ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଗତକାଲି ଫକିର ମୋହନ ସଂୟ ଶାସିତ ମହାବିଦ୍ୟାଳୟର ଛାତ୍ରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଠାରୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ପାଇବା ପରେ ସେ କଲେଜର କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବାଲେଶ୍ବର ସାଂସଦ ଓ ବିଧାୟକ ଏବଂ ଉଚ୍ଚ ଶିକ୍ଷାମନ୍ତ୍ର’ ଙ୍କ ପାଖରେ ନ୍ୟାୟ ପାଇଁ ଦାବି କରି ବିଫଳ ହେବା ପରେ ଛାତ୍ରୀ ଜଣକ ନିଜର ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟ କରିବାକୁ ଉଦ୍ୟମ କରିଥିଲେ । ପୀଡିତା ଙ୍କ ଶରୀରର ୯୦ ପ୍ରତିଶତ ଅଂଶ ଜଳିଯାଇଛି ବତ୍ତମାନ ଛାତ୍ରୀ ଜଣକ AIIMS ଭଭି ହୋଇ ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି । ଏହି ଅଭାବନୀୟ ଘଟଣା ପାଇଁ କଲେଜର କତୃପକ୍ଷ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଓ ଗୃହ ବିଭାଗର ମୁଖ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଦାୟୀ । ଏହି ପ୍ରତିବାଦରେ ଉତ୍କଳ ବିଶ୍ବ ବିଦ୍ୟାଳୟ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚ ଶିକ୍ଷାମନ୍ତ୍ର ସୁରଜ୍ ସୂଜ୍ୟବଂଶି କ କୁଶ ପୁତ୍ତଳିକା ଦାହ କରିବା ସହ ଅତ୍କଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରୀ ତଥା ପୀଡିତା ଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ କରିଛି ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ, ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସର ଉପସଭାପତି ଆଶିଷ କୁମାର ମାହୁନ୍ତ, ଅଜୟ ପଣ୍ଡା, ପ୍ରିତିମାନ ନାୟକ, ବଳରାମ ଲେଙ୍କା, ସତ୍ୟବ୍ରତ ମହାଳିକ, ଜ୍ୟୋତିପ୍ରକାଶ ନାୟକ, ସରୋଜ ବାରିକ, ସୌମ୍ୟ ରଂଜନ ବରାଳ, ରାଜେଶ ଦାସ, ସ୍ବସ୍ତକ ପ୍ରିୟଦଶୀ, ଲେଲିନ ଜେନା, ଦିବ୍ୟ ଦର୍ଶନ ଦାସ, ସିଦ୍ଧାର୍ଥ ଓମ ପ୍ରକାଶ, ଶାହରୁଖ ଖାନ ଓ ଅନେକ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ଯୋଗ ଦେଇଥିଲେ ।