ବେଦାନ୍ତ ଲାଞ୍ଜିଗଡ଼ ଶିଳ୍ପ ସହଯୋଗକୁ ବୃଦ୍ଧି କରିବା ଲାଗି ପଲିଟେକ୍ନିକ ଛାତ୍ରଛାତ୍ରିମାନଙ୍କ ଲାଗି ଶିଳ୍ପ ପରିଦର୍ଶନ ଆୟୋଜନ
ଲାଞ୍ଜିଗଡ଼, ପ୍ରବାହ ନ୍ୟୁଜ୍ : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜିଗଡ଼଼, ଭାରତର ଅଗ୍ରଣୀ ସ୍ମେଲଟର ଗ୍ରେଡର ଆଲୁମିନିୟମ ନିର୍ମାତା ଓ ବେଦାନ୍ତ ଆଲୁମିନିୟମ ଏକ ୟୁନିଟ ଭବାନିପାଟଣାରେ ପଲିଟେକନିକ ସରକାରୀ ପ୍ରତିଷ୍ଠାନର ଛାତ୍ରଛାତ୍ରିମାନଙ୍କ ଲାଗି ଏକ ବ୍ୟାପକ ଶିଳ୍ପ ପରିଦର୍ଶନ ଆୟୋଜନ କରିଥିଲା । ଏହି ଗସ୍ତରେ ଲାଞ୍ଜିଗଡ଼଼ରେ ବେଦାନ୍ତର ବିଶ୍ୱ ସ୍ତରୀୟ ଆଲୁମିନା ରିଫାଇନାରୀର ଏକ ବିସ୍ତୃତ ପ୍ଲାଂଟ ପରିଦର୍ଶନ ଅନ୍ତର୍ଭୁକ୍ତ ଥିଲା, ଯାହା ଛାତ୍ରଛାତ୍ରିଙ୍କୁ ଆଲୁମିନା ଉତ୍ପାଦନ ପ୍ର୍ରକ୍ରିୟା ଓ ଶିଳ୍ପ ସଂସ୍ଥା ଉପରେ ଜ୍ଞାନ ପ୍ରଦାନ କରିଥିଲା । ଏହି ପଦକ୍ଷେପ ତାତ୍ୱିକ ଶିକ୍ଷା ଓ ବ୍ୟବହାରିକ କୌଶଳ ମଧ୍ୟରେ ଏକ ସେତୁ ଭାବରେ ଛାତ୍ରଛାତ୍ରିମାନଙ୍କୁ ଅତ୍ୟାଧୁନିକ ଉତ୍ପାଦନ କାର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲା ।
ଏହି ଶିଳ୍ପ ପରିଦର୍ଶନ ବେଦାନ୍ତ ଲାଞ୍ଜିଗଡ଼ର ଓଡ଼ିଶାର ସୁଦୂର ଅଂଚଳରେ ଦକ୍ଷତା ବିକାଶ ଓ ଶିଳ୍ପ ଏକାଡେମୀ ସହଯୋଗକୁ ବଢାଇବା ଲାଗି ଏକ ପ୍ରୟାସର ଅଂଶ ଥିଲା । ବେଦାନ୍ତ ନିୟମିତ ଭାବରେ ଦକ୍ଷତା ଜ୍ଞାନ କୌଶଳ, ତାଲିମ, ଇଂଟର୍ନଶିପ ଓ କର୍ମଶାଳା ମାଧ୍ୟମରେ କର୍ମକ୍ଷେତ୍ରରେ ଉନ୍ନତି ଲାଗି ଆବଶ୍ୟକୀୟ ଜ୍ଞାନ କୌଶଳ ପ୍ରସାର କରିଥାଏ । ବୃତିଧାରୀଙ୍କୁ ତାଙ୍କ କର୍ମ ପଥରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବା ଏହାର ଲକ୍ଷ୍ୟ ।
ଏହି ପଦକ୍ଷେପ ଉପରେ ମତ ଦେଇ ପ୍ରଣବ କୁମାର ଭଟାଚାର୍ଯ୍ୟ, ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲିଃ କହିଛନ୍ତି ଯେ ବେଦାନ୍ତରେ ଆମର ଦୃଷ୍ଟିକୋଣ ହେଉଛି ଆଜିର ଯୁବକମାନଙ୍କୁ ସ୍ଥାୟୀ କ୍ୟାରିୟର ସୁଯୋଗ ପ୍ରଦାନ କରିବା । ଏଥିପାଇଁ ଜ୍ଞାନ କୌଶଳ ଓ ଏକ୍ସପୋଜର ସହ ସେମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ । ଏହି ଅଂଚଳର ଛାତ୍ରଛାତ୍ରିମାନଙ୍କୁ ପ୍ରଥମେ ଶିଳ୍ପ ସହ ଜଡ଼ିତ ହେବାର ସୁଯୋଗ ପ୍ରଦାନ କରି ଆମେ ସେମାନଙ୍କ ଭବିଷ୍ୟତ ପାଇଁ ଏକ ଦୃଢ ମୂଳଦୁଆ ନିର୍ମାଣ କରିବାକୁ ଆଶା କରିଛୁ ।
ଶଶିକାନ୍ତ ବେହେରା ଅଧ୍ୟାପକ କହିଛନ୍ତି ଯେ ଏହି ପରିଦର୍ଶନ ଆମ ଛାତ୍ରଛାତ୍ରିମାନଙ୍କ ଲାଗି ଏକ ମୂଲ୍ୟବାନ ଶିକ୍ଷଣ ଅଭିଜ୍ଞତା ପ୍ରଦାନ କରିବ । ଏହା କେବଳ ସେମାନଙ୍କୁ ପ୍ରେରଣା ନୁହେଁ ବରଂ ସେମାନଙ୍କୁ ଶିଳ୍ପ ଓ ଆଗାମୀ ସମ୍ଭାବ୍ୟ କ୍ୟାରିୟର ଚୟନ ପାଇଁ ଉତମ ଜ୍ଞାନ ପ୍ରଦାନ କରିବ । ସେମାନଙ୍କୁ ନିଜ କ୍ୟାରିୟର ମାର୍ଗ ବାଛିବାରେ ଏହି ପ୍ରଦର୍ଶନ ସହାୟକ ହେବ ।