ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ: ‘ବିଲ୍ ପେ’ ଆଣ୍ଡ୍ ଉଇନ୍‌’ ଯୋଜନାରେ ଟିପିସିଓଡିଏଲ୍‌ର ୫୦୦ ଭାଗ୍ୟଶାଳୀ ଉପଭୋକ୍ତା ପୁରସ୍କାର ପାଇଁ ମନୋନୀତ

0
Pic 2

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଠିକ୍ ସମୟରେ ବିଜୁଳି ବିଲ୍ ପୈଠ କରିବା ଏବଂ ଡିଜିଟାଲ୍ କାରବାରକୁ ବୃଦ୍ଧି କରିବା ପାଇଁ ‘ବିଲ୍ ପେ’ ଆଣ୍ଡ୍ ଉଇନ୍‌’ କାର୍ଯ୍ୟକ୍ରମ ଜାରି ରହିଛି। ବିଶେଷ କରି ଯେଉଁ ଗ୍ରାହକମାନେ କୌଣସି ବକେୟା ନରଖି ନିୟମିତ ଭାବେ ଡିଜିଟାଲ୍ ମାଧ୍ୟମରେ ବିଲ୍ ପୈଠ କରୁଛନ୍ତି, ସେମାନଙ୍କୁ ଏହି ଯୋଜନା ମାଧ୍ୟମରେ ସମ୍ମାନିତ କରାଯାଉଛି। ଏହା ଗ୍ରାହକଙ୍କ ମଧ୍ୟରେ ଆର୍ôଥକ ଶୃଙ୍ଖଳା ଏବଂ ସୁବିଧାଜନକ ପେମେଣ୍ଟ ପ୍ରକ୍ରିୟା ପ୍ରତି ଆଗ୍ରହ ସୃଷ୍ଟି କରୁଛି।

ଗତ ୧୪ ଫେବୃଆରୀ ୨୦୨୬ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜୁଲାଇ ରୁ ଡିସେମ୍ବର ୨୦୨୫ ସମୟ ପାଇଁ ୬ଟି ଭିନ୍ନ ଭିନ୍ନ ବର୍ଗରେ ୫୦୦ ଜଣ ଗ୍ରାହକଙ୍କୁ ପୁରସ୍କାର ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି। ଟିପିସିଓଡିଏଲ୍‌ର ଏମଡିସି ଠାରେ ଆୟୋଜିତ ଏହି ଚୟନ ପ୍ରକ୍ରିୟାରେ ଭୁବନେଶ୍ୱରର ୧୫ ଜଣ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ନିଜର ଅନୁଭୂତି ବାଣ୍ଟି ଗ୍ରାହକ ରାଜେନ୍ଦ୍ର କୁମାର ସ୍ୱାଇଁ କହିଛନ୍ତି ଯେ, “ଡିଜିଟାଲ୍ ପେମେଣ୍ଟ ଅତ୍ୟନ୍ତ ସରଳ ଏବଂ ସୁବିଧାଜନକ। ଆମେ କେବଳ କ୍ୟୁଆର୍ କୋଡ୍ ସ୍କାନ୍ କରି ୟୁପିଆଇ ମାଧ୍ୟମରେ ବିଲ୍ ପୈଠ କରୁଛୁ। କାଗଜ ବିଲ୍ ପରିବର୍ତ୍ତେ ଡିଜିଟାଲ୍ ବିଲ୍ ପାଇଁ ଅତିରିକ୍ତ ରିହାତିର ସୁବିଧା ମଧ୍ୟ ରହିଛି। ଏବେ ଆମେ ଉଭୟ ଆମ ସୋସାଇଟି ଏବଂ ବ୍ୟକ୍ତିଗତ ମିଟର ପାଇଁ ଏହି ସୁବିଧା ବ୍ୟବହାର କରୁଛୁ।”

ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ ସିଂ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ଉନ୍ନତ ସେବା ଯୋଗାଇବା ଏବଂ ସେମାନଙ୍କ ସହ ଏକ ଦୃଢ଼ ସମ୍ପର୍କ ସ୍ଥାପନ କରିବା ପାଇଁ ଆମେ ପ୍ରତିବଦ୍ଧ। ଆମର ‘ବିଲ୍ ପେ ଆଣ୍ଡ୍ ଉଇନ୍‌’ ଯୋଜନା କେବଳ ଡିଜିଟାଲ୍ କାରବାର ବା ଠିକ୍ ସମୟରେ ବିଲ୍ ପୈଠ କରିବାକୁ ପ୍ରୋତ୍ସାହିତ କରୁନାହିଁ ବରଂ ଏହା ଦାୟିତ୍ୱବାନ ଗ୍ରାହକମାନଙ୍କୁ ଏକ ସ୍ୱଚ୍ଛ ପଦ୍ଧତିରେ ଚୟନ କରି ସମ୍ମାନିତ କରିବାର ଏକ ନିଆରା ପ୍ରୟାସ।”

ସୂଚନାଯୋଗ୍ୟ ଯେ, ଜାନୁଆରୀ ରୁ ମାର୍ଚ୍ଚ ୨୦୨୬ ସମୟ ପାଇଁ ‘ମେଗା ବିଲ୍ ପେ’ ଆଣ୍ଡ୍ ଉଇନ୍‌’ ଯୋଜନା ଏବେ ଜାରି ରହିଛି, ଯେଉଁଥିରେ ଗ୍ରାହକମାନେ ଆକର୍ଷଣୀୟ ପୁରସ୍କାର ଏବଂ କ୍ୟାସବ୍ୟାକ୍ ଜିତିବାର ସୁଯୋଗ ପାଇପାରିବେ। ଏହା ସହିତ କମ୍ପାନୀ ପକ୍ଷରୁ ‘ନୋ ଲାଇନ୍ ଜଷ୍ଟ ଅନଲାଇନ୍‌’ ଶୀର୍ଷକ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି, ଯାହା ଗ୍ରାହକଙ୍କୁ ବିନା କୌଣସି ଅସୁବିଧାରେ ଘରେ ବସି ସେବା ପାଇବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *