ବେଦାନ୍ତ ଆଲୁମିନିୟମ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧିନରେ କଳାହାଣ୍ଡିର ଜାତୀୟ ମାନ୍ୟତାକୁ ପାଳନ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧିନରେ କଳାହାଣ୍ଡିର ଉଲ୍ଲେଖନୀୟ ପ୍ରଦର୍ଶନକୁ ପାଳନ କରିଛି, ଯାହା ନୀତି ଆୟୋଗର ଏକ ପ୍ରମୁଖ ପଦକ୍ଷେପ ଓ ଏହାର ଲକ୍ଷ୍ୟ ହେଉଛି ସାରା ଭାରତରେ ଅନୁନ୍ନତ ଜିଲ୍ଲାଗୁଡ଼ିକୁ ପରିବର୍ତନ କରିବା। ଏହି ପ୍ରଶଂସନୀୟ ସଫଳତା ଲାଗି କମ୍ପାନିର ବିଭାଗୀୟ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛି।
ଭବାନୀପାଟଣା ଜିଲ୍ଲା କଲେକ୍ଟୋରେଟ କାର୍ଯ୍ୟାଳୟର ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଅନିତା କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ୍ର, ପୁଷ୍ଟିସାର, ଶିକ୍ଷା ଓ କୃଷି ସମେତ ଛଅଟି ପ୍ରମୁଖ ବିକାଶ ସୂଚକାଙ୍କ ମଧ୍ୟରୁ ପାଂଚଟିରେ ୧୦୦% ସଫଳତା ହାସଲ କରିବାରେ କଳାହାଣ୍ଡିକୁ ପ୍ରଶଂସା ମିଳିଛି। ଜିଲ୍ଲାକୁ ୯କୋଟିର କାର୍ଯ୍ୟଦକ୍ଷତା ପ୍ରୋତ୍ସାହନ ଟଙ୍କା ପ୍ରଦାନ କରାଯାଇଛି, ଯାହା ଗତ ଦଶନ୍ଧିରେ ଏହାର ଉନ୍ନତ ଅଭିବୃଦ୍ଧି ପ୍ରମାଣ।
ଏକଦା ଅଭାବର ପ୍ରତୀକ ଭାବରେ କଳାହାଣ୍ଡିର ପରିଚୟକୁ ପୁନଃଲିଖନ କରାଯାଇଛି, ଓଡ଼ିଶାର ସବୁଠାରୁ ଅନୁନ୍ନତ ଜିଲ୍ଲା ମଧ୍ୟରୁ ଗୋଟିଏ ଗ୍ରାମୀଣ ବିକାଶର ଏକ ସମୃଦ୍ଧ ମଡେଲରେ ପରିଣତ ହୋଇଛି। ଉଲ୍ଲେଖନୀୟଯେ ବେଦାନ୍ତ କଳାହାଣ୍ଡିକୁ ସାମାଜିକ -ଅର୍ଥନୈତିକ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଲାଗି ସରକାରୀ ପ୍ରତିନିଧି ଓ ଜିଲ୍ଲାପ୍ରଶାସନ ସହିତ ଘନିଷ୍ଠ ଭାବରେ ସଂପୃକ୍ତ ରହି କାର୍ଯ୍ୟ କରିଆସୁଛି। ଏହି ଜିଲ୍ଲାରେ ଲାଞିଗଡ଼ର କମ୍ପାନିର ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ମଧ୍ୟ ଅବସ୍ଥିତ।
୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ଭାରତର ୧୧୨ଟି ସବୁଠାରୁ ଅନୁନ୍ନତ ଜିଲ୍ଲାରେ ବିକାଶର ଧାରାକୁ ଦ୍ରୁତ ଗତିରେ କରିବାକୁ ଯୋଜନା ପ୍ରମୁଖ ଅଂଶୀଦାରମାନଙ୍କ ସହଯୋଗ ଓ ମାସିକ ରାକିଂ ମାଧ୍ୟମରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରାଯାଇଥିଲା। ଏହା ଶିକ୍ଷା.ସ୍ୱାସ୍ଥ୍ୟ, କୃଷି, ଦକ୍ଷତା ବିକାଶ ଓ ଭିତିଭୂମି ସମେତ ପାଂଚଟି ମୂଳ ବିଷୟବସ୍ତୁ ଆଧାରିତ ୪୯ଟି ସୂଚକାଙ୍କର ପ୍ରଗତିକୁ ମାପ କରିଥିଲା।
ଏହି ସଫଳତା ଉପରେ ମତଦେଇ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ ଆମେ କଳାହାଣ୍ଡିରେ ଲୋକମାନଙ୍କ ସହିତ ଏହି ମୁହୂର୍ତକୁ ପାଳନ କରି ଆନନ୍ଦିତ। ଏହି ସଫଳତାରେ ସରକାର, ଗୋଷ୍ଠୀ ଏବଂ ଦାୟିତ୍ୱବାନ ଶିଳ୍ପ ଅଂଶୀଦାରମାନଙ୍କ ସହଯୋଗର ଶକ୍ତିକୁ ପ୍ରତିଫଳିତ କରିଛି। ବେଦାନ୍ତ ଆଲୁମିନିୟମ ଏହି ପରିବର୍ତନରେ ଅଂଶୀଦାର ହୋଇ ଗର୍ବିତ ଏବଂ ଆମେ ଆଗାମୀ ପିଢି ପାଇଁ ଜିଲ୍ଲାର ପ୍ରଗତିକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ।
କଳାହାଣ୍ଡିର ଏକ ଦୀର୍ଘକାଳୀନ ବିକାଶ ସହଯୋଗୀ ଭାବରେ, ବେଦାନ୍ତ ଆଲୁମିନିୟମ ଆସ୍ପିରେସନାଲ ଡିଷ୍ଟିକ୍ଟସ ଲକ୍ଷ୍ୟ ସହିତ ସଂପୃକ୍ତ ମୁଖ୍ୟ କ୍ଷେତ୍ରଗୁଡ଼ିକ ଉପରେ ଅର୍ଥପୂର୍ଣ୍ଣ ଅବଦାନ ଦେଇଆସୁଛି।
ସ୍ୱାସ୍ଥ୍ୟ ଓ ପୁଷ୍ଟି: ସାମୁଦାୟିକ ସ୍ୱାସ୍ଥ୍ୟ ଓ ପହଂଚକୁ ସୁଦୃଢ କରିବା ଲାଗି ବେଦାନ୍ତର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଭ୍ୟାନ ଦୁର୍ଗମ ଅଂଚଳ ପରିଭ୍ରମଣ କରି ସେବା ପ୍ରଦାନ କରୁଛି। ଯେତେବେଳେକି ଲାଞିଗଡର ବେଦାନ୍ତ ହସପିଟାଲ ବାର୍ଷିକ ୬୦,୦୦୦ରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରୁଛି। ଏହି କମ୍ପାନି ବାଙ୍କାକୁଣ୍ଡ ଅଂଚଳରେ ମା ସନ୍ତୋଷୀ ଜନ କଲ୍ୟାଣ ହସପିଟାଲ ମଧ୍ୟ ପରିଚାଳନା କରୁଛି ଓ ବାର୍ଷିକ ୨୫,୦୦୦ରୁ ଅଧିକ ଲୋକ ଏଠାରୁ ସେବା ପାଉଛିନ୍ତି।
ଶିକ୍ଷା ଓ ଦକ୍ଷତା: ଲାଞିଗଡ଼ର ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭାବରେ ଡିଏଭି ବେଦାନ୍ତ ସ୍କୁଲ ୧୩୦୦ ଛାତ୍ରଛାତ୍ରୀଙ୍କୁ ସେବା ପ୍ରଦାନ କରୁଛି ଓ ୮୭% ସ୍ଥାନୀୟ ଗୋଷ୍ଠୀର ଛାତ୍ର ଅଟନ୍ତି। ଏହା ସହ ବେଦାନ୍ତ କ୍ରୀଡା ପ୍ରେମୀଙ୍କୁ ତାଲିମ ପ୍ରଦାନ କରିବାକୁ ପ୍ଲାଟଫର୍ମ ପ୍ରସ୍ତୁତ କରିଛି, ବିଶେଷ କରି ତୀରନ୍ଦାଜୀଙ୍କ ପାଇଁ ଏବଂ ଫୁଟବଲ ଓ ଭଲିବଲରେ ଗୋଷ୍ଠୀ ଟୁର୍ନାମେଂଟ ଆୟୋଜନ କରି ଆସୁଛି।
ଜୀବିକା ଓ ମହିଳା ସଶକ୍ତିକରଣ: କମ୍ପାନି ୧୩୦ରୁ ଅଧିକ ନନ୍ଦଘର ପରିଚାଳନା କରୁଛି, ଯାହା ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ଉପରେ ଏହା ଗୋଷ୍ଠୀ କେନ୍ଦ୍ର ଭାବରେ ପରିଚିତ। ପ୍ରୋଜେକ୍ଟ ସଖୀ ଅଧିନରେ କଳାହାଣ୍ଡିର ୪୭୧ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରିବା ଲାଗି ଦକ୍ଷତା ବିକାଶ ଓ ମାଇକ୍ରୋଫାଇନାନ୍ସ କାର୍ଯ୍ୟକ୍ରମ ମାଧ୍ୟମରେ ୪୯୦୦ରୁ ଅଧିକ ମହିଳାଙ୍କୁ ସହାୟତା କରୁଛି। ପ୍ରୋଜେକ୍ଟ ପଂଛି ମାଧ୍ୟମରେ କମ୍ପାନି ଶିକ୍ଷା ଓ ନିଯୁକ୍ତି ସହାୟତା ଜରିଆରେ କଳାହାଣ୍ଡିର ସାମାଜିକ- ଅର୍ଥନୈତିକ ପଛୁଆ ବର୍ଗର ଝିଅମାନଙ୍କୁ ସଶକ୍ତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।
କୃଷି ଓ ସ୍ଥାୟିତ୍ୱ: ଲାଞିଗଡ଼ରେ ସମନ୍ୱିତ ଜଳବିଭାଜିକା ପ୍ରକଳ୍ପ ଓ ଜଳବାୟୁ ସ୍ମାର୍ଟ କୃଷି ପଦ୍ଧତି ଦ୍ୱାରା ୧୭୦+ ଏକର ଜମିରେ ଜଳସେଚନ ସୁବିଧା ଯୋଗାଯାଇଛି ଯାହା ୨୦୦୦+ ଲୋକଙ୍କୁ ଲାଭ ପ୍ରଦାନ କରିପାରିଛି।
ଏହି ମାନ୍ୟତା କଳାହାଣ୍ଡିର ଏକ ଅଭାବର ପ୍ରତୀକରୁ ପ୍ରଗତି ଓ ମର୍ଯ୍ୟାଦାର ଆଲୋକବର୍ତିକାରେ ପରିଣତ ହେବା ପୁନଃନିର୍ଦ୍ଧିଷ୍ଟ କରିଛି। ବେଦାନ୍ତ ଏହି ଅଂଚଳରେ ଦୀର୍ଘକାଳୀନ, ଅନ୍ତର୍ଭୁକ୍ତ ଅଭିବୃଦ୍ଧି ସୁନିଶ୍ଚିତ କରିବା ଲାଗି ସରକାର ଓ ଗୋଷ୍ଠୀ ଅଂଶୀଦାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି।