ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଇରି)ର ଜାତୀୟ କର୍ମଶାଳାପୁଷ୍ଟିଯୁକ୍ତ ଧାନ ଉତ୍ପାଦନ ଓ ପ୍ରସାର ଉପରେ ଗୁରୁତ୍ୱ

0
IRRi Pic 2


ଭୁବନେଶ୍ୱରପ୍ରବାହ ନ୍ୟୁଜ୍ : ଓଡ଼ିିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ଓଡ଼ିଶାର ଖାଦ୍ୟ ବ୍ୟବସ୍ଥାରେ ପୁଷ୍ଟିଯୁକ୍ତ ଧାନ ଉତ୍ପାଦନ ଓ ପ୍ରସାର ପ୍ରସଙ୍ଗ ଭିତ୍ତିରେ ଜାନୁଆରୀ ୧୨-୧୩ ତାରିଖରେ ଭୁବନେଶ୍ୱରର ମେ’ ଫେୟାର ଲାଗୁନ୍‌ଠାରେ ଦୁଇ ଦିବସୀୟ ଜାତୀୟ କର୍ମଶାଳା ଆୟୋଜିତ ହୋଇଯାଇଛି।
ଏହି କର୍ମଶାଳାରେ ଜାତୀୟ ଓ ଅନ୍ତର୍ଜାତୀୟ କୃଷି ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ସରକାରୀ ଏବଂ ବେସରକାରୀ ବିହନ ଉତ୍ପାଦନକାରୀ ସଂସ୍ଥା, କୃଷକ ଓ ଉତ୍ପାଦକ ସଂଗଠନ, ସ୍ୱୟଂସହାୟକ ଗୋଷ୍ଠୀର କର୍ମକର୍ତ୍ତା, ବିଭିନ୍ନ ଉନ୍ନୟନ ଏବଂ ଗବେଷଣା ସଂସ୍ଥାଗୁଡ଼ିିକ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ଓଡ଼ିଶା ତଥା ସମଗ୍ର ଭାରତରେ ଜିଙ୍କ୍‌, ଲୌହସାର, ପୁଷ୍ଟିସାର, ଲୋ-ଜିଆଇ, କିସମର ଧାନକୁ ସାଧାରଣ ଜନତାଙ୍କ ନିକଟରେ ଆଦୃତ କରାଇବା ନିମନ୍ତେ ଭବିଷ୍ୟତର କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଥିଲେ।
ସାମ୍ପ୍ରତିକ ସମାଜରେ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରତି ଉପଭୋକ୍ତାଙ୍କର ସଚେତନତା ବଢିବା ସହିତ, ସ୍ୱତନ୍ତ୍ର କିସମର ପୁଷ୍ଟିଯୁକ୍ତ ଧାନ କିସମ ଗୁଡ଼ିକ ସ୍ୱାସ୍ଥ୍ୟ ସୁରକ୍ଷାକୁ ବୃଦ୍ଧି କରିବା ସହିତ, ଜଳବାୟୁ ସହନଶୀଳତା ଏବଂ କୃଷକଙ୍କ ଆୟ ବୃଦ୍ଧି କରିଛି। ବାର୍ଷିକ ପ୍ରାୟ ୧୧ମିଲିୟନ୍ ଟନ୍ ଧାନ ଉତ୍ପାଦନ କରି ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ଏଥି ନିମନ୍ତେ ଓଡ଼ିଶା ସରକାରଙ୍କର ଅନ୍ତର୍ଜାତୀୟ ଏବଂ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ସହିତ, ଅନୁବନ୍ଧିତ କରି ବିଶେଷ କରି ଇରି, ସହାୟତାରେ ପୁଷ୍ଟିଯୁକ୍ତ ଧାନର ଗବେଷଣା ସହିତ, ବିଭିନ୍ନ ସରକାରୀ ଏବଂ ବେସରକାରୀ ଫାର୍ମମାନଙ୍କରେ କର୍ମକର୍ତ୍ତାଙ୍କ ସହାୟତାରେ ମୂଲ୍ୟାଙ୍କନ ଏବଂ ବିହନ ଉତ୍ପାଦନ କରାଯାଉଛି। ଏହା ସହ ବ୍ରାଣ୍ଡିଂ ମାଧ୍ୟମରେ ଏହାର ବଜାରୀକରଣ ଦ୍ୱାରା କୃଷକ ଉତ୍ପାଦକ ସଂଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ମାନଙ୍କ ଆୟ ବୃଦ୍ଧି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ।
ଓଡ଼ିଶା କୃଷି ଓ ବୈଷୟକ ମହା ବିଦ୍ୟାଳୟର କୁଳପତି ୍ରଫେସର୍ ପ୍ରଭାତ କୁମାର ରାଉଳ ଏହି କାର୍ମଶାଳାକୁ ଉଦ୍‌ଘାଟନ କରି ପୁଷ୍ଟିଯୁକ୍ତ ଚାଉଳରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଶରୀର ପାଇଁ ଏକାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିବା ସହ ଓଡ଼ିଶା ଖାଦ୍ୟ ଏବଂ କୃଷି ବ୍ୟବସ୍ଥାରେ ଧାନ ଏବଂ ଚାଉଳର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ କୃଷି ବିଭାଗର ନିର୍ଦ୍ଦେଶିକା ଲିଟି ପଟ୍ଟନାୟକ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ଜି. ଏ. କେ କୁମାର ସ୍ୱତନ୍ତ୍ର କିସମର ଧାନକୁ ସବର୍ଭାରତୀୟ ସ୍ତରରେରେ ପଞ୍ଜୀକୃତ କରାଇବା ନିମନ୍ତେ ଜାତୀୟ ଧାନ ଗବେଷଣା କେନ୍ଦ୍ରର ପ୍ରୟାସ ଏବଂ ଇରି, ଓଡ଼ିଶା ବିହନ ନିଗମ, ବିଭିନ୍ନ କୃଷକ ସଂଗଠନମାନଙ୍କ ସହାୟତାରେ ଏହାର ବିସ୍ତାରିକରଣ ପ୍ରକୃତରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେ ବୋଲି କହିଥିଲେ। ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ସାଉଥ୍ ଏସିଆ ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଭାରତର ପ୍ରବନ୍ଧକ ସ୍ୱାତି ନାୟକ ଏହି କର୍ମଶାଳାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଶୁଭସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *