ବାଲିମୁଣ୍ଡାରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ମଲ୍ଟି ସ୍ପେସାଲିଷ୍ଟ ସ୍ୱାସ୍ଥ୍ୟ ଶିବିର

0
IMG-20260326-WA0007

ଧାମରା, ୨୬.୦୩.୨୦୨୬: ଆଦାନୀ ଧାମରା ପୋର୍ଟର ସିଏସ୍‌ଆର୍ ବିଭାଗ ଆଦାନୀ ଫାଉଣ୍ଡେସନ ପକ୍ଷରୁ ବାଲିମୁଣ୍ଡାସ୍ଥିତ ଆଦାନୀ ଭବନଠାରେ ଏକ ମଲ୍ଟି ସ୍ପେସାଲିଷ୍ଟ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଶିବିରରେ ନନ୍ଦପାଟଣା, ଚେନାଖିଆ, ଚାରିଟିକିରା, ଦିପୌରା ଗ୍ରାମର ପ୍ରାୟ ୩୧୨ ଜଣ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା ପରାମର୍ଶ ଦେବା ସହ ଔଷଧ ବଣ୍ଟନ କରିଥିଲେ । ଶିବିରରେ ବାଲିମୁଣ୍ଡା ଗ୍ରାମପଞ୍ଚାୟତର ସମିତି ସଦସ୍ୟ ଏବଂ ଆଦାନୀ ଫାଉଣ୍ଡେସନର ଅଧିକାରୀମାନେ ଉପସ୍ଥିତ ରହି ରୋଗୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ଭେଷଜ, ଅସ୍ଥିଶଲ୍ୟ, ଏବଂ ଚର୍ମ ବିଶେଷଜ୍ଞମାନେ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଉପଯୁକ୍ତ ଔଷଧ ସେବନର ପରାମର୍ଶ ଦେଇଥିଲେ ।


ନିକଟ ଅତୀତରେ ବାଲିମୁଣ୍ଡାଠାରେ ଉଦ୍‌ଘାଟିତ ହୋଇଥିବା ଆଦାନୀ ଭବନ ଗୋଷ୍ଠୀ ସ୍ୱାସ୍ଥ୍ୟ ଶିବିର, ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନରେ ଏକ ପ୍ରଭାବଶାଳୀ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରୁଅଛି । ଏହି ଭବନ ମାଧ୍ୟମରେ ସ୍ୱାସ୍ଥ୍ୟସେବାକୁ ଗ୍ରାମୀଣ ସ୍ତରରେ ଅଧିକ ସୁଗମ, ସୁଲଭ ଓ ସଂଗଠିତ ଭାବେ ପହଞ୍ଚାଇବା ସମ୍ଭବ ହୋଇପାରୁଛି । ଆଗାମୀ ଦିନରେ ଗ୍ରାମପଞ୍ଚାୟତ ସ୍ତରରେ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସାମାଜିକ ସଚେତନତା ସମ୍ବନ୍ଧିତ ବିଭିନ୍ନ ପ୍ରୟାସଗୁଡ଼ିକରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଆଦାନୀ ଭବନ ।

Leave a Reply

Your email address will not be published. Required fields are marked *