ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ୪ ଦିନିଆ ଗ୍ରୀଷ୍ମ କାଳୀନ ଶିବିର
ଧାମରା, ୦୬.୦୫.୨୦୨୬: ଭଦ୍ରକସ୍ଥିତ ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ଶିକ୍ଷା, ସୃଜନଶୀଳତା ସମନ୍ୱିତ ଏକ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ ହୋଇଯାଇଛି । ୨ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରକୁ ପ୍ରୋଜେକ୍ଟ ଅଫିସର ମୃଣ୍ମୟ କୁମାର ମାନ୍ନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ନିଜ ଉଦ୍ବୋଧନରେ ସେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶିବିରର ଶିକ୍ଷାଭିତ୍ତିକ ସୁଯୋଗ ଗୁଡ଼ିକର ସଦ୍ବ୍ୟବହାର କରିବାକୁ ପ୍ରେରିତ କରିଥିଲେ । ସକାଳ ୭ ଟା ରୁ ଦିନ ୧୦ ଟା ପର୍ଯ୍ୟନ୍ତ ଦୁଇଟି ଭିନ୍ନ ମଞ୍ଚରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଏକ ସଜୀବ ଓ ଆନନ୍ଦମୟ ପରିବେଶ ସୃଷ୍ଟି କରିଥିଲା । ଶିବିରରେ ଡ୍ରଇଂ, ପାମ୍ ପେଣ୍ଟିଂ, ଓରିଗାମି, ମାସ୍କ ପ୍ରସ୍ତୁତି, କ୍ଲେ ମଡେଲିଂ ଓ ଚାରାରୋପଣ ଭଳି ବିଭିନ୍ନ ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହା ସହିତ ଫନ୍ ୱିଥ୍ ମ୍ୟୁଜିକ୍, ଦେଶଭକ୍ତି ଗୀତ, ଅଳଙ୍କାର ଓ ତାଳ ଏବଂ ଜମ୍ବଲ ଡାନ୍ସ ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଆନନ୍ଦ ଓ ଉତ୍ସାହ ପ୍ରଦାନ କରିଥିଲା । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଛାତ୍ରଛାତ୍ରୀମାନେ ଯୋଗ, ଧ୍ୟାନ, ପ୍ରାଣାୟାମ ଓ ହୁଲାହୁପ୍, ଫୁଟବଲ, ଚେସ୍, କ୍ୟାରମ ଭଳି ଖେଳରେ ସକ୍ରିୟ ଭାଗ ନେଇଥିଲେ ।
ଶିବିରରେ ଅଭିଭାବକମାନେ ଅନୁସ୍ଥାପନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେଠାରେ ଏନ୍ଇପି-୨୦୨୦ ଅନୁସାରେ ସିବିଏସ୍ଇ ପାଠ୍ୟକ୍ରମ ନିୟମାବଳୀ, ପ୍ୟାରେଣ୍ଟିଂ ଶୈଳୀ, କଳା ସମନ୍ୱିତ ଶିକ୍ଷା, ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ ଶିକ୍ଷା ସାହାଯ୍ୟ ସାମଗ୍ରୀ, କ୍ରିୟା ଆଧାରିତ ଶିକ୍ଷା, ଯୋଗାଯୋଗ କୌଶଳ ଓ ଶିଶୁମାନଙ୍କ ସାମାଜିକ-ଭାବନାତ୍ମକ, ଜ୍ଞାନାତ୍ମକ ଉନ୍ନତି ବିଷୟରେ ଆଲୋଚନା ହୋଇଥିଲା ।
ୱାଟର ସ୍କାଭେଞ୍ଜର ହଣ୍ଟ, ପିକ୍ ଆଣ୍ଡ ଷ୍ଟିକ୍, ନେଚର ବ୍ରାସଲେଟ, ମ୍ୟୁଜିକାଲ ମ୍ୟାଥ୍, ରାଇଟ୍ ୱିଥ୍ ମ୍ୟାଜିକ୍, ଇମୋସନ ଟ୍ରି, ଫ୍ରିଜ୍ ଡାନ୍ସ, ଡିଯ୍ ଦ ଟାର୍ଗେଟ ଭଳି ବିଭିନ୍ନ କାର୍ଯ୍ୟକଳାପରେ ଭାଗ ନେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ କୃଷ୍ଣପ୍ରିୟା ଷଡ଼ଙ୍ଗୀ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଅରୁଣ କୁମାର ଲେଙ୍କା, ବିଭୂତି ଭୂଷଣ ସ୍ୱାଇଁ, ଶାଶ୍ୱତୀ ସାମନ୍ତ, ଗାୟତ୍ରୀ ମହାପାତ୍ର, ତୀର୍ଥ ଚନ୍ଦନ ପ୍ରଧାନ, ସୁଶାନ୍ତ କୁମାର ମହାପାତ୍ର ଆଦି ସଫଳତାର ସହିତ ସମନ୍ୱୟ କରିଥିଲେ ।
