୨୪ ଘଣ୍ଟା ମଧ୍ୟରେ ଡିପିସିଏଲ୍ କାର୍ଗୋ ପରିଚାଳନାରେ ନୂତନ ମାଇଲଖୁଣ୍ଟ
ଧାମରା, ପ୍ରବାହ ନ୍ୟୁଜ୍ : ୨୪ ଘଣ୍ଟା ମଧ୍ୟରେ ୨,୦୩,୪୧୮.୪୫ ମେଟ୍ରିକ ଟନ୍ କାର୍ଗୋ ପରିଚାଳନା କରି ଧାମରା ପୋର୍ଟ ସଫଳତାର ସହ ଆଉ ଏକ ମାଇଲଖୁଣ୍ଟ ହାସଲ କରି ୨ ଲକ୍ଷ ମେଟ୍ରିକ ଟନ୍କୁ ଅତିକ୍ରମ କରିଛି । ଏହି ସଫଳତା ବହୁ ବର୍ଷ ପରେ ଏକ ଉଲ୍ଲେଖନୀୟ ସଫଳତା ଏବଂ ପୋର୍ଟର ବର୍ଦ୍ଧିତ କାର୍ଯ୍ୟଦକ୍ଷତାକୁ ଦର୍ଶାଇଛି । ସଶକ୍ତ ଦଳଗତ କାର୍ଯ୍ୟ, ଉତ୍କୃଷ୍ଟ ଆନ୍ତଃବିଭାଗୀୟ ସମନ୍ୱୟ ଏବଂ ପୋର୍ଟରେ ଥିବା ସମସ୍ତ ବିଭାଗର ଉତ୍ସର୍ଗୀକୃତ ପ୍ରୟାସ ମାଧ୍ୟମରେ ଏହି ମାଇଲଖୁଣ୍ଟ ହାସଲ କରିବା ସମ୍ଭବ ହୋଇପାରିଛି । ତ୍ରୁଟିମୁକ୍ତ ଯୋଜନା, ନିରନ୍ତର ତଦାରଖ ଏବଂ କାର୍ଯ୍ୟକ୍ଷମ ଉର୍ତ୍କତା ପ୍ରତି ଏକ ସମାନ ପ୍ରତିବଦ୍ଧତା ଏହି ସଫଳତା ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଡିପିସିଏଲ୍୍ର ଏହି ସଫଳତା ସୁରକ୍ଷା ଓ ଦକ୍ଷତାର ଉଚ୍ଚ ମାନଦଣ୍ଡ ବଜାୟ ରଖି ଉତ୍ପାଦକତା, ଶୃଙ୍ଖଳିତ କାର୍ଯ୍ୟଧାରା, ଏବଂ ସାମୂହିକ ମନୋବଳ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ । କମ୍ପାନୀର ସମସ୍ତ କର୍ମଚାରୀଙ୍କର ନିଷ୍ଠା, ସହଯୋଗ ଏବଂ ଦାୟିତ୍ୱବୋଧ ଯୋଗୁ ଏହା ସଫଳ ହୋଇପାରିଛି ।
