ବେଦାନ୍ତ ଆଲୁମିନିୟମ ଝାରସୁଗୁଡାର ଗ୍ରାମୀଣ ଅଂଚଳରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିଛି
ଭୁବନେଶ୍ୱର: ଝାରସୁଗୁଡା ସହର ଚାରିପାଖରେ ଥିବା ଆଭ୍ୟନ୍ତରୀଣ ଗ୍ରାମଗୁଡ଼ିକରେ, ଉପଯୁକ୍ତ ସ୍ୱାସ୍ଥ୍ୟସେବା ଉପଲବ୍ଧତା କେତେକ ସମୟରେ ଏକ ଚ୍ୟାଲେଞ୍ଜ ହୋଇପାରେ । ସହରାଂଚଳ କେନ୍ଦ୍ରରୁ ଦୂରତା, ସୀମିତ ରୋଗ ନିର୍ଣ୍ଣୟ ସୁବିଧା ଏବଂ ସ୍ୱାସ୍ଥ୍ୟ ସଚେତନତାରେ ବ୍ୟବଧାନ ହେଉଛି ସମୟୋଚିତ ଚିକିତ୍ସା ବିଳମ୍ବ କରୁଥିବା କାରଣ । ଏହି ବାସ୍ତବତାକୁ ପରିବର୍ତନ କରିବାକୁ ବେଦାନ୍ତ ଆଲୁମିନିୟମ କାର୍ଯ୍ୟ ଜାରିରଖିଛି ।
ନିରନ୍ତର ସମ୍ପ୍ରଦାୟ ସମ୍ପୃକ୍ତି ଏବଂ ଜନସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କ ସହିତ ରଣନୈତିକ ସହଭାଗୀତା ମାଧ୍ୟମରେ, କମ୍ପାନୀ ଏହି ଅଂଚଳରେ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ସ୍ଥିର ଭାବରେ ସୁଦୃଢ଼ କରିଆସୁଛି, ଯେଉଁମାନଙ୍କୁ ସବୁଠାରୁ ଅଧିକ ଆବଶ୍ୟକତା ଅଛି ସେମାନଙ୍କ ନିକଟରେ ଅତ୍ୟାବଶ୍ୟକ ସେବା ପହଂଚାଇଛି ।
ସାମ୍ପ୍ରତିକ ଏକ ସପ୍ତାହ ଧରି ଚାଲିଥିବା ସମ୍ପ୍ରଦାୟ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଏହି ପ୍ରୟାସର ଉଦ୍ଦେଶ୍ୟକୁ ପ୍ରତିଫଳିତ କରିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହିତ ମିଳିତ ଭାବରେ ୨୮ ଟି ଗ୍ରାମରେ ପରିଚାଳିତ ଏହି ପଦକ୍ଷେପ ୨,୦୦୦ ରୁ ଅଧିକ ଲୋକଙ୍କ ନିକଟରେ ପହଂଚିଛି, ଯକ୍ଷ୍ମା ସଚେତନତା, ପ୍ରତିରୋଧକ ସ୍ୱାସ୍ଥ୍ୟସେବା, ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଏବଂ ଉପଲବ୍ଧ ସାର୍ବଜନୀନ ସ୍ୱାସ୍ଥ୍ୟ ସହାୟତା ପ୍ରଣାଳୀ ସହିତ ସମ୍ପ୍ରଦାୟମାନଙ୍କୁ ପରିଚିତ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଏକକାଳୀନ ହସ୍ତକ୍ଷେପ ପରିବର୍ତେ ଏକ ଚାଲୁଥିବା ସମ୍ପର୍କ ଭାବରେ ଡିଜାଇନ୍ କରାଯାଇଥିବା, ଏହି ପଦକ୍ଷେପଗୁଡ଼ିକୁ କମ୍ପାନୀର ବ୍ୟାପକ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମରେ ସମନ୍ୱିତ କରାଯାଇଛି ଯାହା ସଚେତନତା, ପ୍ରବେଶ ଏବଂ ସୁଲଭତାକୁ ମିଶ୍ରଣ କରେ, ବିଶେଷକରି ଗ୍ରାମାଂଚଳରେ ।
ବେଦାନ୍ତର ମୋବାଇଲ୍ ହେଲ୍ଥ ୟୁନିଟ୍ (ଏମଏଚୟୁ) ପଦକ୍ଷେପ ଏହି ପ୍ରୟାସର ଏକ ପ୍ରମୁଖ ଦିଗ, ଯାହା ଗ୍ରାମାଂଚଳର ଘରର ଦ୍ୱାରଦେଶରେ ସିଧାସଳଖ ପ୍ରାଥମିକ ସ୍ୱାସ୍ଥ୍ୟସେବା ପହଂଚାଇଥାଏ । ଆର୍ôଥକ ବର୍ଷ ୨୫ ରେ, କମ୍ପାନୀର ଏମଏଚୟୁ ଗୁଡ଼ିକ ୨୦,୦୦୦ ରୁ ଅଧିକ ହିତାଧିକାରୀଙ୍କୁ ମାଗଣା ପ୍ରାଥମିକ ସ୍ୱାସ୍ଥ୍ୟସେବା ସେବା ପ୍ରଦାନ କରିଥିଲେ । ପରାମର୍ଶ ଏବଂ ଔଷଧ ବ୍ୟତୀତ, ଏମଏଚୟୁଗୁଡ଼ିକ ନିରନ୍ତର ସ୍ୱାସ୍ଥ୍ୟ ଶିକ୍ଷା ପାଇଁ ଏକ ପ୍ଲାଟଫର୍ମ ।
ସେହି ସମୟ ମଧ୍ୟରେ, ଏମଏଚୟୁ କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକଳାପ ୧.୧୪ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଂଚିଥିଲା, ଯେଉଁଥିରେ ସ୍ୱଚ୍ଛତା ଏବଂ ପରିମଳ, ସଂକ୍ରାମକ ଏବଂ ଅଣ-ସଂକ୍ରାମକ ରୋଗର ନିବାରଣ, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ପୁଷ୍ଟିସାର, ଡେଙ୍ଗୁ-ମ୍ୟାଲେରିଆ ନିବାରଣ, କୃମିମୁକ୍ତି ଏବଂ ସାମଗ୍ରିକ ସୁସ୍ଥତା ସମେତ ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ହୋଇଥିଲା । ଏକତ୍ର, ଏହି ଅଧିବେଶନଗୁଡ଼ିକ ସ୍ୱାସ୍ଥ୍ୟ ସାକ୍ଷରତାରେ ଉନ୍ନତି ଆଣିବା ଏବଂ ସମ୍ପ୍ରଦାୟ ମଧ୍ୟରେ ସକ୍ରିୟ ସ୍ୱାସ୍ଥ୍ୟ-ଖୋଜିବା ଆଚରଣକୁ ଉତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ସମାଜ କଲ୍ୟାଣ ପ୍ରତି କମ୍ପାନୀର ଆଭିମୁଖ୍ୟ ବ୍ୟାଖ୍ୟା କରି, ବେଦାନ୍ତ ଝାରସୁଗୁଡାର ସିଇଓ ସି ଚନ୍ଦ୍ରୁ କହିଛନ୍ତି, \”ଆମର ସମାଜ ବିକାଶ ପଦକ୍ଷେପଗୁଡ଼ିକ ଏହି ବିଶ୍ୱାସରେ ମୂଳ ଯେ ସୁଗମ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟସେବା ହେଉଛି ଶକ୍ତିଶାଳୀ ସମାଜ ଗଠନ ପାଇଁ ମୌଳିକ । ଆମର ମୋବାଇଲ୍ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ଦ୍ୱାରଦେଶ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଉନ୍ନତ ରୋଗ ନିର୍ଣ୍ଣୟ ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ, ଆମେ ପ୍ରାରମ୍ଭିକ ହସ୍ତକ୍ଷେପକୁ ସକ୍ଷମ କରିବା ଏବଂ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଫଳାଫଳକୁ ଉନ୍ନତ କରିବା ପାଇଁ ପ୍ରତିବଦ୍ଧ ।\”
ଏହାର ତୃଣମୂଳ ସ୍ତରରେ ପହଂଚକୁ ପରିପୂରକ କରି, କମ୍ପାନୀ ଏହି ଅଂଚଳରେ ରୋଗ ନିର୍ଣ୍ଣୟ ଭିତିଭୂମିକୁ ସୁଦୃଢ଼ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିବେଶ କରିଛି । ଝାରସୁଗୁଡାରେ ଏହାର ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ୍ କେନ୍ଦ୍ର ବ୍ୟାପକ ପାଥୋଲୋଜି ସେବା, ଡାକ୍ତରୀ ପରାମର୍ଶ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟ ସ୍କ୍ରିନିଂ ସହିତ ଏମଆରଆଇ, ସିଟିସ୍କାନ୍, ଏକ୍ସ-ରେ ଏବଂ ଅଲ୍ଟ୍ରାସାଉଣ୍ଡ ଭଳି ଉନ୍ନତ ସୁବିଧା ପ୍ରଦାନ କରେ । ଆର୍ôଥକ ବର୍ଷ ୨୫ ରେ, କେନ୍ଦ୍ରଟି ଝାରସୁଗୁଡା ଜିଲ୍ଲା ଏବଂ ବାହାରର ୫୭,୦୦୦ ରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରିଥିଲା ।
କମ୍ପାନୀର ମୋବାଇଲ୍ ହେଲ୍ଥ ୟୁନିଟ୍ (ଏମଏଚୟୁ) ଦଳର ସଦସ୍ୟ ଡକ୍ଟର ମୋହନ ରାଜ ସିଂଘାରିଆ ନିରନ୍ତର ସମ୍ପ୍ରଦାୟ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି, \”ସାମ୍ପ୍ରଦାୟ ସଚେତନତା ଚିକିତ୍ସା ଚ୍ୟାଲେଞ୍ଜକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯେତେବେଳେ ଲୋକମାନେ ଭଲ ଭାବରେ ଅବଗତ ହୁଅନ୍ତି, ଏହା ଉନ୍ନତ ସ୍ୱାସ୍ଥ୍ୟ ଫଳାଫଳ ଆଡ଼କୁ ନେଇଯାଏ । ଶିଳ୍ପ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ନିରନ୍ତର ସହଯୋଗ ତୃଣମୂଳ ସ୍ତରରେ ଏକ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିପାରେ ।\”
ଲକ୍ଷ୍ୟବଦ୍ଧ ପ୍ରସାର, ଦୃଢ଼ ସ୍ୱାସ୍ଥ୍ୟସେବା ଭିତିଭୂମି ଏବଂ ସ୍ଥିର ସହଭାଗୀତା ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ୍ ସ୍ୱାସ୍ଥ୍ୟସେବା ସଚେତନତା ଏବଂ ପ୍ରବେଶକୁ ଉନ୍ନତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଚାଲିଛି, ଏହା ନିଶ୍ଚିତ କରୁଛି ଯେ ଗୁଣାତ୍ମକ ଚିକିତ୍ସା ସେବା ଶେଷ ମାଇଲ ପର୍ଯ୍ୟନ୍ତ ପହଂଚିିବ, ଯେଉଁଠାରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।
