୯୯ତମ ଫାଉଣ୍ଡେସନ କୋର୍ସର ଉଦଯାପନୀ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ପ୍ରବାହ ନ୍ୟୁଜ୍‌ : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସିନକ ଏକାଡେମୀ (ଏଲବିଏସଏନଏଏ)ରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଯୁବ ଅଧିକାରୀମାନଙ୍କୁ ଉଦବୋଧନ ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ଆଜି ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ଗଠନ କରୁଥିବା ସ୍ଥପତିଙ୍କ ଏକ ଗୋଷ୍ଠୀ ଏଠାରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଅଭ୍ୟାସ, ପରିଶ୍ରମ ଏବଂ ଶକ୍ତିରେ ପରିପୂର୍ଣ୍ଣ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଯେ ୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ଭାରତ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହେବ । ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଯୁବ ଅଧିକାରୀମାନେ ଆଗାମୀ ୨୫ ବର୍ଷ ମଧ୍ୟରେ କରିଥିବା କାର୍ଯ୍ୟ ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିବା ମହାନ ନେତାଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ଶ୍ରୀ ଶାହ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ। ଦେଶର ୧୪୦ କୋଟି ନାଗରିକ ଏକାଠି ହୋଇ ଏହାକୁ ବାସ୍ତବ ରୂପ ଦେଲେ ହିଁ ଏହି ମିଶନ ସଫଳ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆମକୁ ଏକ ଭାରତ ଗଠନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ଯେଉଁଠାରେ ପ୍ରତ୍ୟେକ ନାଗରିକ ଆତ୍ମସମ୍ମାନ ଏବଂ ସମସ୍ତ ଆବଶ୍ୟକ ସୁବିଧା ସହିତ ପରବର୍ତ୍ତୀ ପିଢ଼ିର ନେତୃତ୍ୱ ନେଇପାରିବେ । ଭାରତକୁ ସବୁ କ୍ଷେତ୍ରରେ ଏକ ନମ୍ବର କରିବା ଦ୍ୱାରା ବିକଶିତ ଭାରତର ସ୍ୱପ୍ନ ପୂରଣ ହେବ ନାହିଁ ବୋଲି ସେ କହିଥିଲେ। ଏହି ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ୧୪୦ କୋଟି ଲୋକ ପୂର୍ଣ୍ଣ ଶକ୍ତି ଏବଂ ସମାନ ସୁଯୋଗ ସହିତ ଆଗକୁ ବଢ଼ିବେ ।

ଶ୍ରୀ ଅମିତ ଶାହା କହିଥିଲେ ଯେ, ପ୍ରଶାସନିକ ସେବାରେ ନିଜ ପରିବର୍ତ୍ତେ ଅନ୍ୟମାନଙ୍କ ପାଇଁ ଚିନ୍ତା କରିବା ଠାରୁ ବଡ଼ ମନ୍ତ୍ର ଆଉ କିଛି ନାହିଁ । ସାର୍ବଜନୀନ ଜୀବନରେ ପ୍ରବେଶ କରିବା ପରେ ଅଧିକାରୀମାନେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଧ୍ୟାନ ଦେବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି। ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ସମୟରେ ଅଧିକାରୀମାନେ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏବଂ ଡାଟାର ସର୍ବାଧିକ ବ୍ୟବହାର କରିବା ଉଚିତ, ଯାହା ସେମାନଙ୍କ ନିଷ୍ପତ୍ତିକୁ ଅଧିକ ପ୍ରଭାବଶାଳୀ ଏବଂ ସଠିକ୍ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ବିକାଶ ପରିସଂଖ୍ୟାନରୁ ନୁହେଁ ବରଂ ଫଳାଫଳରୁ ଆସିଥାଏ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସମ୍ପୂର୍ଣ୍ଣ ସରକାର ଆଭିମୁଖ୍ୟ’ ବିଷୟରେ ଉଲ୍ଲେଖ କରି ଶ୍ରୀ ଶାହ କହିଥିଲେ ଯେ କୌଣସି କାର୍ଯ୍ୟକଳାପ ଅଲଗା ହୋଇ ଫଳପ୍ରଦ ହୋଇପାରିବ ନାହିଁ ଏବଂ ଏହି ଆଭିମୁଖ୍ୟ ସହିତ କାର୍ଯ୍ୟ କରିବା ଦ୍ୱାରା ହିଁ ସଫଳତା ହାସଲ କରାଯାଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ’ ସହିତ ସାମାଜିକ ସୌହାର୍ଦ୍ଦ୍ୟ ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ହେବ, କାରଣ ପ୍ରତ୍ୟେକ ବ୍ୟକ୍ତି ସମାନ ସୁଯୋଗ ନ ପାଇଲେ ଦେଶ ବିକାଶ ପଥରେ ଅଗ୍ରଗତି କରିପାରିବ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଏଠାରେ ଉପସ୍ଥିତ ଥିବା ମନୋନିତ ପ୍ରଶାସନିକ ସେବା ଅଧିକାରୀଙ୍କ ମଧ୍ୟରୁ ୩୮% ହେଉଛନ୍ତି ମହିଳା। ସେ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ଦେଶର ୫୦ ପ୍ରତିଶତ ଜନସଂଖ୍ୟା ନୀତି ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ସାମିଲ ନ ହେବେ, ସେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ‘ମହିଳା ନେତୃତ୍ୱାଧୀନ ବିକାଶ’ର ଧାରଣା ପୂରଣ ହେବ ନାହିଁ। ନୀତି ପ୍ରଣୟନ କରିବା ସରକାରଙ୍କ ଦାୟିତ୍ୱ ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ଅଧିକାରୀଙ୍କ ଦାୟିତ୍ୱ ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି, କାର୍ଯ୍ୟକାରିତା ଭାବନା ବିନା ନୀତି କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ନୀତିଗୁଡ଼ିକ ଯେପରି ସଠିକ ଭାବରେ ଏବଂ ସମ୍ବେଦନଶୀଳତାର ସହ ସଠିକ୍ ଦିଗରେ କାର୍ଯ୍ୟକାରୀ ହୁଏ ତାହା ସୁନିଶ୍ଚିତ କରିବା ସେମାନଙ୍କ ଦାୟିତ୍ୱ ବୋଲି ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଅଧିକାରୀଙ୍କ କାମ ହେଉଛି ସରକାରଙ୍କୁ ପ୍ରତିକ୍ରିୟାଶୀଳ ନୁହେଁ, ବରଂ ସକ୍ରିୟ କରିବା। ବିକାଶ ଯେପରି ଶେଷ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ପ୍ରତ୍ୟେକ ଘରେ ଶୌଚାଳୟ, ବିଜୁଳି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ ତାହା ସୁନିଶ୍ଚିତ କରିବା ଅଧିକାରୀଙ୍କ ଦାୟିତ୍ୱ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଶାହ କହିଥିଲେ ଯେ, ଯେଉଁମାନେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଛାତ୍ର ଭାବରେ ଶିଖିବାର ଭାବନା ବଜାୟ ରଖିବେ ସେମାନେ ହିଁ ପ୍ରକୃତରେ ପ୍ରଗତି ହାସଲ କରିପାରିବେ ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଅନେକ ବିଶିଷ୍ଟ ଅର୍ଥନୀତିଜ୍ଞ ବିଶ୍ୱାସ କରୁଥିଲେ ଯେ ଜିଏସଟି ଭାରତରେ ସଫଳ ହେବ ନାହିଁ, କିନ୍ତୁ ଆଜି ଜିଏସଟି ଆମ ଦେଶର ଆର୍ଥିକ ଅଭିବୃଦ୍ଧିର ମୂଳଦୁଆ ପାଲଟିଛି । ଆଗାମୀ ଦିନରେ ମେକ୍ ଇନ୍ ଇଣ୍ଡିଆ ଦେଶ ପାଇଁ ଗର୍ବର ଉତ୍ସ ପାଲଟିବ, କାରଣ ଭାରତ ବିଶ୍ୱ ସ୍ତରୀୟ ଉତ୍ପାଦନ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପାଇଁ ଏକ ହବ୍ ରେ ପରିଣତ ହୋଇଛି। ଶ୍ରୀ ଶାହ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ମୋଦୀ ସରକାର ଭାରତରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତି ପ୍ରଦାନ କରିଛନ୍ତି।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ଆଣିଥିବା ନୂତନ ଶିକ୍ଷା ନୀତି ଭାରତର ଯୁବକମାନଙ୍କୁ ବିଶ୍ୱର ଯୁବକମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ । ମାତୃଭାଷାରେ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରିବା ଦ୍ୱାରା ପିଲାଙ୍କ ବୁଝିବା ଓ ଯୁକ୍ତି କରିବାର କ୍ଷମତା ବୃଦ୍ଧି ପାଇଥାଏ ବୋଲି ସେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଆପଣ ଯେକୌଣସି ଜିଲ୍ଲାକୁ ଯାଆନ୍ତୁ, ଏଆଇ ସହାୟତାରେ ଆଇସୋଲେଟେଡ୍ ଡାଟାକୁ ଏକାଠି କରିବାକୁ ଚେଷ୍ଟା କରିବା ଉଚିତ୍ । ଆପଣଙ୍କର ଛୋଟ ଛୋଟ ପରୀକ୍ଷଣ ଦେଶକୁ ଆଗକୁ ନେବାରେ ଉପଯୋଗୀ ହେବ ।

ସେ କହିଛନ୍ତି ଯେ, ଆପଣ ଯେକୌଣସି ଜିଲ୍ଲାକୁ ଯେଉଁଠି ବି ଯାଆନ୍ତୁ, ଏଆଇ ସହାୟତାରେ ଭିନ୍ନ ଭିନ୍ନ ତଥ୍ୟକୁ ଏକାଠି କରିବା ପାଇଁ କାମ କରିବା ଉଚିତ। ଆପଣଙ୍କର ଏହି ଛୋଟ ଛୋଟ ପରୀକ୍ଷଣ ଦେଶକୁ ଆଗକୁ ନେବାରେ ସହାୟକ ହେବ ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ), ଉତ୍ତରପୂର୍ବରେ ବିଦ୍ରୋହ ଏବଂ ନିଶା ଦ୍ରବ୍ୟ କାରବାର ଆମ ଦେଶ ପାଇଁ ଚାରୋଟି ପ୍ରମୁଖ ଆହ୍ୱାନ । ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ଦୃଢ଼ ନୀତି ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ଏହି ଚାରିଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି।  ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ବାମପନ୍ଥୀ ଉଗ୍ରବାଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯିବ ବୋଲି ସେ ଦୋହରାଇଛନ୍ତି।

ଶ୍ରୀ ଅମିତ ଶାହ କହିଥିଲେ ଯେ ଯେପର୍ଯ୍ୟନ୍ତ ଆମେ ସ୍ୱାଧୀନ ଭାରତର ସ୍ୱାଧୀନ ନାଗରିକ ହେବାର ଆତ୍ମବିଶ୍ୱାସ ହାସଲ ନକରିବା ଏବଂ ଆମ ଇତିହାସ ଓ ପରମ୍ପରା ପାଇଁ ଗର୍ବ ଅନୁଭବ କରିବା ନାହିଁ, ସେପର୍ଯ୍ୟନ୍ତ ଆମେ ଭାରତକୁ ମହାନ କରିପାରିବା ନାହିଁ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ “ବିକାଶ ବି, ଐତିହ ବି” (ଐତିହ୍ୟ ସହିତ ବିକାଶ) ନାମକ ଏକ ନୂତନ ସ୍ଲୋଗାନ ଦେଇଛନ୍ତି, ଯେଉଁଥିପାଇଁ ସମସ୍ତେ ଗର୍ବର ସହ ନିଜ ଖାଦ୍ୟ, ପୋଷାକ ଏବଂ ସଂସ୍କୃତିକୁ ଗ୍ରହଣ କରିବା ଏବଂ ଅନୁସରଣ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *

You may have missed