ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ ଗୁଣାତ୍ମତ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଟିପିଡବ୍ଲୁଓଡିଏଲ ପ୍ରସ୍ତୁତ

0
Pic 2

ବରଗଡ଼,ପ୍ରବାହ ନ୍ୟୁଜ୍ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସହରରେ ଅନେକ ଭିତ୍ତିଭୂମି ସୁଦୃଢ଼ୀକରଣ କାର୍ଯ୍ୟ ସମ୍ପାଦନ କରାଯାଇଅଛି । 

ବିଶ୍ୱରସର୍ବବୃହତମୁକ୍ତାକାଶରଙ୍ଗମଞ୍ଚଭାବେସୁପରିଚିତ ‘ଧନୁଯାତ୍ରା’କୁଦୃଷ୍ଟିରେରଖିମହୋତ୍ସବର ସୁଗମ ପରିଚାଳନାକୁ ସମର୍ଥନ କରିବା ପାଇଁ କମ୍ପାନୀ ପକ୍ଷରୁ ପ୍ରମୁଖ ସ୍ଥାନରେ ନେଟୱାର୍କର ଉନ୍ନତିକରଣ କାର୍ଯ୍ୟ ଏବଂ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ସକ୍ରିୟ ଭାବରେ କାର୍ଯ୍ୟକାରୀ କରାଯାଇଅଛି ।

ସୁଗମ ଭିଡ଼ ପରିଚାଳନା ଏବଂ ଉନ୍ନତ ମଞ୍ଚ ବ୍ୟବସ୍ଥା ପାଇଁ ଗାନ୍ଧୀ ଚୌକଠାରେ ଥିବା ଚାରୋଟି ବିଦ୍ୟୁତ୍ ଖୁଣ୍ଟକୁ ସ୍ଥାନାନ୍ତର କରାଯାଇଅଛି । ସେହିପରିମହୋତ୍ସବ କାର୍ଯ୍ୟକଳାପ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜର୍ଜ ହାଇସ୍କୁଲ ପଡ଼ିଆ ଏବଂ ଅମ୍ବାପାଲିଠାରେ ଥିବା  ଟ୍ରାନ୍ସଫର୍ମରଗୁଡ଼ିକୁ ସ୍ଥାନାନ୍ତର କରାଯାଇଅଛି ।

ସେହିପରିଯାତାୟାତ ସୁବିଧା ପାଇଁ ରାସ୍ତା ପ୍ରଶସ୍ତିକରଣ କାମରେ ମଧ୍ୟ ଅନେକ ବିଦ୍ୟୁତ୍ ଖୁଟି ସ୍ଥାନାନ୍ତର କରାଯାଇଛି ।ଏଥିସହ ଡିଭିଜନ୍ ଅଫିସ ନିକଟସ୍ଥ ପିଏସଏସ୍ ପାଇଁ ବିକଳ୍ପ 33 କେଭି ଲାଇନର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଅଛି । ଯାହା ଆକସ୍ମିକ ପରିସ୍ଥିତିରେ ମଧ୍ୟ ବିଦ୍ୟୁତ୍ ଯୋଗାଣ ଅବିରତ ରହିବାକୁ ସୁନିଶ୍ଚିତ କରାଯାଇଛି।

ଏହା ବ୍ୟତୀତ, କମ୍ପାନୀ ଅଧିକ ଲୋଡ୍ ଚାହିଦାକୁ ପରିଚାଳନା କରିବା ପାଇଁ 11 କେ.ଭିଫିଡର କଣ୍ଡକ୍ଟରଗୁଡ଼ିକୁ ଅପଗ୍ରେଡ୍ କରିଅଛି । ଖୋଲା ଏଲଟି ଲାଇନଗୁଡ଼ିକର କେବୁଲ ପରିବର୍ତ୍ତନ କରାଯାଇଅଛି । ସବଷ୍ଟେସନ ମଧ୍ୟରେ ସନ୍ତୁଳିତ ଲୋଡ୍ ରକ୍ଷା କରିବା ପାଇଁ ଏବଂ ଜନସାଧାରଣଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଟ୍ରାନ୍ସଫରମରଗୁଡ଼ିକର  ଚାରିପାଖରେ ସୀମା ପ୍ରାଚୀର ନିର୍ମାଣ କରାଯାଇଅଛି ।

ଏହି ସକ୍ରିୟ ପଦକ୍ଷେପଗୁଡ଼ିକ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ଗୁଣାତ୍ମକ ବିଦ୍ୟୁତ୍ ପ୍ରଦାନ କରିବା ସହିତ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ସଂରକ୍ଷଣ କରିବା ପାଇଁ ଟିପିଡବ୍ଲୁଓଡିଏଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

Leave a Reply

Your email address will not be published. Required fields are marked *