ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ଗ୍ରହଣୀୟତା ତ୍ୱରାନ୍ୱିତ କରିବା ପାଇଁ ଟାଟା ପାୱାର ରିନ୍ୟୁଏବଲ ଓ ଓରେଡା ଲିମିଟେଡ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍‌ : ଭାରତର ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଣୀ କମ୍ପାନି ତଥା ଟାଟା ପାୱାରର ସହାୟକ ସଂସ୍ଥା ଟାଟା ପାୱାର ଅକ୍ଷୟ ଶକ୍ତି ଲିମିଟେଡ୍ (ଟିପିଆରଇଏଲ) ଆବାସିକ ଗ୍ରାହକଙ୍କ ମଧ୍ୟରେ ରୁଫ୍‌ଟପ୍ ସୋଲାର ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଷୟ ଶକ୍ତି ଲାଗି ରାଜ୍ୟର ନୋଡାଲ ଏଜେନ୍ସି ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ (ଓରେଡା ଲିମିଟେଡ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ସହଯୋଗିତା ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା (ପିଏମଏସଜିୱାଇ) କାର୍ଯ୍ୟକାରୀ କରି ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଏକ ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଭାରତର ଅନ୍ୟତମ ବୃହତ୍ତମ ସମନ୍ୱିତ ବିଦ୍ୟୁତ୍ କମ୍ପାନି ଟାଟା ପାୱାର ରାଜ୍ୟ ସରକାରଙ୍କ ସହଭାଗିତାରେ ଏହାର ୪ଟି ଡିସକମ୍ ମାଧ୍ୟମରେ ଓଡ଼ିଶାରେ ବିଦ୍ୟୁତ୍ ବିତରଣ ପରିଚାଳନା କରୁଛି। ଡିସକମ୍ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଯାହା ଘରେ ଘରେ ସୌର ଶକ୍ତି ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଓଡ଼ିଶା ସରକାରଙ୍କ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଏବଂ ମୁଖ୍ୟ ଶାସନ ସଚିବ ଆଇଏଏସ୍ ଶ୍ରୀ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଓରେଡା ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାଇଦତ୍ତ ବିପ୍ଲବ କେଶରୀ ପ୍ରଧାନ ଏବଂ ଟାଟା ପାୱାରର ସିଇଓ ତଥା ଏମଡି ଡ. ପ୍ରବୀର ସିହ୍ନା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।
ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ସମଗ୍ର ଓଡ଼ିଶାରେ ସୁଲଭ ସୌର ଶକ୍ତି ସମାଧାନର ନିରବଚ୍ଛିନ୍ନ ରୂପାୟନ ଏବଂ ଜନସଚେତନତା ବୃଦ୍ଧି ମାଧ୍ୟମରେ ସୌର ଶକ୍ତି ଗ୍ରହଣକୁ ତ୍ୱରାନ୍ୱିତ କରିବା। ଓରେଡା ଦ୍ୱାରା ଏହାର ପସନ୍ଦର ସୌରଶକ୍ତି ସହଯୋଗୀ ଭାବରେ ତାଲିକାଭୁକ୍ତ ହେବାକୁ ଥିବା ଟିପିଆରଇଏଲ ଜୀବନବ୍ୟାପୀ ଯତ୍ନ ସହିତ ବିଶ୍ୱସନୀୟ ଏବଂ ଅସୁବିଧାମୁକ୍ତ ସୌର ସମାଧାନ ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଓରେଡା ଏବଂ ଏହାର ଆର୍ôଥକ/ବ୍ୟାଙ୍କିଙ୍ଗ ଅଂଶୀଦାରଙ୍କ ସହ କମ୍ପାନି ବିମାନବନ୍ଦର, ମଲ୍ ଏବଂ ରେଳ ଷ୍ଟେସନ ଭଳି ଉଚ୍ଚ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଅଭିଯାନର ନେତୃତ୍ୱ ନେବ। ଗୋଷ୍ଠୀ ନିୟୋଜନକୁ ସୁଦୃଢ଼ କରିବା ପାଇଁ କମ୍ପାନି ଅକ୍ଷୟ ଶକ୍ତି ବ୍ୟବହାରର ଲାଭ ଉପରେ ଶିକ୍ଷଣୀୟ ସାମଗ୍ରୀ ବିକଶିତ କରିବ, ସ୍ଥାନୀୟ ଭେଣ୍ଡରଙ୍କ ପାଇଁ ଅଧିବେଶନ ଆୟୋଜନ କରିବ ଏବଂ ରୁଫଟପ୍ ସୋଲାର ସ୍ଥାପନା ଓ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ତାଲିମ ଦ୍ୱାରା ସ୍ଥାନୀୟ ବୈଷୟିକ ବିଶେଷତାକୁ ସୁଦୃଢ଼ କରିବ।
ଅକ୍ଷୟ ଶକ୍ତି ଏବଂ ଶକ୍ତି ଦକ୍ଷତାର ଲାଭ ଉପରେ ଗୁରୁତ୍ୱ ଦେବା ପାଇଁ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ସାମଗ୍ରୀ ସୃଷ୍ଟି ଏବଂ ପ୍ରସାର ଦ୍ୱାରା ସମର୍ôଥତ ଜନଶିକ୍ଷା ଏକ କେନ୍ଦ୍ରୀୟ ସ୍ତମ୍ଭ ହୋଇ ରହିବ।
ଦେଶରେ ସର୍ବାଧିକ ସୋଲାର ସବସିଡି ଥିବା ରାଜ୍ୟ ଭାବରେ ଓଡ଼ିଶା ସୌର ବିପ୍ଳବର ନେତୃତ୍ୱ ନେଉଛି ଯାହା ଉପଭୋକ୍ତାଙ୍କ ଉପରେ ଆର୍ôଥକ ବୋଝକୁ ଯଥେଷ୍ଟ ହ୍ରାସ କରିବା ସହ ସହଜରେ ଗ୍ରହଣ କରିବାକୁ ସକ୍ଷମ କରୁଛି।

Leave a Reply

Your email address will not be published. Required fields are marked *