ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ଗୁଡ଼ିକ ପକ୍ଷରୁ ମୌସୁମୀ ପ୍ରସ୍ତୁତି; ୧୫,୦୦୦ ଶ୍ରମଶକ୍ତି ମୂତୟନ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍ : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ପ୍ରବଳ ବର୍ଷା ଜାରି ରହିବା ଆକଳନ କରାଯାଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଭଳି ଜିଲ୍ଲା ପାଇଁ ୱେଲୋ ୱାର୍ନିଙ୍ଗ ଦିଆଯାଇଛି। ଏହ ପରିପ୍ରେକ୍ଷୀରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଚାରି ଡିସ୍କମ୍ ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଡବ୍ଲୁଓଡିଏଲ୍ ଏବଂ ଟିପିଏସ୍ଓଡିଏଲ୍ ପକ୍ଷରୁ ମୌସୁମୀ ଋତୁ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଡିସ୍କମ୍୍ଗୁଡ଼ିକ ଜରୁରୀକାଳୀନ ପ୍ରୋଟୋକଲ୍କୁ କାର୍ଯ୍ୟକ୍ଷମ କରି ଏବଂ ରାଜ୍ୟବ୍ୟାପୀ ବ୍ୟବସ୍ଥାକୁ ସୁଦୃଢ଼ କରି ପ୍ରାୟ ୯୭ ଲକ୍ଷ ଗ୍ରାହକଙ୍କୁ ନିରବଚ୍ଛିନ୍ନ ଓ ସୁରକ୍ଷିତ ବିଦ୍ୟୁତ ଯୋଗାଣ ଉପରେ ପ୍ରାଥମିକତା ଦେଉଛନ୍ତି। ଟିପିଏନ୍ଓଡିଏଲ୍ ଅଧିନସ୍ଥ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବନ୍ୟା ପ୍ରଭାବିତ ଅଂଚଳଗୁଡ଼ିକରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ପାଇଁ ଗ୍ରାଉଣ୍ଡ ଟିମ୍ ଚବିଶ ଘଂଟା କାର୍ଯ୍ୟ କରି ତ୍ରୁଟିର ତ୍ୱରିତ ସମାଧାନ ଏବଂ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଛନ୍ତି । ସେହିପରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ରାଉରକେଲାରେ ଟିପିଡବ୍ଲୁଓଡିଏଲ୍ର ଟିମ୍ ବିଦ୍ୟୁତ୍ ବିଭ୍ରାଟକୁ କମ୍ କରିଥିବା ବେଳେ ପ୍ରଭାବିତ ସମୁଦାୟକୁ ସହାୟତା ପ୍ରଦାନ କରୁଛନ୍ତି। ବାତ୍ୟା ଦାନା ଓ କାଳବୈଶାଖୀ ଭଳି ଅତୀତରେ ଘଟିଥିବା ଚରମ ପାଣିପାଗ ଜନିତ ଘଟଣାରୁ ମିଳିଥିବା ଶିକ୍ଷାକୁ ଉପଯୋଗ କରି ଡିସ୍କମ୍ଗୁଡ଼ିକ ନିଜର ଭିର୍ତିଭୂମିରେ ଉନ୍ନତି ଆଣିଛନ୍ତି ଏବଂ ପ୍ରତିକ୍ର୍ରି୍ରୟା ରଣନୀତି ପ୍ରସ୍ତୁତ କରିଛନ୍ତି। ଇଞ୍ଜିନିୟର, ଲାଇନମ୍ୟାନ୍ ଓ ସହାୟକ କର୍ମଚାରୀଙ୍କୁ ମିଶାଇ ୧୫,୦୦୦ ଶ୍ରମଶକ୍ତିର ଏକ ଦଳ ବାସ୍ତବ ସମୟ ପ୍ରତିକ୍ରିୟା ପାଇଁ ଗ୍ରାମାଚଂଳ ଓ ସହରାଚଂଳରେ ମୂତୟନ କରାଯାଇଛି। ଏହା ସହିତ ଭୁବନେଶ୍ୱରର ବିଦ୍ୟୁତ୍ ବଂଟନ ପ୍ରଯୁକ୍ତି କେନ୍ଦ୍ର ଉନ୍ନତ ଗ୍ରିଡ୍ ନିରୀକ୍ଷଣ ଓ ସମନ୍ୱୟ ସୁବିଧା ପ୍ରଦାନ କରୁଛି। ଗ୍ରାହକଙ୍କ ପାଇଁ ପରାମର୍ଶବଳୀ: ପ୍ରବଳ ବର୍ଷା ସମୟରେ ନିରାପଦ ରହିବା ପାଇଁ ନିମ୍ନଲିଖିତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ଡିସ୍କମ୍ଗୁଡ଼ିକ ପରାମର୍ଶ ଦେଇଛନ୍ତି:

କ’ଣ କରିବେ: ଘଡ଼ଘଡ଼ି ଓ ବଜ୍ରପାତ ସମୟରେ ଭୋଲ୍ଟେଜ୍ରେ ହେଉଥିବା ହଠାତ୍ ବୃଦ୍ଧି ଜନିତ କ୍ଷତି ରୋକିବା ଲାଗି ଅଣ ଆବଶ୍ୟକ ଆପ୍ଲାଏନ୍ସେସ୍ଗୁଡ଼ିକୁ ପ୍ଲଗ୍ରୁ କାଢ଼ି ଦିଅନ୍ତୁ। ଇଏଲ୍ସିବି/ ଆର୍ସିସିବି ଭଳି ଘରର ବୈଦ୍ୟୁତିକ ଉପକରଣଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ।
ଚା ଓଦା ଇଲେକ୍ଟ୍ରିକ୍ ଆଉଟ୍ଲେଟ୍, କର୍ଡ ଓ ଖୁଂଟଠାରୁ ଦୂରେଇ ରହିବାକୁ ପିଲାମାନଙ୍କୁ ଶିଖାନ୍ତୁ।
କ’ଣ କରିବେ ନାହିଁ: ଜଳାର୍ଣ୍ଣବ ଅଂଚଳରେ ଖୋଲା ବିଦ୍ୟୁତ୍ ତାର ପଡ଼ିଥିବା ଆଂଶକା ଥିବାରୁ ସେଭଳି ସ୍ଥାନରେ ଚାଲନ୍ତୁ ନାହିଁ ଖସିପଡ଼ିଥିବା ତାର କିମ୍ବା ଖୁଂଟକୁ କେବେବି ସ୍ପର୍ଶ କରନ୍ତୁ ନାହିଁ। ସେଭଳି ଘଟଣା ସମ୍ପର୍କରେ ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨କୁ ଜଣାନ୍ତୁ ବଜ୍ରପାତ ସମୟରେ ବଡ଼ ବୃକ୍ଷ କିମ୍ବା ଧାତବ ପଦାର୍ଥଠାରୁ ଦୂରେଇ ରୁହନ୍ତୁ।ମୌସୁମୀ ବର୍ଷା ଜାରି ରହିଥିବା ବେଳେ ସମୟୋପଯୋଗୀ ପୁନରୁଦ୍ଧାର ଓ ପ୍ରଶମନ ପାଇଁ ଟାଟା ପାୱାର୍ ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ଗୁଡ଼ିକ ଓଡ଼ିଶା ସରକାର ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରୁଛନ୍ତି।
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ବିଷୟରେ: ଟିପି ସେଂଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍), ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍), ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଏବଂ ଟିପି ନର୍ଦନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ମିଳିତ ଉଦ୍ୟୋଗ। ସାମୂହିକ ଭାବରେ, ସେମାନେ ସାରା ରାଜ୍ୟରେ ପ୍ରାୟ ୯.୭ ନିୟୁତ ଗ୍ରାହକଙ୍କ ସମେତ ୫ କୋଟି ଜନସଂଖ୍ୟାକୁ ବିଦ୍ୟୁତ୍ ସେବା ଯୋଗାଉଛନ୍ତି।