ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଓଡ଼ିଶାର ପ୍ରଥମ ସମ୍ପୂର୍ଣ୍ଣ ମହିଳା ଶକ୍ତି ୟୁନିଟ ସ୍ଥାପନ କରିଛି
ଏହାର ସମଗ୍ର ମହିଳା ବୈଷୟିକ ଦଳ ୧୩୫ ମେଗାୱାଟ କ୍ଷମତାର ବିଦ୍ୟୁତ ୟୁନିଟ ପରିଚାଳନା କରିବାକୁ ପ୍ରସ୍ତୁତ
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ପ୍ରଥମ ସଂପୂର୍ଣ୍ଣ ମହିଳା ଶକ୍ତି ପରିଚାଳନା ଦଳ ନିୟୋଜନ କରିଛି। ଯେଉଁମାନେ ବିଶ୍ୱର ବୃହତ ଆଲୁମିନିୟମ ପ୍ଲାଂଟ ଝାରସଗୁଡ଼ାରେ ୧୩୫ ମେଗାୱାଟ ବିଦ୍ୟୁତ ୟୁନିଟ ପରିଚାଳନା ଦାୟିତ୍ୱରେ ରହିବେ। ୨୦୨୬ ମହିଳା ଦିବସ ପୂର୍ବରୁ ଏହା ଭାରତର ଖଣି ଏବଂ ଧାତୁ ଶିଳ୍ପ ମଧ୍ୟରେ ଅଧିକ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବ।
ଆଧୁନିକ ଆଲୁମିନିୟମ ସ୍ମେଲଟରଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବା ଲାଗି ଏକ ନିରନ୍ତର ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ଦରକାର, ଯାହା ଆଲୁମିନିୟମ ଉତ୍ପାଦନ ଲାଗି ଗୁରୁତ୍ୱପୂର୍ଣ୍ଣ। ଝାରସୁଗୁଡ଼ାରେ ଥିବା ବେଦାନ୍ତ ଆଲୁମିନିୟମର ମେଗା ପ୍ଲଂଟର ବିଦ୍ୟୁତ ଉତ୍ପାଦନ କ୍ଷମତା ୩୬୧୫ ଏମଡବୁଲ୍ୟ, ଯେଉଁଥିରୁ ୬୦୦ ମେଗାୱାଟ ପ୍ରତ୍ୟେକ ୪ ୟୁନିଟ ଓ ୧୩୫ ମେଗାୱାଟ ପ୍ରତ୍ୟେକ ୯ ୟୁନିଟ ରହିଛି। ଏବେ ୧୩୫ ମେଗାୱାଟ ତାପଜ ବିଦ୍ୟୁତ କେନ୍ଦ୍ରର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବାକୁ ପ୍ରସ୍ତୁତ।
ବ୍ୟବସାୟିକ ଅଂଶୀଦାର ଏନଜିଏସଏଲ ସହଭାଗିତାରେ ନିଆଯାଇଥିବା ଏକ ପଦକ୍ଷେପରେ ଯୋଗ୍ୟ ମହିଳା ଇଂଜିନିୟର, ଟର୍ବାଇନ ଅପରେଟର, ମିଲ ଅପରେଟର ଓ ଅନ୍ୟାନ୍ୟଙ୍କୁ ନେଇ ବିଭିନ୍ନ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଦାୟିତ୍ୱ ଦିଆଯାଇଛି। ସେମାନେ ଶ୍ରେଣୀଗୃହ ଭିତିକ ବୈଷୟିକ, କାର୍ଯ୍ୟକ୍ଷମ ଓ ନେତୃତ୍ୱ କ୍ଷମତାର ଏକ ଛଅମାସିଆ ତାଲିମ ଗ୍ରହଣ କରିବେ।
ଏହି ମାଇଲଖୁଂଟ ବିଷୟରେ ମତ ଦେଇ, ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଏହି ପଦକ୍ଷେପ ଦର୍ଶାଉଛି ଯେ ମହିଳାମାନେ କେବଳ ଭାରୀ ଶିଳ୍ପରେ ଅଂଶଗ୍ରହଣ କରୁନାହାଁନ୍ତି ବରଙ୍ଗ ସେମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନେତୃତ୍ୱ ମଧ୍ୟ ନେଉଛନ୍ତି। ଏକ ସମ୍ପୂର୍ଣ୍ଣ ମହିଳା ଟିମକୁ ୧୩୫ ମେଗାୱାଟ ବିଦ୍ୟୁତ୍ ୟୁନିଟ୍ ପ୍ରଦାନ କରିବା ଆମର ବିଶ୍ୱାସକୁ ପ୍ରତିଫଳିତ କରିବା ସହେିତ କ୍ଷମତା ନେତୃତ୍ୱକୁ ପରିଭାଷିତ କରିଛି। ୨୦୩୦ ସୁଦ୍ଧା ଆମେ ୩୦% ମହିଳା ପ୍ରତିନିଧିତ୍ୱ ଆଡକୁ ଅଗ୍ରସର ହେଉଥିବାରୁ ଆମେ ଭାରତରେ ଅନ୍ତର୍ଭୁକ୍ତ ଶିଳ୍ପ ଅଭିବୃଦ୍ଧି ପାଇଁ ମାନଦଣ୍ଡ ସ୍ଥାପନ କରିବାକୁ ଆମେ ପ୍ରତିବଦ୍ଧ ଅଟୁ।”
ଓଡିଶା ଅର୍ଥନୈତିକ ସର୍ଭେ ୨୦୨୫-୨୬ ଅନୁଯାୟୀ, ରାଜ୍ୟର ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୦୨୨ ରେ ୩୭.୬% ରୁ ବୃଦ୍ଧି ପାଇ ୨୦୨୪ ରେ ୪୮.୭% ହୋଇଛି, ଯାହାକି ଜାତୀୟ ହାରକୁ ଅତିକ୍ରମ କରିଛି। ଏହି ଗତି ସହିତ ବେଦାନ୍ତ ଆଲୁମିନିୟମ ମୁଖ୍ୟ ଶିଳ୍ପ କାର୍ଯ୍ୟରେ ମହିଳାମାନଙ୍କ ଉନ୍ନତି ପାଇଁ ଅର୍ଥପୂର୍ଣ୍ଣ ପଥ ସୃଷ୍ଟି କରି ଲିଙ୍ଗ ବିବିଧତାକୁ ସ୍ଥିର ଭାବରେ ଆଗକୁ ବଢ଼ାଉଛି। ଝାରସୁଗୁଡାରେ, ଏଥିରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ମହିଳା ପଟଲାଇନ୍ ଦଳ, କମ୍ପାନୀର ପ୍ରଥମ ସମ୍ପୂର୍ଣ୍ଣ ମହିଳା ଲୋକୋମୋଟିଭ୍ କ୍ରୁ ଏବଂ ଅଗ୍ନିବାହିନୀ, ଏହାର ସମ୍ପୂର୍ଣ୍ଣ ମହିଳା ଅଗ୍ନିଶମ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦଳ ଭଳି ଅଗ୍ରଣୀ ମାଇଲଖୁଂଟ ଅନ୍ତର୍ଭୁକ୍ତ, ଏହା ସହିତ ଶ୍ରୀ ଶକ୍ତି ପଦକ୍ଷେପ ମାଧ୍ୟମରେ ମହିଳା କର୍ମଚାରୀମାନଙ୍କୁ ରାତ୍ରିକାଳିନ ସିଫ୍ଟ କାର୍ଯ୍ୟରେ ସାମିଲ କରିବାରେ ଓଡ଼ିଶାର ପ୍ରଥମ କମ୍ପାନୀ। ଏହା ବ୍ୟତୀତ ଉପଯୁକ୍ତ ଅଭିବୃଦ୍ଧି ପଦକ୍ଷେପ ମାଧ୍ୟମରେ ଉଚ୍ଚ ସମ୍ଭାବ୍ୟ ମହିଳା ନେତାଙ୍କୁ ଚିହ୍ନଟ ଏବଂ ବିକଶିତ ମଧ୍ୟ କରାଯାଉଛି।
