ଅରିନ୍ଦମ ଙ୍କ ଆତ୍ମାର ସଦଗତି ପାଇଁ ଓ.ୟୁ.ଡବ୍ଲୁ.ଜେ. ଖୋର୍ଦ୍ଧା ଶାଖାର କ୍ୟାଣ୍ଡେଲ ଶୋଭାଯାତ୍ରା

ଖୋର୍ଦ୍ଧା : ୨୫/୯(ପ୍ରବାହ ନିଉଜ୍) ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଖୋର୍ଦ୍ଧା ଶାଖା ପକ୍ଷରୁ ଓଟିଭିର ଯୁବ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ସ୍ମୃତିରେ ଶନିବାର ସନ୍ଧ୍ୟା ୭ଟାରେ ସମୟରେ ସ୍ଥାନୀୟ ବ୍ୟାଙ୍କ ଛକ ନିକଟସ୍ଥ ଜୟୀ ରାଜଗୁରୁ ଭବନ ଠାରୁ ଏକ ମହମବତୀ ଶୋଭାଯାତ୍ରା ବାହାରି ଜିଲ୍ଲା ଦୌରାଜଜ୍ ଅଦାଲତ ପର୍ଯ୍ୟନ୍ତ ଯାଇଥିଲା ।

ଏଥିରେ ଖୋର୍ଦ୍ଧାର ଅନେକ ବୈଦୁତିକ, ଛାପା ଏବଂ ୱେବ ଗଣମାଧ୍ୟମର ପ୍ରତିନିଧି ମାନେ ସାମିଲ ହୋଇ ଦିବଂଗତ ଅରିନ୍ଦମ ଦାସଙ୍କ ଉଦେଶ୍ୟରେ ଦୌରାଜଜ୍ ଅଦାଲତ କାର୍ଯ୍ୟାଳୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହିତ ସ୍ମୃତିଚାରଣ କରିଥବା ବେଳେ ଜିଲ୍ଲା ସଭାପତି ତଥା ନକ୍ଷତ୍ର ନିଉଜ୍ ର ସାମ୍ବାଦିକ ପ୍ରକାଶ ହାତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମହମବତୀ ଶୋଭାଯାତ୍ରାରେ ସାମ୍ବାଦିକ ଈଶ୍ୱର ମଙ୍ଗରାଜ, ମହମଦ ମୋତାହାର ଯୁସୁଫ, ପି.ତ୍ରୀପତୀ ବାଲାଜୀ ପାତ୍ର, ଶୁଭ୍ରାଂଶୁ ସାମନ୍ତରାୟ, ଦିଲ୍ଲୀପ କୁମାର ପଟ୍ଟନାୟକ,ଲଳିତ ମହାପାତ୍ର, ପ୍ରବୀଣ ଭଞ୍ଜ, ରବି ନାରାୟଣ ସାହୁ, ଜୋହେବ ହକ୍, ଲିୟାକତ ଅଲ୍ଲୀ, ପ୍ରମୋଦ କୁମାର ମହାପାତ୍ର, ଲକ୍ଷ୍ମୀଧର ସାହୁ, ସଞ୍ଜୟ କର, ରଞ୍ଜିତ ପାଟଶାଣୀ, ଧନେଶ୍ୱର ବିଧାର, ଲିଙ୍ଗରାଜ ସାହୁ, ପ୍ରଶାନ୍ତ ସାହୁ, ମନୋରଞ୍ଜନ ପ୍ରଧାନ, ତୋଫାନ ମହାରଣା ଏବଂ କିଛି ସ୍ଥାନୀୟ ଯୁବକ ଯୋଗ ଦେଇ ସ୍ଵର୍ଗତ ଦାସଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ସାମ୍ବାଦିକତା ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟରତ ଅବସ୍ଥାରେ ମହାନଦୀରେ ବୋଟ ଓଲଟି ମୃତ୍ୟୁ ବରଣ କରିବା ଘଟଣା ଆଜି ସମସ୍ତ ସାମ୍ବାଦିକଙ୍କୁ ସ୍ତବ୍ଧ କରିଦେଇଥିବା ଏବଂ ତାଙ୍କର ଏହି ଦୁଃସାହାସିକ କାର୍ଯ୍ୟ ଅନ୍ୟ ସାମ୍ବାଦିକଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *