ଆକ୍ସନ୍ ଏଡ୍ ତରଫରୁ ଅକ୍ସିଜେନ୍ କନ୍‌ସନ୍‌ଟ୍ରେଟର ବିତରଣ

0
DSC_0589

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅମ୍ଳଜାନ ଅଭାବରୁ କୈାଣସି ରୋଗୀଙ୍କର ଜୀବନ ହାନୀ ନହେବ ଓ କୋଭିଡ ମହାମାରୀକୁ ଆଖି ଆଗରେ ରଖି ସ୍ଥାନୀୟ ରିଜର୍ଭ ପୋଲିସ ହସ୍‌ପିଟାଲରେ ଆକ୍ସନ୍‌ଏଡ୍ ଓ ସିସିଡବ୍ଲୁଡି ର ମିଳିତ ଆନୁକୂଲ୍ୟରେ ଅକ୍ସିଜେନ କନ୍‌ସନ୍‌ଟ୍ରେଟର ବିତରଣ କରାଯାଇଛି । ମୁଖ୍ୟ ଅତିଥି ଭାବେ ଦ୍ୱୈତନଗରୀର ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦାନ କରି କୋଭିଡ୍ ସଂପର୍କୀତ ସଚେତନତା ଓ ସ୍ୱାସ୍ଥ୍ୟସେବା ଉପରେ ବକ୍ତବ୍ୟ ରଖିଥିଲେ ।

ଅନ୍ୟତମ ଅତିଥି ଭାବରେ ଆକ୍ସନ୍‌ଏଡ୍‌ର ସହ-ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ଶୁଭେନ୍ଦୁ କୁମାର ରାୟ, ଘାସିରାମ ପଣ୍ଡା, ବିଏନ୍ ଦୁର୍ଗା, ଅର୍ଜୁନ ଦିଗାଲ, ସିସିଡବ୍ଲୁଡିର ସଂପାଦକ ସଦାଶିବ ସ୍ୱାଇଁ, ରିଜର୍ଭ ପୋଲିସ୍ ହସ୍‌ପିଟାଲର ଡ. ମମତା ନାୟକ ଓ ଡ. ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦାନ କରିଥଲେ ।

Leave a Reply

Your email address will not be published. Required fields are marked *