ବୈଦ୍ୟେଶ୍ୱର ପୁଲିସ ହାତରେ ସିରିଜ ଚୋରୀର 2 ଡକାୟତ କୋର୍ଟ ଚାଲାଣ

0
WhatsApp Image 2025-03-30 at 11.58.54_304bd8b4

କଳାପଥର(ବାଙ୍କୀ ),ପ୍ରବାହ ନ୍ୟୁଜ୍ : ଗତ ତିନି ମାସ ତଳେ ବୈଦ୍ୟେଶ୍ୱର ଥାନା ଅନ୍ତ୍ରର୍ଗତ ବଳଭଦ୍ରପୁର ଗ୍ରାମରେ ସିରିଜ ଚୋରି ଘଟଣାରେ 2 ଜଣ ଗିରଫ l ଗିରଫ ଯୁବକଙ୍କ ନାମ ଵାପିନା ନାଏକ, ହରି ନାଏକ. ଘର ବୈଦ୍ୟେଶ୍ୱର ଥାନା ଅଳସୁଆ ସନେଇ ସାହିର ବଳରାମ ନାଏକ ଏବଂ ଭଗବାନ ନାଏକଙ୍କ ପୁଅ ବୋଲି ପୋଲିସ ସୂଚନା ଦେଇଛନ୍ତି. 6ଜଣିଆ ଡକାୟତ ଗ୍ୟାଙ୍ଗ ଭିତରୁ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରସିଂହପୁର ଥାନା କାନପୁରର ଅଂଚଳ ର ନାରାୟଣ ନାଏକ ଓରଫ ମଣ୍ଟୁ ପୂର୍ଵରୁ ଗିରଫ ହୋଇ ବାଙ୍କୀ ଜେଲରେ ଅଛନ୍ତି l ଗୋଟିଏ ରାତିରେ ବାଲିପାହାହାଡ଼ ଗାଁ ରେ ଛଅ ଛଅ ଟି ଘରୁ ଦୁର୍ବୁର୍ତ୍ତ କଳାକନା ବୁଲାଇ ଲୁଟି ନେଇଥିଲେ ଡକାୟତ l କେଉଁଠି ଲୁହା ଆଲମିରା ତାଡି ନେଇଥିଲେ ତ କେଉଁଠି ସିନ୍ଦୁକ ଭାଙ୍ଗି ଲୁଟି ନେଇଥିଲେ ଲୁଟେରା l ନଗଦ ଲକ୍ଷାଧିକ ଅର୍ଥରାଶୀ ସହ ପାଖାପାଖି 15 ଲକ୍ଷ୍ୟ ରୁ ଉର୍ଧ୍ଵ ମୂଲ୍ୟ ର ସୁନା ଅଳଙ୍କାର ଓ ବହୁ ପିତଳ ଓ କଂସା ବାସନ ଆଦି ଲୁଟ ହୋଇଥିବାର ଅଭିଯୋଗ ହୋଇଥିଲା | ଫେରାର ହୋଇଥିବା ଯୁବକ ଙ୍କ ଉପରେ ରହିଥିଲା ପୁଲିସର ନଜର l ଗତ କାଲି ଅଳସୁଆ ଗ୍ରାମର ଵାପିନା ନାଏକ, ହରି ନାଏକ ଘର ଆଟୁରେ ମୂଲ୍ୟବାନ କଂସା, ପିତଳ ହଣ୍ଡା ସହ ବାସନ କୁସନ ଥିବାର ବୈଦ୍ୟେଶ୍ୱର ପୁଲିସ କୁ ସୂଚନା ମିଳିଥିଲା l ସେଠାରେ ଅଚାନକ ଚଢ଼ାଉ କରି ବୈଦ୍ୟେଶ୍ୱର ଥାନା ଆଇ ଆଇ ସି ସଞ୍ଜୟ ଜେନା ଙ୍କ ଦଳ ବଳ ଧରି ଅଳସୁଆ ଗ୍ରାମରେ ମାଡି ବସିଥିଲା ସିରିଜ ଚୋରୀ କରିଥିବା ଲୁଟେରାକୁ l ପୂର୍ବରୁ ବିଭିନ୍ନ ଚୋରୀ, ଡକାୟତି କ୍ରାଇମରେ ରେକର୍ଡ ରହିଥିବା ଏବେ ଗିରଫ ଡକାୟତକୁ ପୁଲିସ ବାଙ୍କୀ କୋର୍ଟ ଚାଲାଣ କରିଛି l

Leave a Reply

Your email address will not be published. Required fields are marked *