ଜେଏଲଆର ଇଣ୍ଡିଆ ଭୁବେନଶ୍ୱରେର ନୂତନତମ ମଡର୍ନ ଲକ୍ସରୀ ରେିଟଲ,ଏମ୍ପ୍ରିଓ ପ୍ରେଷ୍ଟିଜ ଲଂଚ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଜେଏଲଆର ଇଣ୍ଡିଆ ଭୁବନେଶ୍ୱରରେ ଏହାର ନୂତନତମ ମଡର୍ନ ଲକ୍ସରୀ ରିଟେଲ,ଏମ୍ପ୍ରିଓ ପ୍ରେଷ୍ଟିଜ ଲଂଚ କରିଛି । ଏହି ଫ୍ୟାସିଲିଟି ଏକ ସୁବିଧାଜନକ ସ୍ଥାନ ପ୍ଲଟ୍ ନମ୍ବର ୯୫୩, ଏନେଏଚ-୧୬, ବମ୍ଫକୁଦ, ନୂଆହାଟ, କଟକ – ୭୫୪୦୦୧ କୁ ସ୍ଥାନାନ୍ତରିତ କରାଯାଇଛି, ଯାହା କଟକ-ଭୁବନେଶ୍ୱର ରୋଡ୍ ପାର୍ଶ୍ୱରେ ଅବସ୍ଥିତ। ଗୋଟିଏ ସ୍ଥାନରେ ସେଲ୍ସ, ସର୍ଭିସ୍ ଏବଂ ସ୍ପେୟାର ପାର୍ଟସ୍ ଥିବା ଏହା ଏକ ସମ୍ପୂର୍ଣ୍ଣ ସମନ୍ୱିତ କେନ୍ଦ୍ର। ଏକ ଅତୁଳନୀୟ ଗ୍ରାହକ ଅଭିଜ୍ଞତାର ପ୍ରତିଶ୍ରୁତି ଦେଉଥିବା ଏହି ଫ୍ୟାସିଲିଟି ସାରା ଦେଶର ଉଦୀୟମାନ ବଜାରରେ ଅସାଧାରଣ ଲକ୍ସରୀ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଜେଏଲଆର ଇଣ୍ଡିଆର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି । ଏହି ବିସ୍ତୃତ ଶୋ’ରୁମ୍ ରେ ରେଞ୍ଜ ରୋଭର, ଡିଫେଣ୍ଡର ଏବଂ ଡିସ୍କଭରୀର ଭଳି ପ୍ରଭାବଶାଳୀ ମଡେଲ୍ ଗୁଡ଼ିକ ଅଛି। ସାର୍ଟିଫାଏଡ୍ ପ୍ରି-ଓନ୍ଡ ଯାନଗୁଡ଼ିକ ମଧ୍ୟ ଏଠାରେ ପ୍ରଦର୍ଶିତ ହେଉଛି। ଏହି ଫ୍ୟାସିଲିଟିରେ ଆସେସୋରିଜ୍ ଏବଂ ବ୍ରାଣ୍ଡେଡ୍ ସାମଗ୍ରୀର ଏକ ସଂଗୃହୀତ ବିକଳ୍ପ ମଧ୍ୟ ରହିଛି । ମେଟେଂନାନ୍ସ ପାଇଁ ଏଠାରେ ଏକ ସମ୍ପୂର୍ଣ୍ଣ ସୁସଜ୍ଜିତ ସର୍ଭିସ୍ ୱାର୍କସପ୍ ମଧ୍ୟ ଅଛି ଯାହା ଉଚ୍ଚ-ଶ୍ରେଣୀର ଓନର୍ସିପ୍ ଅନୁଭୂତି ପ୍ରଦାନ କରିବା ପାଇଁ ଉତ୍ସର୍ଗୀକୃତ ଉଚ୍ଚ ପ୍ରଶିକ୍ଷିତ ଟେକ୍ନିସିଆନ୍ ଏବଂ ବୃତିଗତଙ୍କ ଏକ ଦଳ ମଧ୍ୟ କାର୍ଯ୍ୟ କରିଥାଆନ୍ତି । ଜେଏଲଆର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରଂଜନ ଆମ୍ବା କୁହନ୍ତି:“ଏମ୍ପ୍ରିଓ ପ୍ରେଷ୍ଟିଜ ର ସହଯୋଗରେ ଭୁବନେଶ୍ୱରରେ ଆମର ନୂତନ ଫ୍ୟାସିଲିଟିର ଉଦ୍‌ଘାଟନ, ସମଗ୍ର ଭାରତରେ ଗ୍ରାହକ ଅନୁଭୂତି ଏବଂ ସୁଗମତା ବୃଦ୍ଧି କରିବା ପାଇଁ ଜେଏଲଆରର ନିରନ୍ତର ପ୍ରତିବଦ୍ଧତା ପ୍ରତି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସମନ୍ୱିତ ଫ୍ୟାସିଲିଟି ପ୍ରମୁଖ ଅଭିବୃଦ୍ଧି ବଜାରରେ ବିଶ୍ୱସ୍ତରୀୟ ରିଟେଲ୍ ଏବଂ ଆର୍ଫ୍ଟ-ସେଲ୍ସ ସର୍ଭିସ୍ ପ୍ରଦାନ କରିବା ଉପରେ ଆମର ଅବିଚଳିତ ଧ୍ୟାନକୁ ପ୍ରତିଫଳିତ କରେ । ଆମେ ବିଶ୍ୱାସ କରୁଛୁ ଯେ ଏହି ନୂତନ ପ୍ରତିଷ୍ଠାନ ଓଡ଼ିଶା ଏବଂ ଆଖପାଖ ଅଂଚଳର ଆମର ଗ୍ରାହକମାନଙ୍କୁ ବ୍ରାଣ୍ଡର ବିଶ୍ୱସ୍ତରୀୟ ମାନଦଣ୍ଡ ସହିତ ସମାନ ଭାବେ ଏକ ସୁଗମ ଏବଂ ଆକର୍ଷିତ ବ୍ରାଣ୍ଡ ଅନୁଭୂତି ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *