କମାଗୁରୁ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣରେ ୧୦ ଲକ୍ଷ ଟଙ୍କା ହେର୍‌ଫେର : ଭିଜିଲାନ୍ସ ତଦନ୍ତ ଦାବିକଲେ ଗ୍ରାମବାସୀ

ଟାଙ୍ଗୀ : ୩୧/୦୭(ପ୍ରବାହ ନିଉଜ୍) ରାଜ୍ୟ ସରକାର ଲୋକଙ୍କ ପାଇଁ ଅନେକ ପ୍ରକାର ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ ଉଦେଶ୍ୟରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଦାୟିତ୍ୱ ରେ ଥିବା  ବିଭାଗୀୟ ଅଧିକାରୀ ଏହିସବୁ ବାବଦରୁ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ସମୟରେ, ଏମିତି କିଛି ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର କମାଗୁରୁ ପଞ୍ଚାୟତ ରୁ ସାମ୍ନାକୁ ଆସିଛି । କମାଗୁରୁ ଗ୍ରାମର ମହୁଲଶୁଣି ପୀଠରେ ନିର୍ମିତ କଲ୍ୟାଣ ମଣ୍ଡପ ନିମନ୍ତେ ଦଶଲକ୍ଷ ଟଙ୍କା ମଞ୍ଜୁରରାଶି କୁ ସମ୍ପୂର୍ଣ୍ଣ ରୂପେ ହରିଲୁଟ କରିନେଇଥିବା ଘଟଣା ପଦାକୁ ଆସିଛି ।

ଖୋର୍ଦ୍ଧା ଟାଙ୍ଗୀ ବ୍ଲକ କମାଗୁରୁ ପଞ୍ଚାୟତର ମହୁଲଶୁଣି ପୀଠରେ ନିର୍ମିତ କଲ୍ୟାଣ ମଣ୍ଡପ ନିର୍ମାଣ ନାମରେ ଦଶଲକ୍ଷ ଟଙ୍କା ହେର୍‌ଫେର ହୋଇଥିବାର ଅଭିଯୋଗ ଅ।ଣିଛନ୍ତି କମାଗୁରୁ ଗ୍ରାମବାସୀ ବିପିନ ପାଲଟାସିଂହ । ୨୦୧୫-୧୬ ଆର୍ଥିକ ବର୍ଷରେ ନୂତନ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଜାଣିବାପରେ ଏବେ ସତ ଘଟଣା ପଦାକୁ ଆସିଛି । ସୂଚନା ଅଧିକାର ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ୨୦୧୫-୧୬ରେ ନିର୍ମାଣ ହୋଇଛି ଏବଂ ଏହି ବାବଦକୁ ଦଶଲକ୍ଷ ଖର୍ଚ୍ଚ କରାଯାଇଛି । କିନ୍ତୁ ବିପିନଙ୍କ ଅଭିଯୋଗ ଅନୁସାରେ କମାଗୁରୁ ପଞ୍ଚାୟତ ଦୁର୍ନୀତିର ଗନ୍ତାଘର ହୋଇଥିବା ବେଳେ ୨୦୧୫ ମସିହାରେ ଗ୍ରାମରେ କଲ୍ୟାଣ ମଣ୍ଡପର କୌଣସି ନିର୍ମାଣ କାର୍ଯ୍ୟ ହୋଇନଥିଲା ବେଳେ କିପରି ଏହା ସମ୍ଭବ ହେଲା । ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ପୁନର୍ବାର ନୂତନ କଲ୍ୟାଣ ମଣ୍ଡପ ବାବଦକୁ କୋଡ଼ିଏ ଲକ୍ଷ ଟଙ୍କା ମଞ୍ଚୁର ହୋଇ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିଲା । ତେବେ ୨୦୧୫ରେ ମଣ୍ଡପ ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ଦଶଲକ୍ଷ ଟଙ୍କା କୁଅ।ଡେ ଗଲା । କେବଳ ସେତିକି ନୁହେଁ ଏହାର ପାନୀୟ ଜଳ, ରୋଷେଇ ଘର ନିର୍ମାଣ ଓ କଲ୍ୟାଣ ମଣ୍ଡପ ପାଇଁ ରାସ୍ତା ନିର୍ମାଣ ବାବଦକୁ ଅ।ହୁରି ପନ୍ଦର ଲକ୍ଷ ଖର୍ଚ୍ଚ ହୋଇଛି କିନ୍ତୁ ସେସବୁର ମାନ କିଛି ଭଲ ନଥିବାରୁ ମାତ୍ର ଚାରି ବର୍ଷ ନ ପୂରୁଣୁ ନିମ୍ନମାନର କାର୍ଯ୍ୟ ଯୋଗୁଁ କାନ୍ଥ ଫାଟି ଯାଇଥିବା ତଥା ଲୋକଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ କାମରେ ଆସୁ ନଥିବା ଅଭିଯୋଗ ଅଭିଯୋଗ ହେଉଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ ମଧ୍ୟ ଦାବି କରିଛନ୍ତି । ସେମିତି ଅନ୍ୟପଟେ କମାଗୁରୁ ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଚମ୍ପତ୍ତି କଲ୍ୟାଣ ମଣ୍ଡପ ନିର୍ମାଣରେ କୌଣସି ପ୍ରକାରର ଦୁର୍ନୀତି ହୋଇ ନଥିବା କହିବା ସହିତ ପଞ୍ଚାୟତକୁ  ୨୦୧୫ ମସିହାରେ ଆସିଥିବା ଅନୁଦାନ ରାଶି ଦଶଲକ୍ଷ ଟଙ୍କା  ପଞ୍ଚାୟତର କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଆସିଥିଲା, ହେଲେ ତାହାକୁ ବିଭାଗୀୟ ଅଧିକାରୀଙ୍କ ଅନୁମୋଦନ କ୍ରମେ ପରିବର୍ତ୍ତନ କରାଯାଇ ସେହି ଟଙ୍କାକୁ ମାର୍କେଟ କମ୍ପ୍ଲେକ୍ସ କାମରେ ଲଗାଯାଇଛି ।

ସେମିତି ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷର ଅନୁଦାନ ରାଶି ଦଶଲକ୍ଷ ଟଙ୍କା ୨୦୧୬ମସିହା ଫେବୃୟାରୀ ମାସରେ ପଞ୍ଚାୟତକୁ ଆସିଥିବା ବେଳେ ଦ୍ଵିତୀୟ ପର୍ଯାୟରେ  ୨୦୧୬-୧୭ ଆର୍ଥିକ ବର୍ଷ ନିମନ୍ତେ ୨୦୧୭ମସିହା ମଇ ମାସରେ ପୁନର୍ବାର ଦଶଲକ୍ଷ ଟଙ୍କା ମିଳିଥିବା କଥା କହିଥିବା ବେଳେ ସୂଚନା ଅଧିକାର କର୍ମୀ ବିପିନ ପାଲଟାସିଂହ ଭୁଲ ସୂଚନା ଅଧିକାର ତଥ୍ୟ ପ୍ରଦାନ କରି ଗ୍ରାମବାସୀଙ୍କୁ ବିଭ୍ରାନ୍ତ କରୁଥିବାର ଅଭିଯୋଗ ଆଣିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚରାଯିବାରେ ସତ୍ୟାସତ୍ୟ ଜଣାପଡ଼ିବା ପରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିବାବେଳେ ଏହି ଘଟଣାର ତଦନ୍ତ ଦାୟିତ୍ଵ ଟାଙ୍ଗୀ ବିଡିଓ ଐଶ୍ବର୍ଯ୍ୟା ସାମନ୍ତରାୟଙ୍କୁ ପ୍ରଦାନ କରାଯାଇଛି ବୋଲି କହିଛନ୍ତି ।

ସୂଚନା ଅଧିକାର କର୍ମୀ ଙ୍କ ପାଖରେ ଥିବା ତଥ୍ୟ ଅନୁଯାୟୀ କଲ୍ୟାଣ ମଣ୍ଡପ ବାବଦର ତିରିଶ ଲକ୍ଷ ଟଙ୍କାରୁ ଦଶଲକ୍ଷ ଟଙ୍କା ଖର୍ଚ୍ଚ ନହୋଇ ସେ ଟଙ୍କା ଆତ୍ମସାତ ହୋଇଛି, ସେମିତି ସରପଞ୍ଚଙ୍କ ପାଖରେ ଥିବା କାଗଜପତ୍ର କହୁଛି କଲ୍ୟାଣ ମଣ୍ଡପ ପାଇଁ ସମୁଦାୟ କୋଡ଼ିଏ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠେ, ଏ ଦୁଇଟି ଯାକ ତଥ୍ୟରୁ କେଉଁଟି ପ୍ରକୃତ ପକ୍ଷେ ସତ୍ୟ,  ଭିଜିଲାନ୍ସ ବିଭାଗ ଦ୍ୱାରା ଏହାର ବିଧିବଦ୍ଧ ଭାବେ ତଦନ୍ତ କରାଗଲେ, ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଗ୍ରାମବାସୀ କହିଛନ୍ତି ।

Leave a Reply

Your email address will not be published. Required fields are marked *