ଡଃ ଗୌରାଙ୍ଗ ଚରଣ ସ୍ୱାଇଁଙ୍କୁ ବିଜ୍ଞାନ ଓ ପରିବେଶ ସମ୍ବାଦ ଆୱାର୍ଡ଼
ପୁରୀ,ପ୍ରବାହ ନ୍ୟୁଜ୍ : ଡଃ ଗୌରାଙ୍ଗ ଚରଣ ସ୍ୱାଇଁ, ପିତା ସ୍ୱର୍ଗତ ଭଗବାନ ସ୍ୱାଇଁ, ମାତା ଅଲିଦେଇ, ଜନ୍ମ ପୁରୀ ଜିଲ୍ଲା ନହନ୍ତରା ଗ୍ରାମରେ । ଡଃ ସ୍ୱାଇଁ ସାମନ୍ତ ଚନ୍ଦ୍ରଶେଖର କଲେଜର ପ୍ରଥମ ବ୍ୟାଚର (୧୯୬୮-୭୦) ଉଦ୍ଭିଦ ବିଜ୍ଞାନ ଅନର୍ସ ଛାତ୍ର । ସେ ଉତ୍କଳ ବିଦ୍ୟାଳୟରୁ ଏମ୍ଏସି, ଏମ୍ଫିଲ୍ ଏବଂ ପିଏଚ୍ଡି ଡ଼ିଗ୍ରୀ (ଉଦ୍ଭିଦ ବିଜ୍ଞାନ) ହାସଲ କରିଛନ୍ତି । ଡ଼ଃ ସ୍ୱାଇଁ ହେଉଛନ୍ତି ଅବସର ପ୍ରାପ୍ତ ସହକାରୀ ବାୟୋଟେକ୍ନୋଲଜି ପ୍ରଫେସର, ଏମରଜିଂ ସାଇନ୍ସ ବିଜ୍ଞାନ ପତ୍ରିକାର ପ୍ରକାଶକ ଓ ସଂପାଦକ, ଭାରତ ସରକାରଙ୍କ ଚିଲିକା ମାକ୍ରୋ ଆଲଜି ପ୍ରକଳ୍ପର ପ୍ରିନ୍ସପାଲ ଗବେଷକ । ଡ଼ଃ ସ୍ୱାଇଁ ଜଣେ ନିପୁଣ ବିଜ୍ଞାନ ଲେଖକ । ପ୍ରାକୃତିକ ସମ୍ବଳ, ସୁସ୍ଥ ପରିିବେଶ ସଂରକ୍ଷଣ ଓ ସୁରକ୍ଷା ଦିଗରେ ଅତି ଗୁୁରୁତ୍ୱପୂର୍ଣ୍ଣ ଓ ମୂଲ୍ୟବାନ ଫଳପ୍ରଦ ସମ୍ବାଦ ବିତରଣ କରିଥିବାରୁ ସାମନ୍ତ ଚନ୍ଦ୍ରଶେଖର ଉଦ୍ଭିଦ ବିଜ୍ଞାନୀ ସଂଘ, ଓଡ଼ିଶା ତରଫରୁ ଡଃ ଗୌରାଙ୍ଗ ଚରଣ ସ୍ୱାଇଁଙ୍କୁ “ବିଜ୍ଞାନ ଓ ପରିବେଶ” ସମ୍ବାଦ ପ୍ରଦାନ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି । ଗତ ତା.୨୪.୧୧.୨୦୨୪ରିଖ ଦିନ ପୁରୀ ଜିଲ୍ଲାର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ୩ୟ ବାର୍ଷିକ ସମ୍ମିଳନୀରେ ବାରିପଦା ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର (ଡଃ) ପ୍ରଦୀପ କୁମାର ଚାନ୍ଦ ଓ ଅବସରପ୍ରାପ୍ତ ପ୍ରଫେସର (ଡଃ) ବାମନ ଚନ୍ଦ୍ର ଆଚାର୍ଯ୍ୟ, ସଂଘ ସଭାପତି ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର (ଡଃ) ଦୀନବନ୍ଧୁ ସାହୁ ପ୍ରମୁଖ ଡଃ ସ୍ୱାଇଁଙ୍କୁ ସମ୍ମାନୀତ କରିଥିଲେ ।