ବଦଳିଲେ ଜିଲ୍ଲାପାଳ : ସଂଗ୍ରାମ କେଶରୀ ମହାପାତ୍ର ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ
ଖୋର୍ଦ୍ଧା : ୧୮/୧୦(ପ୍ରବାହ ନିଉଜ୍) ପ୍ରଶାସନିକ ସ୍ତରରେ ଅଦଳ ବଦଳ କରିଛନ୍ତି ଓଡ଼ିଶା ସରକାର। ଖୋର୍ଦ୍ଧା ଜିଲ୍ଲା ଏବଂ ଜଗତସିଂହପୁର ଜିଲ୍ଲାର ଉଭୟ ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିବା ବେଳେ ରାଜ୍ୟର ମୋଟ୍ ୪ ଜଣ ଆଇପିଏସ୍ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ର ଜିଲ୍ଲାପାଳ ସନ୍ନତ କୁମାର ମହାନ୍ତି ଙ୍କ ସ୍ଥାନରେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ପାରୁଲ ପଟ୍ଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି।
ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ସନ୍ନତ କୁମାର ମହାନ୍ତିଙ୍କୁ ଏସ.ସି.ଇ.ଆର.ଟି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଏବଂ ଏସ.ସି.ଇ.ଆର.ଟି ର ନିର୍ଦ୍ଦେଶକ ତଥା ଆଇ.ଏ.ଏସ୍. ଗଙ୍ଗାଧର ସାହୁଙ୍କୁ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।