ବେଦାନ୍ତ ଆଲୁମିନିୟମ ଅଗ୍ନି ନିରାପତା ତାଲିମ ସହିତ ଗୋଷ୍ଠୀ ନିରପତାକୁ ଶୁଦୃଢ କରିଛି
ଝାରସୁଗୁଡ଼ା, ପ୍ରବାହ ନ୍ୟୁଜ୍ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଫ୍ଲାଗସିପ ଅଗ୍ନି ଜାଗରୁକତା ପଦକ୍ଷେପ ଅଧିନରେ ଝାରସୁଗୁଡ଼ାଠାରେ ଅଗ୍ନି ନରାପତା ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଛାତ୍ର ତଥା କର୍ମଚାରୀମାନଙ୍କୁ ଅତ୍ୟାବଶ୍ୟକ ଅଗ୍ନି ନିରାପତା ଉପରେ ଜ୍ଞାନ ଓ ବ୍ୟବହାରିକ କୌଶଳ ଉପରେ ଦିଗଦର୍ଶନ ଦେଇ ଗୋଷ୍ଠୀର ସୁରକ୍ଷା ଓ ସି୍ଥରତା ବୃଦ୍ଧି ଲାଗି ଏହାର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ କରିବା ପ୍ରୟାସ କରିଥିଲା ।
ଏହି ପ୍ରଶିକ୍ଷଣକୁ ବେଦାନ୍ତର ସୁରକ୍ଷାବଳ ପରିଚାଳନା କରିଥିଲେ ଓ ଏଥିରେ ଛାତ୍ର, ଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କ ସହ ୩୦୦ରୁ ଅଧିକ ଉତ୍ସାହୀ ଅଂଶଗ୍ରହଣ କରିଥିଲେ । ଏହି ଅଧିବେଶନରେ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରୋଟୋକଲ, ନିରାପଦ ସୁରକ୍ଷା ପ୍ରଣାଳୀ, ଅଗ୍ନି ନିର୍ବାପକ କୌଶଳର ବ୍ୟବହାରିକ ପ୍ରଦର୍ଶନ ଓ ପ୍ରଣାଳୀ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଏହି ପଦକ୍ଷେପ ସଂପର୍କରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଥିଲେ ଯେ ବେଦାନ୍ତରେ ଆମେ ସମସ୍ତଙ୍କ ପାଇଁ ନିରାପଦ ପରିବେଶ ଚାହୁଁ । ଏଥିପାଇଁ ଆବଶ୍ୟକ ହେଉଛି ଉପଯୁକ୍ତ ଜ୍ଞାନ କୌଶଳ ବିଷୟରେ ଅଭଗତ ହେବା ଓ ଗୋଷ୍ଠୀକୁ ସଶକ୍ତ କରିବା । ଅଗ୍ନି ନିରାପତା କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ଆମ ସଚେତନତା ସଂସ୍କୃତିର ପରିଚୟ । ଏଥିପାଇଁ ଛାତ୍ର ଓ ଶିକ୍ଷକମାନଙ୍କ ଉତ୍ସାହ ଏବଂ କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ ପ୍ରକୃତରେ ପ୍ରେରଣାଦାୟକ । ଗୋଷ୍ଠୀକୁ ଅଧିକ ସ୍ଥିର କରିବାରେ ଏହି ପଦକ୍ଷେପ ଗୁଡ଼ିକର ପ୍ରଭାବକୁ ପ୍ରତିଫଳିତ କରିଥାଏ ।
ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର କୁମାର ପଟେଲ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାରୁ ଆମେ ବେଦାନ୍ତ ଆଲୁମିନିୟମକୁ ଧନ୍ୟବାଦ ଜଣାଉଛୁ । ଏହା ଆମର ଛାତ୍ର ଓ କର୍ମଚାରୀଙ୍କୁ ବ୍ୟବହାରିକ ଜ୍ଞାନକୌଶଳ ଓ ଅଗ୍ନିକାଣ୍ଡ ସମୟର ପରିସ୍ଥିତିକୁ ପରିଚାଳନା କରିବା ସଂପର୍କରେ ଆତ୍ମବିଶ୍ୱାସ ପ୍ରଦାନ କରିଛି । ଜୀବନ ରକ୍ଷା ପ୍ରଣାଳୀ ଉପରେ ସୁରକ୍ଷିତ ପ୍ରଶିକ୍ଷଣ ମଧ୍ୟ ପରିବେଶର ସୁରକ୍ଷା ପଦକ୍ଷେପ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଅଂଶଗ୍ରହଣକାରୀମାନେ ସକ୍ରିୟ ଭାବରେ ଆଲୋଚନା ଓ ପ୍ରଦର୍ଶନରେ ଭାଗ ନେଇଥିଲେ । ବେଦାନ୍ତ ଆଲୁମିନିୟମର ଗୋଷ୍ଠୀ ମଧ୍ୟରେ ନିରାପତା ଓ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଲାଗି ଉତ୍ସର୍ଗୀକୃତ ହେବାର ପ୍ରମାଣ ଅଟେ ।
ବେଦାନ୍ତ ଆଲୁମିନିୟମର ସାମାଜିକ ପଦକ୍ଷେପରେ ବହୁତ ଗୁଡ଼ିଏ ପଦକ୍ଷେପ ଯଥା ଜୀବିକା ନିର୍ବାହ, ଗୁଣମାନର ଶିକ୍ଷା, ମହିଳା ସଶକ୍ତିକରଣ, ଜୈବ ବିକାଶ ଓ ଗୋଷ୍ଠୀ ଭିତିଭୂମି ନିର୍ମାଣ ପରି କାର୍ଯ୍ୟ ହାତକୁ ନିଆଯାଉଛି । ଏହା ଦ୍ୱାରା ଝାରସୁଗୁଡ଼ାର ୮୦ଟି ଗ୍ରାମର ପ୍ରାୟ ୩ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି । କଂପାନି ଦ୍ୱାରା ପ୍ରତିଷ୍ଠିତ ୩୫୦ଏସଏଚଜି ଜରିଆରେ ୫୦୦୦ ମହିଳା ନିଜକୁ ସ୍ୱାବଲମ୍ବୀ କରାଇଛନ୍ତି । ୫୦୦୦୦ରୁ ଅଧିକ ଲୋକ ବେଦାନ୍ତ ସ୍ୱାସ୍ଥ୍ୟ ସେବା ଲାଭ କରିବା ସହ ୧୩,୦୦ରୁ ଅଧିକ ଛାତ୍ରମାନଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଉଛି । ପରିବେଶର ସୁରକ୍ଷା ପାଇଁ ଗୋଷ୍ଠୀ ସ୍ତରରେ୧.୫ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରାଯାଇଛି ।
ବେଦାନ୍ତ ଆଲୁମିନିୟମ ବେଦାନ୍ତ ଲମିଟେଡର ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।