ଅରୁଣ କୁମାର ବିଶୋଈ ଓ ରୂପମ ରାୟ AISBOF ର ସଭାପତି ଓ ସାଧାରଣ ସଚିବ ଭାବେ ଏକମତରେ ନିର୍ବାଚିତ

0
WhatsApp Image 2025-06-30 at 16.50.31_fe41753f

ହାଇଦ୍ରାବାଦ, ପ୍ରବାହ ନ୍ୟୁଜ୍ : ଅଫିସର୍ ମାନ୍ୟଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଭାବେ, ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫିସର୍ସ ଫେଡେରେସନ (AISBOF) ର ୨୯ତମ ତ୍ରିବାର୍ଷିକ ସାଧାରଣ ପରିଷଦ ବୈଠକ ୨୭ ଜୁନରୁ ୨୯ ଜୁନ ୨୦୨୫ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନେ ଏକତ୍ରିତ ହୋଇ ଫେଡେରେସନର ନୂତନ ନେତୃତ୍ୱ ଚୟନ କରିଥିଲେ।

କମ୍. ଅରୁଣ କୁମାର ବିଶୋଈ ଓ କମ୍. ରୂପମ ରାୟ ଙ୍କୁ ଅନୁକ୍ରମେ ସଭାପତି ଓ ସାଧାରଣ ସଚିବ ଭାବେ ଏକମତରେ ନିର୍ବାଚିତ କରାଯାଇଛି।

ଭୁବନେଶ୍ୱର ସର୍କିଲରୁ କମ୍. ଅମିତାବ ଦାସ ଓ କମ୍. ଏସ୍କେ ଇସ୍ମାଇଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। କମ୍. ଅମିତାବ ଦାସ ଙ୍କୁ ଉପସଭାପତି ଭାବେ ଓ କମ୍. ଏସ୍କେ ଇସ୍ମାଇଲ ଙ୍କୁ ପ୍ରଶାସନିକ ସଚିବ ଭାବେ ନିର୍ବାଚନ କରାଯାଇଛି।

ନୂତନ ନିର୍ବାଚିତ ନେତୃତ୍ୱ ଦଳ ଫେଡେରେସନର ମୂଳ ମୂଲ୍ୟବୋଧକୁ ଅଟୁଟ ରଖିବା, ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସରମାନଙ୍କ ଅଧିକାର, ସମ୍ମାନ ଓ କଳ୍ୟାଣ ପାଇଁ ନିଜମାନେ ଅଟୁଟ ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *