ମାଛଚାଷୀ ଓ ବୈଜ୍ଞାନିକ ବାର୍ତ୍ତାଳାପ କାର୍ଯ୍ୟକ୍ରମ

କୋରାପୁଟ, ପ୍ରବାହ ନ୍ୟୁଜ୍‌ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ବାମୁଣିଆଗୁଡା ଠାରେ ବୈଜ୍ଞାନିକ ପଦ୍ଧତି ରେ ମାଛ ଚାଷରେ ହେଉଥିବା ଲାଭ ସମ୍ପର୍କରେ ଚାଷୀ ଓ ବୈଜ୍ଞାନିକ ମଧ୍ୟରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥାନ( ସିଫା) ଓ ଜୀବ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ବର ପକ୍ଷରୁ ଦି ବି ଟୀ କିଷା ନ ହବ୍ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଫା ର ପ୍ରଧାନ ବୈଜ୍ଞାନିକ ଓ ଜୈବ ପ୍ରଯୁକ୍ତି ବିଭାଗ ର ମୁଖ୍ୟ ଡକ୍ଟର ଜିତେନ୍ଦ୍ର କୁମାର ସୁନ୍ଦର ରାୟ ଯୋଗ ଦେଇ ବୈଜ୍ଞାନିକ ପଦ୍ଧତି ରେ ମାଛ ଚାଷ ରେ ହେଉ ଥିବା ଲାଭ ବିଷୟ ରେ ଆଲୋକପାତ କରିଥଲେ l

ମାଛ ଚାଷରେ ପୋଖରୀ ପରିଚାଳନା ,ରୋଗ ଓ ମାଛ ଖାଦ୍ୟ ର ଭୂମିକା,ଉନ୍ନତ ମାନର ଜାଆଁଳା ବ୍ୟବହାର ଦ୍ଵାରା ଲାଭ ବାବଦ ରେ କହି ଥିଲେ l
ଜୟନ୍ତୀ ରହୁ ଓ ସିଫl ଅମୃତ ଭlକୁର ମାଛ ଚାଷ ଦ୍ବାରା ମାଛ ଚାଷ ରେ ହେଉଥିବା ଲାଭ ସମ୍ପାର୍କ ରେ ବୁଝାଇ ଥିଲେl
ଉମରକୋଟ ବ୍ଲକର ମତ୍ସ୍ୟ ଉଦ୍ୟୋଗୀ ସୁଜିତ୍ ଦାସ ଜାଆଁଳା ଚାଷ ରେ ହେଉଥିବା ଲାଭ, ପୋଖରୀ ରେ ଚୂନ ପ୍ରୟୋଗ, ମାଟି ଓ ପାଣି ର ପରୀକ୍ଷା ଆବଶ୍ୟକ ସମର୍କ ରେ କହିଥିଲେ l ବୈଜ୍ଞାନିକ ପଦ୍ଧତି ରେ ମାଛ ଚାଷ କଲେ ଏକର ପ୍ରତି 3 ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଲାଭ ହୋଇପାରିବ ବୋଲି କହି ଥିଲେ l
ବୋରିଗୁମ୍ମା ବ୍ଲକ ର ଜୀବିକା କୁର୍ଡିନେଟର ଦେବେନ୍ଦ୍ର କୁମାର ପଣ୍ଡା , ବୋରିଗୁମ୍ମା ବ୍ଲକର 50 ରୁ ଅଧିକ ଚାଷୀ ଯୋଗ ଦେଇ ମାଛ ଚାଷ ସମ୍ପର୍କ ରେ ହେଉଥିବା ସମସ୍ୟ ବାବଦରେ ବୈଜ୍ଞାନିକ ଓ ବିଶେଷଜ୍ଞ ଠାରୁ ପଚାରି ବୁଝିଥିଲେ l ଏହି କାର୍ଯ୍ୟକ୍ରମ କୁ ବିଜ୍ଞାନ ସଂଚା ରକ ଲକ୍ଷ୍ମୀ ନାରୟଣ ବକ୍ସି ପରିଚାଳନା କରିଥିବା ବେଳେ ସୂର୍ଯ୍ୟ ନାରାୟଣ ପଣ୍ଡା, ଶିଶିର ଷଡଙ୍ଗୀ ସହ ଯୋଗ କରିଥିଲେ l

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *