ଜିଲେଟ୍ ଇଣ୍ଡିଆ ଏବଂ ଅଭିଷେକ ଶର୍ମାଙ୍କ ମିଳିତ ସହଯୋଗରେ ଶେଭିଙ୍ଗ ଅଭିଜ୍ଞତାକୁ ଏକ ନୂଆରୂପ ଦେଲା ଅଲ-ନିଉ ଜିଲେଟ୍ ଗାର୍ଡ଼ ୩-ଇନ-୧
ମୁମ୍ବାଇ : ଭାରତୀୟ ଯୁବପିଢ଼ୀଙ୍କୁ ଉନ୍ନତମାନର ଗ୍ରୁମିଙ୍ଗ ଉପଚାରକୁ ପ୍ରଦାନ କରିବା ପ୍ରତିଶ୍ରୁତିକୁ ଦୋହରାଇ, ଜିଲେଟ୍ ପକ୍ଷରୁ ଅଭିଷେକଶର୍ମାଙ୍କୁ ନେଇ ଏକ ନୂତନ ଅଭିଯାନ ମାଧ୍ୟମରେ ଅଲ-ନିଉ ଜିଲେଟ୍ଗାର୍ଡ଼ ୩-ଇନ-୧ର ଶୁଭାରମ୍ଭ କରାଯାଇଛି । ଗାର୍ଡ଼ ୩-ଇନ-୧ ହେଉଛି ଭାରତୀୟ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଏକ ଉଚ୍ଚ-କ୍ଷମତାସମ୍ପନ୍ନ ଅପଗ୍ରେଡ଼ । ଏହି ନୂତନତ୍ୱର ମୁଖ୍ୟ ଚେହେରା ଭାବେ ଅଭିଷେକ “ବଡେ ଲିଗ୍ କା ଶେଭ୍” ଅଭିଯାନରେ ନଜର ଆସିଛନ୍ତି, ଯାହା ନୂତନ ପିଢ଼ୀର ପୁରୁଷମାନଙ୍କୁ ସାଧାରଣ ଶେଭିଙ୍ଗରୁ ଉର୍ଦ୍ଧ୍ୱକୁ ଯାଇ ଏକ ଆତ୍ମବିଶ୍ୱାସୀ ଓ ଉନ୍ନତ ଗ୍ରୁମିଙ୍ଗ ଅଭିଜ୍ଞତା ଆପଣାଇବାକୁ ଉତ୍ସାହିତକରୁଛି ।
ଜିଲେଟ୍ ଗାର୍ଡ଼ ୩-ଇନ-୧ ହେଉଛି ଯୁବ ଭାରତର ଆକାଂକ୍ଷାର ଏକ ପ୍ରତିଫଳନ-ସେହି ପୁରୁଷମାନଙ୍କ ପାଇଁ ଯେଉଁମାନେ “ଚଳିବ ବୋଲି” ସାଧାରଣ ସମାଧାନରୁ ବାହାରି ଏକ ଉନ୍ନତ ଗ୍ରୁମିଙ୍ଗ ଅଭିଜ୍ଞତା ଚାହୁଁଛନ୍ତି । ଅଭିଷେକ ଶର୍ମାଙ୍କ ନେତୃତ୍ୱରେ ଏହି ଅଭିଯାନ ଉତ୍ପାଦକୁ ପ୍ରଗତିର ଏକ ପ୍ରତିକଭାବରେ ଉପସ୍ଥାପିତ କରୁଛି, ଯାହା ଗ୍ରାହକଙ୍କୁ ଜୀବନର ବଡ଼ ସୁଯୋଗ ପାଇଁ ଆତ୍ମ ବିଶ୍ୱାସର ସହ ପ୍ରସ୍ତୁତ ରହିବାରେ ସାହାଯ୍ୟ କରିବ । ଏହି ଅନନ୍ୟ ତିନୋଟି ପ୍ଲାଟିନମ-କୋଟେଡ ବ୍ଲେଡ଼, ଆଣ୍ଟି-ସ୍ଲିପ ରବର ଗ୍ରିପ୍ ହ୍ୟାଣ୍ଡେଲ ଏବଂ ଆକ୍ୱାଜେଲ୍ ଲୁବ୍ରାଷ୍ଟ୍ରିପ ସହିତ, ଜିଲେଟ୍ଗାର୍ଡ଼ ୩-ଇନ-୧ ଏହାର ମୁଖ୍ୟ ପ୍ରତିଶ୍ରୁତି ପୂରଣକରୁଛି “ଏକ ଷ୍ଟ୍ରୋକ୍ ମେ ସ୍ମୁଥ୍ ଶେଭ, ବିନା କଟେ, ବିନା ଜଲେ” ।
ଭାରତର ଜଣେ ଅତି ପ୍ରତିଭାଶାଳୀ ଯୁବ କ୍ରିକେଟର ଭାବରେ ଅଭିଷେକ ଶର୍ମା ସେହି ନୂତନ ପିଢ଼ୀର ପ୍ରତିନିଧିତ୍ୱ କରନ୍ତି, ଯେଉଁମାନେ ନିରନ୍ତର ପରବର୍ତ୍ତୀ ସଫଳତା ପାଇଁ ଚେଷ୍ଟା କରୁଛନ୍ତି – ଯାହା ତାଙ୍କୁ ଏହି ଅଭିଯାନ ପାଇଁ ଏକ ଯୋଗ୍ୟ ଚେହେରା ଭାବେ ଗଢ଼ି ତୋଳିଛି । ନିଜର ଚିନ୍ତାଧାରା ବ୍ୟକ୍ତ କରି ଅଭିଷେକ କହିଛନ୍ତି, “ଆଜିର ପ୍ରତ୍ୟେକ ଯୁବକ ନିଜ ଜୀବନର ପରବର୍ତ୍ତୀସ୍ତରକୁ ଯିବା ପାଇଁ କଠିନ ପରିଶ୍ରମ କରୁଛନ୍ତି – ସେ ଖେଳ ହେଉ, କ୍ୟାରିୟର ହେଉକି ମ୍ବାସାଧାରଣ ଜୀବନ ହେଉ । ମୋ ପାଇଁ, ନିଜକୁ ଆତ୍ମବିଶ୍ୱାସୀ ଏବଂ ମ୍ୟାଚ ପ୍ରସ୍ତୁତ ଅନୁଭବ କରିବାରେ ଗ୍ରୁମିଙ୍ଗ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ । ଜିଲେଟ ଗାର୍ଡ଼ ୩-ଇନ-୧ ବାସ୍ତବରେ ଅଲଗା, କାରଣ ଏହା କୌଣସି କଟା – ଚିରା କିମ୍ବା ଜଳାପୋଡ଼ାରଚିନ୍ତ । ନ ଥାଇମାତ୍ରଗୋଟିଏଷ୍ଟ୍ରୋକରେସ୍ମୁଥ୍ ଶେଭ ଦେଇଥାଏ ।ଏହା ନିଶ୍ଚିତ ଭାବରେ ଏକ ପାଦ ଆଗକୁ ଯାଇ ଏବଂ ବଡ଼େଲିଗ୍କାଶେଭର ପ୍ରକୃତ ଅର୍ଥକୁ ପରିପ୍ରକାଶ କରିଥାଏ ।”
ଶୁଭାରମ୍ଭ ଅବସରରେ ମନ୍ତବ୍ୟ ରଖି କପିଲ ଶର୍ମା, ଉପସଭାପତି ଏବଂ କ୍ୟାଟେଗୋରୀ ହେଡ଼ ଅଫ ଗ୍ରୁମିଙ୍ଗ, ଜିଲେଟ୍ ଇଣ୍ଡିଆ କହିଛନ୍ତି, “ଜିଲେଟ୍ଗାର୍ଡ଼ ୩-ଇନ-୧ ମାଧ୍ୟମରେ ଆମେ ସେହିଲକ୍ଷଲକ୍ଷ ଯୁବକଙ୍କ ପାଇଁ ଏକ ଅପଗ୍ରେଡ଼ ଆଣିଛୁ, ଯେଉଁମାନେ ସାଧାରଣ ଗ୍ରୁମିଙ୍ଗର ଉର୍ଦ୍ଧ୍ୱକୁ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି । ଭାରତୀୟ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ଏହି ଉତ୍ପାଦ, ଏକ ସୁଲଭ ମୂଲ୍ୟରେ ୩-ବ୍ଲେଡ଼ ଶେଭିଙ୍ଗର କ୍ଷମତା ପ୍ରଦାନ କରେ – ଯାହା ଦ୍ୱାରା ସମଗ ୍ରଭାରତରେ ଅଧିକରୁ ଅଧିକ ଗ୍ରାହକ କୌଣସି କ୍ଷତ ନଥାଇ ଏକ ସ୍ମୁଥ ଏବଂ କ୍ଲୋଜ ଶେଭ ପାଇ ପାରିବେ । ଅଭିଷେକ ଶର୍ମାଙ୍କସହ ଆମର ସହଭାଗୀତା ଯୁବଭାରତର ମାନସିକତାକୁ ପ୍ରତିଫଳିତ କରେ – ଯିଏକି ମହତ୍ୱାକାଂକ୍ଷୀ, ବିକଶିତ ଏବଂ ବଡ଼ ଲିଗ୍ ରେ ପାଦ ଦେବା ପାଇଁସମ୍ପୂର୍ଣ୍ଣ ପ୍ରସ୍ତୁତ ।” ଏହି ଅଭିଯାନକୁ ଏକ ପ୍ରଭାବଶାଳୀ ୩୬୦ଂ ରୋଲ-ଆଉଟମାଧ୍ୟମରେସାରା ଦେଶରେ ପହଞ୍ଚାଯିବ, ଯେଉଁଥିରେ ଅଭିଷେକ ଶର୍ମାଙ୍କୁନେଇ ପ୍ରସ୍ତୁତ ଏକ ଡ଼ିଜିଟାଲ ଚଳଚ୍ଚିତ୍ର ସହିତ ବିଭିନ୍ନ ଅନ-ଗ୍ରାଉଣ୍ଡ କାର୍ଯ୍ୟକ୍ରମ ସାମିଲ ରହିବ ।
