ଜନ୍ମ ଦିବସରେ ଜନତାଙ୍କ ପାଇଁ ରକ୍ତଦାନ କଲେ ବିଶିଷ୍ଟ ସମାଜସେବୀ

0
IMG-20210527-WA0086 (1)

ଳାହାଣ୍ଡି ଜିଲ୍ଲାର ପରିଚିତ ମୁହଁ, ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଙ୍କ ଆଜି ଜନ୍ମ ଦିବସ । ଜନ୍ମ ଦିବସକୁ ଲୋକେ ବିଭିନ୍ନ ଢ଼ଙ୍ଗରେ ଏପରିକି ପାରିବାରିକ, ସାଙ୍ଗସାଥି ମାନଙ୍କୁ ନେଇ ମଉଜ ମସ୍ତି କରୁଥିବା ବେଳେ ଶ୍ରୀଯୁକ୍ତ ପଟ୍ଟନାୟକ ଏକ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତଦାନ କରିଛନ୍ତି । କରୋନା ସଂକ୍ରମଣ ସମୟରେ ରୋଗୀ ରକ୍ତାଭାବରେ ହଇରାଣ ହେଉଥିବା ବେଳେ ଶ୍ରୀଯୁକ୍ତ ପଟ୍ଟନାୟକ ନିଜେ ରକ୍ତଦାନ କରିବା ସହ ନିଜର ସହଯୋଗୀ ମାନଙ୍କୁ ନେଇ ୫୭ ୟୁନିଟ ରକ୍ତଦାନ କରିଛନ୍ତି । ସ୍ବର୍ଗଦ୍ବାର ସେବା ସଂଗଠନର ସହଯୋଗରେ ତଥା ସଂଗଠନର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଜନ୍ମଦିନରେ ଏଭଳି ଏକ ନିଆରା ପଦକ୍ଷେପକୁ ସାଧାରଣରେ ଭୂୟସି ପ୍ରଶଂସା କରାଯାଇଛି । ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ଓ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ । ନର୍ଲା,କର୍ଲାମୁଣ୍ଡା,ମ.ରାମପୁର,କେସିଙ୍ଗା ଆଦି ବ୍ଲକର ବିଭିନ୍ନ ଗ୍ରାମରୁ ଯୁବକ ମାନେ ଆସି ରକ୍ତଦାନ କରି ଜନ୍ମ ଦିବସ ପାଳନ କରିଥିଲେ । ସ୍ବର୍ଗଦ୍ବାର ସେବା ସଂଗଠନର ସଂପାଦକ ମନୋଜ କୁମାର ଷଡ଼ଙ୍ଗୀ, ସଦସ୍ୟ ସରୋଜ ସାହୁ,ସଜନ ଅଗ୍ରଓ୍ବାଲ ସମେତ ବହୁ କର୍ମି ଉପସ୍ଥିତ ହୋଇଥିଲେ । ଏରିଆ ଖବର  ନ୍ୟୁଜ ଚ୍ୟାନେଲ ତରଫରୁ ସମାଜସେବୀ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିବା ବେଳେ , କେସିଙ୍ଗା ବ୍ଲକ ପ୍ରଶାସନ ତରଫରୁ କରୋନା ସଂକ୍ରମିତଙ୍କ ଶବ ସତ୍କାର କରିଥିବା କୁ ନେଇ ଶ୍ରୀ ପଟ୍ଟନାୟକଙ୍କୁ ଉପଢଉକନ ସହ ମାନପତ୍ର ପ୍ରଦାନ କରିଥିଲେ ବିଡ଼ିଓ ଶ୍ରୀଯୁକ୍ତ ଓଦୁ । ନିଆରା ଜନ୍ମଦିନ ପାଳନକୁ ସାରା ଜିଲ୍ଲାରେ ଭୂୟସି ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *