ସ୍ପୋର୍ଟ୍ସ କରାଟେ ଏକାଡେମୀ ର ସ୍ବର୍ଣ୍ଣପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

କରଞ୍ଜିଆ , ପ୍ରବାହ ନ୍ୟୁଜ୍‌ : ସ୍ପୋର୍ଟସ କରାଟେ ଏକାଡେମୀ ର ସ୍ୱର୍ଣ୍ଣବିଜେତା କରାଟେ ପ୍ରତିଯୋଗୀ ଙ୍କୁ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା। କୋଚ ଆଶିଷ ରଞ୍ଜନ ମହାନ୍ତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ଅତିଥିଭାବେ ସମାଜସେବୀ ଗିରିଧାରୀ ପୃଷ୍ଟି, କରଞ୍ଜିଆ ଏନ ଏ ସି ର ପୂର୍ବତନ ନଗର ପାଳ ଭୁବନ ବିହାରୀ ସାହୁ, ଓକିଲ ସଂଘ ସଂପାଦକ ଦିବ୍ୟ ପ୍ରସାଦ ସାହୁ, ପ୍ରେସ କ୍ଲବ ସଂପାଦକ କର୍ଣାର୍ଜୁନ ସାହା, ବରିଷ୍ଠ କ୍ରୀଡାବିତ ତଥା ବରିଷ୍ଠ ସାମ୍ବାଦିକ ଗୌରୀ ଶଙ୍କର ସିଂହ, ମାରୱାଡି ଯୁବ ମଞ୍ଚର ପ୍ରାକ୍ତନ ସଭାପତି ସୁଧୀର ଭାରୁକା, ଲକ୍ଷ୍ମୀକାନ୍ତ ରାମ, ପ୍ରଦୀପ ବର୍ମା ଓ ଅଭିଷେକ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ସ୍ୱର୍ଣ୍ଣ ବିଜେତା କରାଟେ ପ୍ରତିଯୋଗୀ ତଥା ଜାତୀୟ ସ୍ତର କରାଟେ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ରୁ ମନୋନୀତ ହୋଇଥିବା କରଞ୍ଜିଆ ର ଅନୁଷ୍କା ନାଏକ, ନୀତିନ କୁମାର ମହାନ୍ତ ଓ ସମୀକ୍ଷା ପ୍ରିୟଦର୍ଶିନୀ ମହାନ୍ତ ଙ୍କୁ ଅଭିନନ୍ଦନ ଜଣାଇବା ସହିତ ଉତ୍ସାହିତ କରିବାକୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାସ୍ତରିୟ ହେଉ ବା ରଜ୍ୟ ସ୍ତରୀୟ ହେଉ ସବୁ ପ୍ରତିଯୋଗିତା ରେ କରଞ୍ଜିଆ ସ୍ପୋର୍ଟସ କରାଟେ ଏକାଡେମୀ ର ପ୍ରତିଯୋଗୀ ମାନେ ପଦକ ବିଜୟ କରିଥାନ୍ତି। କରଞ୍ଜିଆ ର ସ୍ପୋର୍ଟସ କରାଟେ ଏକାଡେମୀ ଓଡିଶା ର ପଞ୍ଚମ ସ୍ଥାନ ଅଧିକାର କରିଛି। ଜାତୀୟସ୍ତର ପ୍ରତିଯୋଗିତା ରେ ଭାଗ ନେଇଥିବା ତିନି ପ୍ରତିଯୋଗୀ ଙ୍କ ଉଜ୍ଜଳ ଭବିଷ୍ୟତ ସହ ପଦକ ବିଜୟ କାମନା କରିଥିଲେ ଅତିଥି ମାନେ। ଶେଷରେ ଆଶିଷ ରଞ୍ଜନ ମହାନ୍ତ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ। 

Leave a Reply

Your email address will not be published. Required fields are marked *

You may have missed