ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ମୃତ

0
download

ଧର୍ମଶାଳା, (ପ୍ରବାହ ନ୍ୟୁଜ): ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ପଂଚାୟତ ଲକ୍ଷ୍ମୀ ସାହି ଗ୍ରାମ ନିକଟ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତୁ ହୋଇଛି। ମୃତକ ଜଣକ ଲକ୍ଷ୍ମୀ ସାହିର ରଞ୍ଜନ ଗାହାଣ (୫୬) ବୋଲି ଜଣାପଡିଛି । ରଞ୍ଜନ ଆଜି ଦିନ ୨ଟା ସମୟରେ ନିକଟସ୍ଥ କେଲୁଅ ନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ। ଘରକୁ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ତାଙ୍କୁ ପାଇନଥିଲେ । ପରେ ସ୍ଥାନୀୟ ଲୋକେ ଙ୍କ ସହାୟତା ରେ ତାଙ୍କୁ ନଦୀରୁ ଉଦ୍ଧାର କରା୍‌ଯାଇ ତୁରନ୍ତ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଧର୍ମଶାଳା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *