ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ପ୍ରବାହ ନ୍ୟୁଜ୍‌ : ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ 75ତମ ସମ୍ବିଧାନ ଦିବସ ପାଳନ ଉତ୍ସବ ଏବଂ ସମ୍ବିଧାନ ର ବର୍ତମାନ ସ୍ଥିତି ଓ ଭବିଷ୍ୟତ ଆଲୋଚନା ଚକ୍ର,ଜିଲ୍ଲା ସଂସ୍କୃତି ଭବନ ପରିସର ମଧ୍ୟରେ ପାଳିତ ହୋଇ ଯାଇଛି ll ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମ୍ବିଧାନ ଦିବସ ପାଳନ ଉତ୍ସବରେ ଏବଂ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବି ଗିରିଧାରୀ ନାଥ, ମୁଖ୍ୟବକ୍ତା ସତ୍ୟପ୍ରକାଶ ସେଠୀ, ସମ୍ମାନିତ ଅତିଥି ଆଇନଜୀବି ତାହେର ମହମଦ, ଅଧ୍ୟାପିକା ଉଷାରାଣି ଜେନା, ଆଇନ ଜୀବି ଅମର ବାରିକ ପ୍ରମୁଖ ଯୋଗଦେଇ ସମ୍ବିଧାନ ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ll ସଭା ପ୍ରାରମ୍ଭରେ ଜିଲ୍ଲା ଦଳିତ ମହାସଙ୍ଘ ସଭାପତି ରାଜେନ୍ଦ୍ର ପ୍ରସାଦ ଜେନାଙ ସମେତ ମୁଖ୍ୟ ଅତିଥି ମୁଖ୍ୟବକ୍ତା ସମ୍ମାନିତ ଅତିଥି ଏବଂ ବହୁ ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତି ମାନେ ସମ୍ବିଧାନ ପ୍ରଣେତା ଡ଼ ବାବା ସାହେବ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ୟୋଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ll ଆୟୋଜିତ ସଭାରେ ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ତାଙ୍କ ବକ୍ତବ୍ୟରେ ଭାରତ ବର୍ଷ ର ସମ୍ବିଧାନ ବିଶ୍ୱର ସର୍ବ ବୃହତ, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ବିଧାନ ସୁରକ୍ଷା କବଚ ସାଜିଥିବା ବେଳେ କିଛି ମୁଷ୍ଟିମେୟ, ପୁଞ୍ଜିପତି ଏବଂ ଷଡଯନ୍ତ୍ର କାରି ଲୋକ ସମ୍ବିଧାନକୁ ସଂଶୋଧନ ଆଳରେ ପରିବର୍ତନ କରିବାକୁ ହୀନ ଉଦ୍ୟମ ଚଳାଇଛନ୍ତି ll ଏଥି ନେଇ ପ୍ରତ୍ୟେକ ଭାରତୀୟ ସମ୍ବିଧାନର ସୁରକ୍ଷା ଦିଗରେ ପ୍ରତିବାଦ ର ସ୍ୱର ଉଠାଇବାକୁ ଦଳିତ ନେତା ରାଜେନ୍ଦ୍ର ଜେନା ବକ୍ତବ୍ୟ ପ୍ରଦାନ କରିଥିଲେ ll ସେହିପରି ମୁଖ୍ୟ ବକ୍ତା ଶ୍ରୀ ନାଥ ତାଙ୍କ ବକ୍ତବ୍ୟରେ ସମାନତା, ସ୍ୱତନ୍ତ୍ରତା, ଭାଇଚାରା ଏବଂ ନ୍ୟାୟ ର ପ୍ରତୀକ ଭାରତ ବର୍ଷର ସମ୍ବିଧାନକୁ ସଂଶୋଧନ ଆଳରେ ସମାଜର ତଳସ୍ତରର ଲୋକମାନଙ୍କର ନ୍ୟାର୍ଯ୍ୟ ଅଧିକାରକୁ ଯେପରି କ୍ଷୁର୍ଣ୍ଣ କରା ନଯାଏ ଏଥି ପ୍ରତି ଦୃଷ୍ଟି ଦେବାକୁ ବକ୍ତବ୍ୟ ଦେଇଥିଲେ ll

ମୁଖ୍ୟବକ୍ତା, ସମ୍ମାନିତ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ବାବା ସାହେବ ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ସମାଜର ଗରିବ ସମାଜର ଲୋକ ମାନେ ସାମାଜିକ ମୁଖ୍ୟ ସ୍ରlତ କୁ ଆସିବାକୁ ହେଲେ ପ୍ରଥମେ ଶିକ୍ଷିତ ହେବା ନିତ୍ୟାନ୍ତ ଜରୁରୀ ବୋଲି ବକ୍ତବ୍ୟ ଦେଇଥିଲେ ll ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଲଲାଟେନ୍ଦୁ ମଲ୍ଲିକ ବକ୍ତବ୍ୟ ପ୍ରଦାନ କରିଥି ବେଳେ ଆଇନ ଜୀବି ବିଚତ୍ରାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ll ଦଳିତ ସଙ୍ଘ ପକ୍ଷରୁ ମନୋଜ ଜେନା, ମନୋଜ ମଲ୍ଲିକ, ବାପି ଜେନା, ସଞ୍ଜୟ ଜେନା, ପ୍ରମୁଖ ସଭା ପରିଚାଳନା କରିଥିଲେ ll

Leave a Reply

Your email address will not be published. Required fields are marked *

You may have missed