ମିଛ ଖବର ଓ ଅପପ୍ରଚାର ଦ୍ୱାରା ସମାଜରେ ବିମୁଖତା ସୃଷ୍ଟି ହୋଇଥାଏ
ରେଶହମ୍ ଫାତିମା
ଆଜିର ଡିଜିଟାଲ ଯୁଗରେ ଯୋଗାଯୋଗ, ସଂଯୋଗ ଏବଂ ସୂଚନା ପ୍ରସାରଣରେ ସାମାଜିକ ଗଣମାଧ୍ୟମ ଏକ ଶକ୍ତିଶାଳୀ ସାଧନ ଅଟେ । କିନ୍ତୁ ଲାଭଦାୟକ ହେବା ସଙ୍ଗେ ସଙ୍ଗେ ଭୁଲ ତଥ୍ୟ ପ୍ରସାରଣ ପାଇଁ ମଧ୍ୟ ଏହା ଏକ ଅର୍ନ୍ତନିହିତ ବିପଦ ବହନ କରେ । ଭଲ ତଥ୍ୟ ଦ୍ୱାରା ଯୁବସମାଜ ଓ ବିଶେଷ କରି ମୁସଲମାନ ଯୁବକଗୋଷ୍ଠୀଙ୍କ ମଧ୍ୟରେ ବିମୁଖତା, ବିରକ୍ତି ଏବଂ ଉତ୍ତେଜନା ସୃଷ୍ଟି ହୋଇଥାଏ । ଅନଲାଇନ୍ ଉପଲବଧୂ ଥିବା ବିସ୍ତୃତ ସୂଚନା ଯୁବପିଢି ପାଇଁ ଅସୁରକ୍ଷିତ ଅଟେ । ଏହି ଡିଜିଟାଲ ଯୁଗରେ ଦ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଏକ୍ସ (ଟ୍ୱିଟର) ଭଳି ପ୍ଲାଟଫର୍ମ ଗୁଡିକରେ ଏପରି ବିଷୟବସ୍ତୁ ଉପଲବ୍ଧ ଥାଏ, ଯାହା ଉପଭୋକ୍ତା ଚାହୁଁଥିବା କାହାଣୀକୁ ଏବଂ ବିଶ୍ୱାସକୁ ଅଧୀକ ଦୃଢ କରିଥାଏ । ଏକ ସମାଜ ଯେଉଁଠାରେ ସଂଖ୍ୟାଲଘୁ ମାନେ ନିଜ ପରିଚୟ ପାଇଁ ସଂର୍ଘଷ କରୁଛନ୍ତି, ସେଠାରେ ବିକୃତ ଖବର, ବିଭ୍ରାନ୍ତକାରୀ ହେଡଲାଇନ୍ ଓ ମିଥ୍ୟା ଅପପ୍ରଚାର ଅଧୀକ ଶକ୍ତିଶାଳୀ ରୂପ ନେଇଥାଆନ୍ତି ।
ଭୁଲ୍ ତଥ୍ୟ ଅନେକ ରୂପ ନେଇପାରେ ଯେପରି ଉପୁଡନର ଅତିରଞ୍ଜିତ କାହାଣୀ, ଭିଡିଓ କିମ୍ବା ଷଡଯନ୍ତ୍ର କାହାଣୀ ଯାହା ବିଭିନ୍ନ ଧାର୍ମିକ କିମ୍ବା ଜନଜାତୀୟ ଗୋଷ୍ଠୀଙ୍କୁ ପରସ୍ପର ବିରୋଧରେ ଛିଡା କରିଥାଏ । ଏହିପରି ବିଷୟବସ୍ତୁ ଗୁଡିକର କୌଣସି ସତ୍ୟାସତ୍ୟ ପାଂଚ ନ ହୋଇ ଜଙ୍ଗଲର ନିଆଁ ପରି ଦ୍ରୁତଗତିରେ ପ୍ରସାରିତ ହୋଇଥାଏ । ଅବହେଳିତ ଓ ନିଷ୍ପେଷିତ ଅନୁଭବ କରୁଥିବା ମୁସଲିମ ଯୁବକମାନଙ୍କ ପାଇଁ ଏହି ଭୁଲ ତଥ୍ୟ ଗୁଡିକ ତାଙ୍କର ଭାବନାକୁ ଆହୁରି ଦୃଢୀଭୂତ କରିଥାଏ, ଯାହାଦ୍ୱାରା ବାସ୍ତବିକ ପରିସ୍ଥିତି ଏବଂ ସୋସିଆଲ ମିଡ଼ିଆରେ ଉପସ୍ଥାପିତ ସଂସ୍କରଣ ମଧ୍ୟରେ ବ୍ୟବଧାନ ବଢିଥାଏ । ଅନେକ କ୍ଷେତ୍ରରେ ସମାନେ ଅନୁଭବ କରନ୍ତି ଯେ ସେମାନେ ଯାହାବି କରନ୍ତୁ ନା କାହିଁକି କେବେବି ଅନ୍ୟ ନାଗରିକଙ୍କ ଭଳି ସମାନ ସ୍ଥାନ ନେଇପାରିବେ ନାହିଁ । ଏହି ଚିନ୍ତାଧାରା ଉଭୟ ଶାରୀରିକ ଏବଂ ଭାବପ୍ରବଣ ହୋଇପାରେ । ଯାହା ଯୁବକମାନଙ୍କୁ ମୁଖ୍ୟ ସାମାଜିକ ଏବଂ ନାଗରିକ ଜୀବନରୁ ବିଚ୍ଛିନ୍ନ ହେବାକୁ ପୁର୍ବତ୍ତାଇ ଥାଏ । ତାସହିତ ଏହି ପ୍ରକ୍ରିୟାର ପରବତ୍ତୀ ପଦକ୍ଷେପ ହେଉଛି ବିମୁଖତାରୁ ଚରମପନ୍ଥା ଆଡକୁ ମୁହାଁଇବ । ଏହିପରି ଯୁବଗୋଷ୍ଠୀ ମାନେ ମାନିନିଅନ୍ତି ଯେ ନ୍ୟାୟ ହାସଲ କରିବା ପାଇଁ କିମ୍ବା ନିଜକୁ କୌଣସି ପ୍ରକାରର ବିପଦରୁ ରକ୍ଷା କରିବା ପାଇଁ ହିଂସା ହିଁ ଏକମାତ୍ର ମାଧ୍ୟମ ଅଟେ । ଏହି ମୁସଲିମ ଯୁବକମାନେ ସମୟକ୍ରମେ ଏପରି ଅନଲାଇନ ମଂଚଗୁଡିକରେ ରୁହନ୍ତି ଯେଉଁଠାରେ ଚରମପନ୍ଥୀ ଦୃଷ୍ଟିକୋଣ ସୃଷ୍ଟି ହେବା ସାଭାବିକ ଅଟେ ଉଗ୍ରବାଦୀ ସଂଗଠନ ମାନେ ଏହିପରି ନିରାଶ ଯୁବକ ମାନଙ୍କୁ ନିଜ ସହିତ ସାମିଲ କରିବା ପାଇଁ ଭଲ୍ଲତଥ୍ୟର ବ୍ୟବହାର କରିଥାଆନ୍ତି । ଏହି ସଂଗଠନ ମାନେ ନିଜକୁ ସମାଜ ପ୍ରତି ବିମୁଖ ଅନୁଭବ କରୁଥିବା ଯୁବକମାନଙ୍କର ଶୋଷଣ କରନ୍ତି ଏବଂ ସେମାନଙ୍କୁ ପ୍ରତିଶୃତି ଦିଅନ୍ତି ଯେ ହିଂସ । କିମ୍ବା ଆଇନର ଅବମାନନା ଦ୍ୱାରା ସେମାନେ ନ୍ୟାୟ, ସମ୍ମାନ ଏବଂ ପ୍ରତିଶୋଧ ହାସଲ କରିପାରିବେ । କିନ୍ତୁ ବାସ୍ତବରେ ଏହି ପଥ ଉଭୟ ବ୍ୟକ୍ତି ବିଶେଷ ଏବଂ ସେମାନଙ୍କ ସମ୍ପ୍ରଦାୟ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥାଏ । ଅନ୍ୟପକ୍ଷରେ ମିଛ ଖବର ଓ ଅପପ୍ରଚାର ସମାଜ ଏବଂ ମୁଖ୍ୟତଃ ଉକ୍ତ ସମ୍ପ୍ରଦାୟର ନେତା, ଶିକ୍ଷାବିତ୍ ଏବଂ ନୀତି ନିର୍ଣୟକାରୀଙ୍କ ପାଇଁ ଏକ ଗୁରତ୍ୱପୂର୍ଣ ଆହ୍ୱାନ ସୃଷ୍ଟି କରିଥାଏ । ତେଣୁ ଗଣମାଧ୍ୟମର ସାକ୍ଷରତା ଏବଂ ଯୁବକମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରାଯାଇ ଏହି ଆହ୍ୱାନର ସକ୍ରୀୟ ଭାବେ ମୁକାବିଲା କରିପାରିବ । ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକ ନିଜପାଠ୍ୟକ୍ରମରେ ଗଣମାଧ୍ୟମ ସାକ୍ଷରତାକୁ ଅର୍ନ୍ତଭୁକ୍ତ କରିବା ଆବଶ୍ୟକ, ଯାହାଦ୍ୱାରା ଛାତ୍ରମାନେ ସୂଚନା ଉତ୍ସର ମାଂଚ ଓ ଅନଲାଇନରେ ଉପଲବ୍ଧ ସୂଚନା ଗୁଡିକର ବିଶ୍ୱସନିୟତ । ବିଷୟରେ ଉଚିତ୍ ଭାବରେ ଚିନ୍ତା କରିପାରିବେ । ଯଦ୍ୱାରା ଯୁବକମାନେ ଭୁଲ ତଥ୍ୟରୁ ଦୁରେଇ ରହିବା ସହ କୌଣସି ଜାଲରେ ପଡିବାରୁ ବଂଚିପାରିବେ । ଏଥି ସକାଶେ ସାମ୍ପ୍ରଦାୟିକ ନେତା ଏବଂ ଧର୍ମଗୁରୁ ମାନଙ୍କର ମଧ୍ୟ ମହତ୍ୱପୂର୍ଣ ଭୂମିକା ରହିଛି । ସେମାନେ ମୁସଲିମ ଯୁବକ ମାନଙ୍କ ସହ ଖୋଲା ଆଲୋଚନା କରିବା ଆବଶ୍ୟକ, ଯେଉଁଠାରେ ସେମାନେ ନିଜର ଚିନ୍ତାଧାରାକୁ ଆଗରେ ରଖିପାରିବେ, ପ୍ରଶ୍ନ ପଚାରିପାରିବେ ଏବଂ ସତ୍ୟରେ ଆଧାରିତ ମାର୍ଗଦର୍ଶନ ଗ୍ରହଣ କରିପାରିବେ । ଅନ୍ୟପକ୍ଷରେ ଭୁଲ ତଥ୍ୟର ପ୍ରସାରକୁ ରୋକିବା ପାଇଁ ସରକାର ଏବଂ ସାମାଜିକ ଗଣମାଧ୍ୟମ କମ୍ପାନୀ ଗୁଡିକ ସଠିକ ତଥ୍ୟ ଆଂଚ କରିବା ସହ ବିଷୟ ବସ୍ତୁ ନିୟନ୍ତ୍ରଣ ନୀତି ଏବଂ ଆଇନଗତ ପଦକ୍ଷେପ ଦ୍ୱାରା ଭୁଲ ତଥ୍ୟର ପ୍ରଭାବ ହ୍ରାସ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ସହଯୋଗ କରିବା ଏକାନ୍ତ ଜରୁରୀ । ମୁସଲିମ ଯୁବକ ମାନଙ୍କ ମଧ୍ୟରେ ଭୁକ୍ତଥ୍ୟର ନକାରାତ୍ମକ ପ୍ରଭାବକୁ ପ୍ରତିହତ କରିବା ପାଇଁ ତାଙ୍କ ମଧ୍ୟରେ ଶିକ୍ଷା, ଖୋଲା ଆଲୋଚନା ଏବଂ ସମାଲୋଚିତ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଆବଶ୍ୟକ । ଆମେ ମିଳିତ ଭାବରେ କାର୍ଯ୍ୟକରି ଏହିଯୁବପିଢିକୁ ବିମୁଖତା ପରିବର୍ତ୍ତେ ସମାବେଶୀତା, ବୁଝାମଣା ଏବଂ ସଶକ୍ତିକରଣ ଯୋଗାଇପାରିବା । ଭୁଲ ତଥ୍ୟ ବିଚ୍ଛିନ୍ନତା ପାଇଁ ଇନ୍ଧନ ଯୋଗାଇପାରେ, କିନ୍ତୁ ସଠିକ ସାଧନ ଏବଂ ମାର୍ଗଦର୍ଶନ ମୁସଲିମ୍ ଯୁବକମାନଙ୍କୁ ଯୋଗଦାନ ଏବଂ ସକାରାତ୍ମକ ପରିବର୍ତ୍ତନ ପଥରେ ରହିବାକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । ଯୁବପିଢିକୁ ଭୁଲତଥ୍ୟରୁ ଦୁରେଇ ରଖିବାକୁ ହେଲେ ଆମକୁ ଏପରି ଏକ ଭବିଷ୍ୟତ ଗଠନ କରିବାକୁ ପଡିବ ଯେଉଁଠି ସେମାନଙ୍କ ସର ସମସ୍ତଙ୍କ ପାଖରେ ପହଂଚିପାରିବ ଏବଂ ଯେଉଁଠି ସେମାନେ ସତ୍ୟ ଏବଂ ମିଥ୍ୟା ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ । ଏହା ଏପରି ଏକ ସମାଜ ଗଠନ ପାଇଁ ଅତ୍ୟନ୍ତ ଜରୁରୀ ଯାହା ନ୍ୟାୟ ସହ ବିଭାଜନକାରୀ ଏବଂ ବିଭ୍ରାନ୍ତକାରୀ ତଥ୍ୟକୁ ଦୃଢଭାବରେ ସାମ୍ନା କରିପାରିବ ।