ଶିଶିର ସରସ ୨୦୨୬ ଚତୁର୍ଥ ଦିନ କର୍ମଶାଳା

0
Image 1

ବଜାର ସଫଳତା ପାଇଁ ପ୍ୟାକେଜିଂର ଗୁରୁତ୍ୱ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭୁବନେଶ୍ୱରସ୍ଥିତ ଇଡ୍‌କୋ ପଡ଼ିଆରେ ଚାଲିଥିବା ବାର୍ଷିକ ଶିଶିର ସରସ-୨୦୨୬ରେ ପ୍ରତିଦିନ କୌଣସି ବିଷୟବସ୍ତୁକୁ ନେଇ କର୍ମଶାଳା ଆୟୋଜନ କରାଯାଉଅଛି,ଯାହାକି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହେଉଛି । ଏହି କ୍ରମରେ ଆଜି ଏହି ମେଳାର ୪ର୍ଥ ଦିନରେ ‘ବଜାର ସଫଳତା ପାଇଁ ପ୍ୟାକେଜିଂ: ଗ୍ରାମୀଣ ପଣ୍ୟର ଶେଲ୍ଫ ଲାଇଫ୍ ବୃଦ୍ଧି, ବ୍ରାଣ୍ଡିଂ ଓ ପ୍ରତିସ୍ପର୍ଦ୍ଧାକୁ ସୁଦୃଢ କରିବା’ ବିଷୟ ଆଧାରିତ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳା ଓର୍‌ମାସ୍ ଦ୍ୱାରା ଆୟୋଜିତ ହୋଇଥିବା ବେଳେ, ମୁମ୍ବାଇସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପ୍ୟାକେଜିଂ (ଆଇଆଇପି) ପକ୍ଷରୁ ବୈଷୟିକ ସହଯୋଗ ମିଳିଥିଲା । ଆଇଆଇପି ର ବିଶେଷଜ୍ଞ ଡ. ବାବୁରାଓ ଗୁଡୁରି ଓ ଡ. ସୁବୋଧ ଜୟକର ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧନ କରି ବୈଜ୍ଞାନିକ ଓ ନୂତନ ପ୍ୟାକେଜିଂ ପଦ୍ଧତି ଦ୍ୱାରା ଉତ୍ପାଦର ସେଲ୍ଫ ଲାଇଫ୍ ବୃଦ୍ଧି, ସୁରକ୍ଷା, ଆକର୍ଷଣୀୟ ବ୍ରାଣ୍ଡ ପରିଚୟ ଓ ଗ୍ରାହକଙ୍କ ଆକର୍ଷଣ ବଢିଥାଏ ବୋଲି ଉଲ୍ଲେଖ କରିଥିଲେ ।

କର୍ମଶାଳାର ଅଧିବେଶନରେ ବିଭିନ୍ନ ଜିଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ଗ୍ରାମୀଣ ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ସହଭାଗୀମାନେ ସକ୍ରିୟ ଭାଗ ନେଇଥିଲେ । ବିଶେଷଜ୍ଞମାନେ ଆଧୁନିକ ପ୍ୟାକେଜିଂ ପଦ୍ଧତି, କମ୍ ଖର୍ଚ୍ଚର ସାମଗ୍ରୀ ବ୍ୟବହାର, ଲେବଲିଂ ମାନଦଣ୍ଡ ଓ ବଜାରମୁଖୀ ଉତ୍ପାଦ ପ୍ରସ୍ତୁତି ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ । ଅଂଶଗ୍ରହଣକାରୀଙ୍କ କ୍ଷମତା ବୃଦ୍ଧି କରି ଗ୍ରାମୀଣ ପଣ୍ୟକୁ ରାଜ୍ୟ ଓ ଜାତୀୟ ସ୍ତରରେ ମାର୍କେଟିଂ ଓ ପ୍ରତିସ୍ପର୍ଦ୍ଧାମନୋଭାବ ଦ୍ୱାରା ଜୀବିକା ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ।

Leave a Reply

Your email address will not be published. Required fields are marked *