ଗୋଦରେଜ ପ୍ରଫେସନାଲର ପ୍ରଥମ ବ୍ରାଣ୍ଡ ଆମ୍ବାସାଡର ସର୍ବରୀ
-ଗୋଦରେଜ ପ୍ରଫେସନାଲ ସ୍ପଟଲାଇଟ ଆୱର୍ଡର ବିଜେତା ଘୋଷଣା
ଭୁବନେଶ୍ୱର: ପ୍ରବାହ ନ୍ୟୁଜ୍ : ଅଗ୍ରଣୀ ପ୍ରଫେସନାଲ କେଶ କଲର ବ୍ରାଣ୍ଡ ଗୋଦରେଜ ପ୍ରଫେସନାଲ ପକ୍ଷରୁ ବଲିଉଡର ଉଦୀୟମାନ ତାରକା ସର୍ବରୀଙ୍କୁ ପ୍ରଥମ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ଜାତୀୟ ସ୍ତରରେ ହେୟାର ଷ୍ଟାଇଲିଷ୍ଟଙ୍କ ଉପଲ୨ି ପାଳନ କରିବାର ପ୍ଲାଟଫର୍ମ ଗୋଦରେଜ ପ୍ରଫେସନାଲ ସ୍ପଟଲାଇଟର ଗ୍ରାଣ୍ଡ ଫିନାଲେରେ ଏହା ଘୋଷଣା କରାଯାଇଛି । ମୁଞ୍ଜିୟା, ମହାରାଜ ଓ ବେଦା ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ସର୍ବରୀ କମ୍ପାନିର ଷ୍ଟାଇଲ, ବିଶ୍ୱାସ ଓ ସଶକ୍ତୀକରଣ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛନ୍ତି ।
ଗୋଦରେଜ କଂଜ୍ୟୁମର୍ ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍)ର ମହାପ୍ରବନ୍ଧକ ଅଭିନବ ଗ୍ରାନ୍ଧୀ କହିଛନ୍ତି ଯେ, ‘ଗୋଦରେଜ୍ ପ୍ରଫେସନାଲର ପ୍ରଥମ ବ୍ରାଣ୍ଡ ଆମ୍ବାସାଡର ଭାବେ ସର୍ବରୀଙ୍କୁ ପାଇ ଆମେ ଉତ୍ସାହିତ । ଜଣେ ଫ୍ୟାସନ ଏବଂ ଲାଇଫଷ୍ଟାଇଲ ଆଇକନ୍ ହୋଇଥିବାରୁ ସର୍ବରୀଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ଯେଉଁମାନେ ତାଙ୍କର ଅଦ୍ଭୁତ ଷ୍ଟାଇଲ ପାଇଁ ତାଙ୍କୁ ପସନ୍ଦ କରୁଛନ୍ତି । ଗୋଦରେଜ ପ୍ରଫେସନାଲ ସହ ସେ ଏଭଳି ଏକ ସମୟରେ ଯୋଡ଼ିହୋଇଛନ୍ତି ଯେତେବେଳେ ଆମେ କେଶ ଏବଂ ସୌନ୍ଦର୍ଯ୍ୟ ଶିଳ୍ପରେ ଆମର ଉପସ୍ଥିତିର ବିସ୍ତାର ଜାରି ରଖିଛୁ ।’’ ସର୍ବରୀ କହିଛନ୍ତି ଯେ, ‘ଗୋଦରେଜ ପ୍ରଫେସନାଲର ପ୍ରଥମ ବ୍ରାଣ୍ଡ ଆମ୍ବାସାଡର ହେବା ମୋ ପାଇଁ ଗୌରବର ବିଷୟ । ଗୋଦରେଜ ୧୨୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ପରିବାରମାନଙ୍କ ମଧ୍ୟରେ ଏକ ବିଶ୍ୱସ୍ତ ନାମ ଏବଂ ଦେଶରେ କେଶର ରଙ୍ଗ ବର୍ଗରେ ପ୍ରକୃତରେ ବିପ୍ଳବ ଆଣିଛି । ଅଭିନବ ଏବଂ ଉଚ୍ଚ ଗୁଣବତା ବିଶିଷ୍ଟ କେଶ ରଙ୍ଗ ଯେପରିକି
ଡାଇମେଂସନ୍ ଏବଂ କଲରପ୍ଲେ ପାଇଁ ଏହା ଜଣାଶୁଣା । ମୁଁ ପରଦାରେ କୌଣସି ଚରିତ୍ରକୁ ଜୀବନ୍ତ କରୁଛି କିମ୍ବା ରେଡ୍ କାର୍ପେଟ୍ରେ ଚାଲୁଛି- କେଶ ସବୁବେଳେ ମୋ ଷ୍ଟାଇଲର ଏକ ନିର୍ଦ୍ଦିଷ୍ଟ ଅଂଶ ରହିଆସିଛି । ଯେତେବେଳେ ଗୋଦରେଜ ପ୍ରଫେସନାଲର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ମୁଁ ରୋମାଂଚିତ ହୋଇପଡ଼ିଥିଲି କାରଣ ଏହା ମୋର ବ୍ୟକ୍ତିଗତ ଶୈଳୀ ସହିତ ମେଳ ଖାଉଛି ।’’ ଗୋଦରେଜ ପ୍ରଫେସନାଲ ପକ୍ଷରୁ \’ସ୍ପଟଲାଇଟ୍\’ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ପ୍ରାପ୍ତ ୪୦୦ରୁ ଅଧିକ ଆବେଦନ ମଧ୍ୟରୁ ଏକ ଗ୍ରାଣ୍ଡ ହେୟାର ସୋ\’ରେ ୩୦ ଜଣ ଫାଇନାଲିଷ୍ଟ କେଶ ରଙ୍ଗ ଲୁକ୍ ପ୍ରଦର୍ଶନ କରିଥିଲେ । ରାଜକୋଟସ୍ଥିତ ବୋନାଞ୍ଜା ବିୟୁଟି ଲାଉଞ୍ଜର ଭବିନ ବାଭାଲିଆ ୫ ଲକ୍ଷ ଟଙ୍କା ପୁରସ୍କାର ପାଇବା ସହ ଜଣେ
ସେଲିବ୍ରିଟିଙ୍କ ସହ କାମ କରିବାର ସୁଯୋଗ ପାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କୋଲକାତାର କାଇକ୍ସୋ ଏକାଡେମିର ପ୍ରିୟଙ୍କା ସିହ୍ନା ୨.୫ ଲକ୍ଷ ଟଙ୍କା ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବେଙ୍ଗାଲୁରୁର ଲାଲତଲାନ କିମି- ଲଭ୍ ସାଲୁନ୍ ୧.୫ ଲକ୍ଷ ଟଙ୍କା ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିୟୁଟି ଆଣ୍ଡ ୱେଲନେସ୍ ସେକ୍ଟର ସ୍କିଲ୍ କାଉନସିଲ୍ (ବିଆଣ୍ଡଡବ୍ଲ୍ୟୁଏସ୍ଏସସି)ର ସିଇଓ ମୋନିକା ବହଲ କହିଛନ୍ତି ଯେ, ‘ଦକ୍ଷତା ବିକାଶ ଏବଂ ଶିଳ୍ପ ସହଯୋଗ କିପରି ସମଗ୍ର ଭାରତରେ ହେୟାର ଷ୍ଟାଇଲିଷ୍ଟମାନଙ୍କ ପାଇଁ ଅଭିବୃଦ୍ଧି ଏବଂ ସ୍ୱୀକୃତି ଆଣିପାରିବ ତାହାର ଏକ ଉଜ୍ଜ୍ୱଳ ଉଦାହରଣ ହେଉଛି ଗୋଦରେଜ ପ୍ରଫେସନାଲ ସ୍ପଟଲାଇଟ । ଗୋଦରେଜ ପ୍ରଫେସନାଲଙ୍କ ସହ ସହଯୋଗିତା କରି ଆମେ ଭାରତୀୟ ପ୍ରତିଭାକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ପହଂଚାଉଛୁ ଏବଂ ପରବର୍ତୀ ପିଢ଼ିର ସେଲୁନ୍ ପ୍ରଫେସନାଲମାନଙ୍କୁ ପ୍ରେରଣା ଦେଉଥିବା ସୁଯୋଗ ସୃଷ୍ଟି କରୁଛୁ ।’’ ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଜିସିପିଏଲ୍)ର ଅଭିନବ ଗ୍ରାନ୍ଧୀ କହିଛନ୍ତି ଯେ, ‘ଗୋଦରେଜ ପ୍ରଫେସନାଲ୍ ସ୍ପଟଲାଇଟକୁ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟାରେ ଆମେ ଅତ୍ୟନ୍ତ ଗର୍ବିତ । ଏହି ପ୍ଲାଟଫର୍ମ କେବଳ ପ୍ରତିଭାଶାଳୀ ହେୟାର ଷ୍ଟାଇଲିଷ୍ଟମାନଙ୍କୁ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରି ନାହିଁ ବରଂ ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତି ଆମର ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରିଛି । ଏହି ପଦକ୍ଷେପ ମାଧ୍ୟମରେ ଆମେ ହେୟାର ଷ୍ଟାଇଲିଷ୍ଟମାନଙ୍କୁ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବଜାରରେ ଉତ୍କୃଷ୍ଟ ହେବା ପାଇଁ ଆବଶ୍ୟକ ଦକ୍ଷତା ଏବଂ ପ୍ରଦର୍ଶନ ସହିତ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ଭାରତର ସେଲୁନ୍ ପେସାଦାରମାନଙ୍କୁ ସମୃଦ୍ଧ ଏବଂ ଉନ୍ନତ କରିବା ପାଇଁ ଆମର ଦୀର୍ଘମିଆଦୀ ପ୍ରତିବଦ୍ଧତା ଦିଗରେ ଏହା ଆମର ଏକ ପଦକ୍ଷେପ ।’’