍କ ସହ ସଂସ୍ପର୍ଶରେ ଆସିବା ଫଳରେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ ତାଙ୍କ ମାଅ । । ତେବେ ଜୁନ୍ ୧ ତାରିଖ ବିଳମ୍ବିତ ରାତିରେ ସଙ୍ଗୀତଜ୍ଞ ସାଜିଦ୍‌ଙ୍କ ସାନ ଭାଇ ୱାଜିଦ୍ ଖାନ୍‌ଙ୍କର କରୋନାଭାଇରସ ସଂକ୍ରମଣ ଏବଂ କିଡ୍‌ନୀ ଜନିତ ସମସ୍ୟାରେ ମୃତ୍ୟୁ ହୋଇଥିଲା । ଏହି ଖବର କେବଳ ବଲିଉଡ ନୁହେଁ, ୱାଜିଦ୍‌ଙ୍କ ସମସ୍ତ ପ୍ରଶଂସକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୱାଜିଦ୍ ଖାନ୍‌ଙ୍କ ୬୫ ବର୍ଷ ବୟସ୍କା ମାଅ । ରଜିନା ଖାନ୍ ବର୍ତ୍ତମାନ କରୋନାକୁ ପରାସ୍ତ କରି ଓଶିୱାରାସ୍ଥିତ ନିଜ ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *