ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୮ଟି ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

ଖୋର୍ଦ୍ଧା :୨୩-୦୪-୨୦୨୧ : କରୋନାର ଦ୍ଵିତୀୟ ଲହରିରେ ଖୋର୍ଦ୍ଧା ସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟ ବାହାରୁ ପ୍ରବାସୀ ଓଡିଆମାନେ ବର୍ତ୍ତମାନ ଘରମୁଁହା ହୋଇଛନ୍ତି ।

ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ।ଏହା ସତ୍ତ୍ୱେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ଉପଖଣ୍ଡର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି।

ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଖୋର୍ଦ୍ଧା, ଚିଲିକା, ବୋଲଗଡ, ଖୋର୍ଦ୍ଧା ବ୍ଲକ ଏବଂ ପୌରାଞ୍ଚଳ ସମେତ ୮ଟି ଅଞ୍ଚଳ କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଶୁକ୍ରବାର ଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ଯନ୍ତ ସପ୍ତାହ ବ୍ଯାପୀ ଏହି କଣ୍ଟେନମେଣ୍ଟ ବଳବତ୍ତର ରହିବ ବୋଲି ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଅଶୋକ ବେହୁରିଆ ଟୁଇଟ କରି ଜଣାଇଛନ୍ତି।

ଖୋର୍ଦ୍ଧା ବ୍ଲକ ଅଧୀନରେ ଆସୁଥିବା ପଲ୍ଲା-ତୋଟାପଡା ପଞ୍ଚାୟତର ପଲ୍ଲା, କେରଙ୍ଗ ପଞ୍ଚାୟତର କେରଙ୍ଗ, ସେହିପରି ଚିଲିକା ବ୍ଲକ ଅଧିନ ବଉଳାବନ୍ଧ ପଞ୍ଚାୟତର ବଉଳାବନ୍ଧ ଗ୍ରାମ, ସିଂଘେଶ୍ବର ପଞ୍ଚାୟତର ଲମ୍ବୋଦରପୁର ଓ ଦୁଆଁଳ, ଅନ୍ୟପଟେ ବୋଲଗଡ଼ ବ୍ଲକର ଅରଖପଲ୍ଲୀ ଓ ତୃତୀୟାପଡା ଗ୍ରାମ ସମେତ ଖୋର୍ଦ୍ଧା ପୋୖରାଞ୍ଚଳର ୧୧ ନମ୍ବର ୱାର୍ଡର ବିଡିଏ କଲୋନୀ ସଂଲଗ୍ନ ମଙ୍ଗଳାନଗର ଅଞ୍ଚଳର ୫ଟି ପରିବାର କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସଂକ୍ରମଣ ନିୟନ୍ତ୍ରଣ, ଜନସ୍ବାର୍ଥ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।

ଖୋର୍ଦ୍ଧା ଉପଖଣ୍ଡରେ ଗତକାଲି ସୁଦ୍ଧା ୨୦୪ଟି ସକ୍ରିୟ କେସ ଥିବା ବେଳେ ଏ ପର୍ଯ୍ୟନ୍ତ ୨୩୮ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ଅଦ୍ୟାବିଧି ୫୭ କୋଭିଡ ଜନିତ ମୃତ୍ୟୁ ହୋଇଥିବା ବେଳେ ୩୪ ଜଣ ସୁସ୍ଥ ହୋଇଛନ୍ତି ।୧୯୪ ଜଣ ଗୃହ ସଙ୍ଗରୋଧ ରେ ରହିଥିବା ବେଳେ ଏବଂ ୧୦ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଉପ-ଜିଲ୍ଲାପାଳ ଅଶୋକ ବେହୁରିଆ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *