ଭଙ୍ଗା ମାଠିଆ
ଥରେ ଜଣେ ବ୍ୟକ୍ତିଙ୍କ
ପାଖରେ ଦୁଇଟି ମାଟିର ମାଠିଆ ଥିଲା। ସେଥିରୁ ଗୋଟିଏ ମାଠିଆ ପୁରା ଠିକ୍ ଥିଲା, କିନ୍ତୁ ଅନ୍ୟ ମାଠିଆ ଟି ଟିକିଏ ଭଙ୍ଗା ଥିଲା। ପ୍ରତ୍ୟେକ ଦିନ ସେହି ବ୍ୟକ୍ତି ଜଣକ ସେହି ଦୁଇଟି ମାଠିଆରେ ପାଣି ଭର୍ତ୍ତିକରି ଘରକୁ ନେଇଯାଆନ୍ତି, ଭଲ ମାଠିଆ ଟି ପୂର୍ଣ୍ଣ ପାଣି ନେଇ ଯାଉଥିଲା, କିନ୍ତୁ ଭଂଗା ମାଠିଆ ଟି ଅଧା ପାଣି ହିଁ ସମ୍ଭାଳି ପାରି ନେଇପାରୁଥିଲା ଘରକୁ।
ଭଙ୍ଗା ମାଠିଆ ଟି ସବୁବେଳେ ଲଜ୍ଜିତ ଅନୁଭବ କରୁଥିଲା ନିଜକୁ, ଦିନେ ଭଙ୍ଗା ମାଠିଆ ଟି ସେ ବ୍ୟକ୍ତି ଜଣକୁ କହିଲା, ” ମୋ ଦ୍ବାରା କୌଣସି କାମ ଠିକ୍ ସେ ହୁଏନି, ତମେ ମତେ କ’ଣ ପାଇଁ ରଖିଛ??”
ବ୍ୟକ୍ତି ଜଣକ ଭଙ୍ଗା ମାଠିଆ ର କଥା କୁ ଶୁଣି ହସିଲେ ଏବଂ କହିଲେ,” ମୁଁ ଯେଉଁ ରାସ୍ତା ଦେଇ ତମକୁ ନେଇ ସବୁଦିନ ଆସୁଛି, ସେ ରାସ୍ତା ର ଦୁଇ ପାର୍ଶ୍ଵରେ ଥିବା ସେ ଫୁଲ କୁ ତୁମେ ଦେଖ, ମୁଁ ସେମାନଙ୍କୁ କେବଳ ତୁମ ପଟେ ହିଁ ଲଗେଇଛି , ଏବଂ ତୁମର ପାଣି ସେମାନଙ୍କ ଉପରେ ପଡୁଥିବା କାରଣରୁ ହିଁ ସେମାନେ ବହୁତ ସୁନ୍ଦର ଭାବରେ ଫୁଟନ୍ତି।ତୁମ ପାଇଁ ହିଁ ତ ମୋର ଘର ସୁନ୍ଦର ସୁନ୍ଦର ଫୁଲ ଦ୍ଵାରା ଭରି ପଡ଼ିଛି ଆଉ ତୁମ ପାଇଁ ହିଁ ମୋ ଘର ପରିବେଶ ସୁନ୍ଦର ଲାଗୁଛି “। କିଏ କହିଲା ତୁମ ଦ୍ଵାରା କୌଣସି କାମ ଠିକ୍ ସେ ହେଉନାହିଁ ବୋଲି? ତୁମେ ଟିକେ ଭଂଗା ବା କିଛି ଯଦି କମି ଅଛି ତେବେ କ’ଣ ହେଲା? ତମର ଯେତିକି କ୍ଷମତା ସେତିକି ରେ ବି ତ ବହୁତ ସୁନ୍ଦର କାମ କରୁଛ, ଯାହା ଦ୍ଵାରା ମୋ’ର ଘର ଆଜି ଏତେ ସୁନ୍ଦର ଦିଶୁଛି।
ସାରାସଂ ହେଲା…
ସାରଗର୍ଭକ କଥା ଟି ହେଉଛି, ପ୍ରତ୍ୟେକଙ୍କର ନିଜ ନିଜର ଭିନ୍ନ ଭିନ୍ନ ମୂଲ୍ୟ ଥାଏ। ବାସ୍ ନିଜର ଲୁକ୍କାୟିତ ସେ ଗୁଣଟି କୁ ଏକ ନୂଆ ନଜର ରେ ଦେଖିବାକୁ ଶିଖି, ଦେଖିବ ଏଠି କେହି ବି କାହାର ଅସ୍ଥିତ୍ଵ ବା ଉପସ୍ଥିତି ମୂଲ୍ୟହୀନ ନଥାଏ , ବାସ୍ ଗୋଟିଏ ଭଲ ମନୋଭାବ ଓ ନଜର ରେ ଦେଖିବାକୁ ଚେଷ୍ଟା କରିଲେ ଏଇ ପୃଥିବୀ ରେ ଥିବା ସବୁ କିଛିର ବହୁତ ମୂଲ୍ୟ ଅଛି ଆଉ ବହୁତ ମୂଲ୍ୟବାନ ଅଟେ, ସେ ଜିନିଷ ହେଉ ଅବା ମଣିଷ।🙏
Rjanjalipatra