ସମାପ୍ତ ହେଲା ୧୪୧ କୁଣ୍ଡିୟ ମା ବଗଳାମୁଖୀ ବିଶ୍ଵଶାନ୍ତି ମହାଯଜ୍ଞ
ପିପିଲି, ଦାଣ୍ଡମୁକୁନ୍ଦପୁର, ପ୍ରବାହ ନ୍ୟୁଜ୍ : ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁର ଗ୍ରାମର ମା ବଗଲାମୁଖୀ ପୀଠ ଠାରେ ଚଳିତ ରବିବାର ୧୫ ତାରିଖ ଠାରୁ ସପ୍ତାହ ବ୍ୟାପି ୧୪୧ କୁଣ୍ଡିୟ ନିଖିଳ ବ୍ରହ୍ମ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ଯଜ୍ଞ ଆନନ୍ଦ ଉଲ୍ଲାସର ସହିତ ସମାପ୍ତ ହୋଇଛି।
ପୂର୍ଣ୍ଣାହୁତି ଦିବସରେ ଅପରାହ୍ନରେ ଯୋଗଦାନ କରିଥିଲେ ଗହଣ ଦଳର ରାଜା ଶ୍ରୀଯୁକ୍ତ ନରସିଂହ ଦେବ, ବାଜା, ବଣ ସହିତ ବିରାଟ ପଟୁଆରରେ ସଂଗଠନର ୧୬ ମଣ୍ଡଳର ସଦସ୍ୟ ମାନେ ଗୋପାଳ ମନ୍ଦିର ଠାରୁ ଯଜ୍ଞ ସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।
ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ମହାଯଜ୍ଞ ର ପୂର୍ଣ୍ଣାହୁତି, ରାଜ୍ୟର କୋଣ ଅନୁକୋଣ ରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ସାଧୁ, ସନ୍ଥ, ସେବାୟତ, ରାଜନେତା ମାନେ ଯୋଗଦାନ କରିବା ସହିତ ମହାଯଜ୍ଞାରେ ପୂର୍ଣ୍ଣାହୁତି ଏବଂ ପୁଷ୍ପାଞ୍ଜଳି ଦେବା ସହ ମା ବଗଳାମୁଖୀ ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

ଯଜ୍ଞ ସ୍ଥଳର ଆକର୍ଷଣୀୟ ସାଜସଜ୍ଜା ସହିତ ବ୍ରାହ୍ମଣ ମାନଙ୍କର ବେଦ ପାଠ ଏବଂ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୀଠ, ଓଡ଼ିଶାରେ ପ୍ରଥମ ଥର ପାଇଁ ଶୁଭାରମ୍ଭ ହୋଇଥିବା ଏହି ୧୪୧ କୁଣ୍ଡିୟ ମହାଯଜ୍ଞର ଦର୍ଶନ କରିଥିବା ପ୍ରତିଟି ଶ୍ରଦ୍ଧାଳୁଙ୍କ ତୁଣ୍ଡରୁ ଶୁଭୁଥିଲା ଗୋଟିଏ ଶବ୍ଦ ମା ବାଗଳାଙ୍କ ପୀଠରେ ଶ୍ରୀ ଦେବାଶିଷ ନନ୍ଦଙ୍କ ଦ୍ଵାରା ଆୟୋଜିତ ମହାଯଜ୍ଞ ସୃଷ୍ଟିହେଲା ନୂଆ ଈତିହାସ…
ମା ବଗଳାମୁଖୀ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପିପିଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ ଯୋଗଦେଇଥିବା ବେଳେ ତାଙ୍କ ସହିତ ଅଞ୍ଚଳର ସମାଜ ସେବୀ, ଶିକ୍ଷାବିତ୍, ପଣ୍ଡିତ, ସନ୍ଥ ମାନେ ମଞ୍ଚରେ ଉପସ୍ଥିତ ଥିଲେ , ବ୍ରାହ୍ମଣ ମାନଙ୍କର ବେଦ ଧ୍ଵନି ରୁ ଶୁଭାରମ୍ଭ ପରେ ଅନୁଷ୍ଠାନର ପୁରୋଧା ଶ୍ରୀ ଦେବାଶିଷ ନନ୍ଦ ମଞ୍ଚାସିନ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ସହିତ ” ଦଶମହାବିଦ୍ୟା ମା ବଗଳାମୁଖୀ” ସମ୍ମାନରେ ସମ୍ମାନୀତ କରିଥିଲେ।

ମହାଯଜ୍ଞାର ସଫଳତା ପାଇଁ ସମସ୍ତ ବ୍ରାହ୍ମଣ, ଗ୍ରାମବାସୀ, ଶ୍ରଦ୍ଧାଳୁ, ପ୍ରଶାସନିକ ଅଧିକାରୀ ଏବଂ ସହଯୋଗୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ ସହିତ ଆସନ୍ତା ବର୍ଷ ମହାଯଜ୍ଞକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପୁରୀ ଗଜପତିଙ୍କୁ ନିମନ୍ତ୍ରଣ କରାଯିବା ସହିତ ଦାଣ୍ଡମୁକୁନ୍ଦ ପୁରର ଅଧାଗଢ଼ା ଗୋପାଳ ମନ୍ଦିର କିପରି ନିର୍ମାଣ କରାଯିବାକୁ ଆହ୍ବାନ ଦେଇଥିଲେ ଶ୍ରୀଯୁକ୍ତ ନନ୍ଦ।
ମହୋତ୍ସବର ସଫଳତା ପାଇଁ ଶ୍ରୀ ସୁବାଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସିଂହାରୀ ଆଲୋକ ଖୁଣ୍ଟିଆ।
ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରଥମେ ପୁରୀ ଶ୍ୟାମ ଏକାଡେମୀ କଳାକାର ମାନେ ପରିବେଷଣ କରିଥିଲେ ମାଲଖମ୍ବ, ପରେ ପରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବଂ ତାଙ୍କ ଟିମ୍ ଡେରି ରାତ୍ରି ପର୍ଯ୍ୟନ୍ତ ନୃତ୍ୟ ସଙ୍ଗୀତରେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିଥିଲେ।
ହଜାର ହଜାର ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ପ୍ରସାଦ ସେବନ କରି ସୁନ୍ଦର ଅନୁଭୂତି ନେଇ ଫେରିଥିଲେ।
