ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ଭ୍ରମର ବର ରାୟଙ୍କ ଘରୁ ପାଇକ ବିଦ୍ରୋହ ସମ୍ପର୍କୀତ ତଥ୍ୟ ସଂଗ୍ରହ

ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟାଶନାଲ ଟ୍ରଷ୍ଟ ଫର ଆଟ୍ସ ଆଣ୍ଡ୍ କଲଚରାଲ ହେରିଟେଜ୍ (ଆଇଏନ୍‌ଟିଏସି)ର ଦୁଇଜଣ ଇତିହାସକାର ଖୋର୍ଦ୍ଧାର ଦେୱାନ ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ଭ୍ରମର ବର ରାୟଙ୍କ ସହ ଜଡିତ ଦସ୍ତାବିଜ୍ ସଂଗ୍ରହ କରିବା ପାଇଁ ସ୍ମିତା ସାମନ୍ତଙ୍କ ବାସଭବନକୁ ଆସିଥିଲେ। ସେମାନେ ଖୋର୍ଦ୍ଧା ପାଇକ ବିଦ୍ରୋହ ଉପରେ ଏକ ପୁସ୍ତକ ରଚନା କରିବା ପ୍ରକ୍ରିୟାରେ କାର୍ଯ୍ୟରତ ଅଛନ୍ତି ଏବଂ ଏହି ସମ୍ପର୍କୀତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରୁଛନ୍ତି। ସ୍ମିତା ସାମନ୍ତଙ୍କ ଜେଜେବାପାଙ୍କ ଜେଜେବାପା ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ଭ୍ରମର ବର ରାୟ ଖୋର୍ଦ୍ଧା ଗଡର ଦେୱାନ ଥିଲେ। ସେ ଏବଂ ବକ୍ସି ଜଗବନ୍ଧୁ ୧୮୧୭ ମସିହାରେ ବ୍ରିଟିସ ଶାସନ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଯାହା ପାଇକ ବିଦ୍ରୋହ ଭାବରେ ଜଣାଶୁଣା ଥିଲା ଏବଂ ଏହା ଥିଲା ଭାରତୀୟ ସ୍ୱାଧିନତାର ପ୍ରଥମ ଯୁଦ୍ଧ। ସ୍ମିତା ସାମନ୍ତ ନିଜର ଐତିହ୍ୟ ଏବଂ ଉତ୍ତରାଧିକାରୀତ୍ୱ ପାଇଁ ଅତ୍ୟନ୍ତ ଗର୍ବିତ । ଏଠାରେ ଉଲ୍ଲେଖଯୋଗ୍ୟଯେ, ପୂର୍ବରୁ ଦେୱାନ ମାନେ ରାଜ୍ୟର ପ୍ରଧାନ ମନ୍ତ୍ରୀ ଭାବରେ ଶାସନ ପରିଚାଳନା, ରାଜସ୍ୱ ଆଦାୟ, ଜମିଜମା, ଖଜଣା ଆଦାୟ, ଶାନ୍ତି ଚୁକ୍ତି ଏବଂ ଦଣ୍ଡ ବିଧାନ ଆଦି ଗୁରୁତ୍ୱୂର୍ଣ୍ଣ କାର୍ଯ୍ୟ ବହନ କରୁଥିଲେ। ଦେୱାନ କୃଷ୍ଣଚନ୍ଦ୍ରଙ୍କୁ ଖୋର୍ଦ୍ଧା ରାଜା ଭ୍ରମର ବର ରାୟ ଉପାଧି ମଧ୍ୟ ପ୍ରଦାନ କରିଥିଲେ। ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ଭ୍ରମର ବର ରାୟଙ୍କ କୃତି-କୀର୍ତ୍ତି ଓ ବୀରତ୍ୱ-ବଳିଦାନର କାହାଣୀ ଆଦ୍ୟାବଧି ଇତିହାସର ଅନ୍ଧାର ଗହ୍ୱରରେ ପତିତ ଓ ଅବଲୁପ୍ତ। ମହାନ ବି୍ଳବୀ କୃଷ୍ଣଚନ୍ଦ୍ରଙ୍କ ଜନ୍ମସ୍ଥାନ ଖୋର୍ଦ୍ଧା ତଥା ଓଡିଶାରେ ସାମାନ୍ୟତମ ସ୍ମୃତିରକ୍ଷା ହୋଇନାହିଁ। ଏଣୁ ଏହି ଜାତୀୟ ବୀରଙ୍କ ସ୍ମୃତିରକ୍ଷା ପାଇଁ ଉଚିତ ପଦକ୍ଷେପ ନେବା ସହ ଭୁବନେଶ୍ୱର ଗଡ ଖୋର୍ଦ୍ଧା ପଞ୍ଚବୀର ପୀଠରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପିତ କରିବାକୁ ସରକାର ଓ ସଚେତନ ନାଗରିକମାନଙ୍କୁ ନିବେଦନ କରାଯାଉଛି।

Leave a Reply

Your email address will not be published. Required fields are marked *