“ନବୀନ’ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର, ପ୍ରବାହ ନ୍ୟୁଜ୍ : ସ୍ଥାନୀୟ “ନବୀନ’ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାଅ ।ଡ଼ମ୍ବରରେ ପାଳିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଦେଶାତ୍ମକବୋଧ କବିତା ପାଠୋତ୍ସବ ଓ ଅ ।ଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରାଚୀନ କବି ବଂଶୀଧର ସେଠୀଙ୍କ ଦ୍ୱାରା ଲିଖିତ “ପ୍ରୀତି ସମ୍ବୋଧିନୀ’ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କବି ପ୍ରମୋଦ କୁମାର ପଣ୍ଡାଙ୍କ ସଂଯୋଜନାରେ ଅ ।ୟୋଜିତ ଦେଶାତ୍ମକବୋଧ କବିତା ପାଠୋତ୍ସବରେ ସୁଧୀର କୁମାର ପଣ୍ଡା, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ ଓ କେ. ସନ୍ତୋଷ କୁମାର ପାତ୍ର, ତାରିଣୀ ଚରଣ ପାଇକ, ସୁନୀଲ କୁମାର ପ୍ରଧାନ, ଡ଼. ଡ଼ମ୍ବରୁଧର ସାହୁ, କରମ୍ଭା କମାଣ୍ଡୋ ଅଧ୍ୟକ୍ଷ ରାମକୃଷ୍ଣ ପାତ୍ର, ପ୍ରାଚୀନ ସାହିତ୍ୟ ସଂସଦର ସମ୍ପାଦକ ବଂଶୀଧର ସେଠୀ, ସୀମାଞ୍ଚଳ ସାହୁ, ନବୀନର ପ୍ରକାଶିକା ମଞ୍ଜୁ ରଥ, ସାମ୍ବାଦିକ ରଂଜନ କୁମାର ସାହୁ, ମାନସ ରଂଜନ ତ୍ରିପାଠୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କର ଧନ୍ୟବାଦ ଦେଇଥିଲେ ।